News18 Odia Digital
ନୂଆ ଦିଲ୍ଲୀ: ଯଦି ଆପଣଙ୍କର ଦେଶର ବୃହତ୍ତମ ସରକାରୀ ବ୍ୟାଙ୍କ ଏସବିଆଇରେ (State Bank Of India) ଏକ ଆକାଉଣ୍ଟ ଅଛି । ତେବେ ଏହା ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଖବର ଅଟେ । ବ୍ୟାଙ୍କ ଦେଶର ୪୪ କୋଟି ଗ୍ରାହକଙ୍କୁ ସତର୍କ କରାଇଛି । ଏସବିଆଇ ୱେବସାଇଟ୍ ଅନୁଯାୟୀ ଦେଶରେ ଦ୍ରୁତ ଗତିରେ ବଢ଼ୁଥିବା ଠକେଇ ମାମଲା ପାଇଁ ସମସ୍ତେ ସତର୍କ ରହିବା ଆବଶ୍ୟକ । ଏହା ବ୍ୟତୀତ ଆପଣଙ୍କ ଆକାଉଣ୍ଟ ସହିତ ଜଡିତ ସୂଚନାକୁ କେବେବି ମୋବାଇଲରେ ସେଭ୍ ନ କରିବା ଉଚିତ୍ । ଯଦି ଆପଣ ଆପଣଙ୍କ OTP (ୱାନ ଟାଇମ ପାସୱାର୍ଡ), PIN ନମ୍ବର, ଡେବିଟ୍ କିମ୍ବା କ୍ରେଡିଟ୍ କାର୍ଡ CVV କିମ୍ବା ATM ବିବରଣୀ ସେଭ କରିଛନ୍ତି, ତେବେ ତୁରନ୍ତ ଏହାକୁ ଡିଲିଟ କରନ୍ତୁ ... ନଚେତ୍ ଆପଣଙ୍କ ଆକାଉଣ୍ଟ ଖାଲି ହୋଇପାରେ ।
ଏସବିଆଇ କହିଛି ଯେ ଗ୍ରାହକମାନେ ଏଭଳି ଭୁଲ କରିବା ଉଚିତ ନୁହେଁ, ଯାହା ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଖାଲି କରିଦେବ । ସୂଚନା ଦେବାବେଳେ ବ୍ୟାଙ୍କ କହିଛି ଯେ ଫୋନରେ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ ଓ ଅନଲାଇନ୍ ବ୍ୟାଙ୍କିଙ୍ଗ୍ ବିବରଣୀ କେବେବି ସେଭ କରନ୍ତୁ ନାହିଁ ।
ଏହି ନମ୍ବରଗୁଡ଼ିକୁ କେବେବି ଫୋନରେ ସେଭ୍ କରନ୍ତୁ ନାହିଁବ୍ୟାଙ୍କ କହିଛି ଯେ ବ୍ୟାଙ୍କ ଆକାଉଣ୍ଟ ନମ୍ବର, ପାସୱାର୍ଡ, ଏଟିଏମ କାର୍ଡ ନମ୍ବର କିମ୍ବା ଏହାର ଫଟୋ ଉଠାଇ ରଖିଲେ ମଧ୍ୟ ଆପଣଙ୍କ ସୂଚନା ଲିକ ହେବାର ଆଶଙ୍କା ରହିଛି । ଏହା ସହିତ ଆପଣଙ୍କର ଆକାଉଣ୍ଟ ମଧ୍ୟ ସମ୍ପୂର୍ଣ୍ଣ ଖାଲି ହୋଇପାରେ ।
କାହା ସହିତ ଏଟିଏମ୍ କାର୍ଡ ଅଂଶୀଦାର କରନ୍ତୁ ନାହିଁଏହା ବ୍ୟତୀତ ଗ୍ରାହକମାନେ ସେମାନଙ୍କର ଏଟିଏମ୍ କାର୍ଡ ଅନ୍ୟ କାହା ସହିତ ଅଂଶୀଦାର କରିବା ଉଚିତ୍ ନୁହେଁ । ଆପଣଙ୍କ କାର୍ଡର ଏହି ସୂଚନା ଲିକ୍ ହୋଇପାରେ ଓ ଆପଣଙ୍କ ସହ ସହଜରେ ଠକାମି ହୋଇପାରେ ।
ପବ୍ଲିକ ଇଣ୍ଟରନେଟ୍ ବ୍ୟବହାର କରନ୍ତୁ ନାହିଁଷ୍ଟେଟ ବ୍ୟାଙ୍କ ଅନୁଯାୟୀ ଦେଶର ସମସ୍ତ ଗ୍ରାହକ ଧ୍ୟାନ ଦେବା ଉଚିତ ଯେ ଆପଣ ଟଙ୍କା କାରବାର ସମୟରେ ଯେପରି ପବ୍ଲିକ ଇଣ୍ଟରନେଟ ବ୍ୟବହାର ନ କରନ୍ତି । ଏଥିରେ ଆପଣଙ୍କ ବ୍ୟକ୍ତିଗତ ସୂଚନା ଲିକ୍ ହେବାର ଭୟ ସର୍ବଦା ରହିଥାଏ ।
ବ୍ୟାଙ୍କ ତରଫରୁ କଲ୍ କିମ୍ବା SMS କରି ଆପଣଙ୍କ ୟୁଜର୍ ID, PIN, ପାସୱାର୍ଡ, CVV, OTP, VPA (UPI) ପରି ସମ୍ବେଦନଶୀଳ ସୂଚନା ମାଗନ୍ତି ନାହିଁ । ଯଦି ଆପଣ ଏହିପରି ଏକ ଫୋନ୍ ପାଆନ୍ତି ତେବେ ସାବଧାନ ରୁହନ୍ତୁ ଓ କାହା ସହିତ କୌଣସି ସୂଚନା ଅଂଶୀଦାର କରନ୍ତୁ ନାହିଁ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।