ଶ୍ରାବଣ ବିନାୟକ ଚତୁର୍ଥୀ ୨୦୨୨: ଆସନ୍ତୁ ଜାଣିବା ଏହାର ମହତ୍ତ୍ଵ ଓ ପୂଜା ବିଧି

ଶ୍ରାବଣ ମାସ ବିନାୟକ ଚତୁର୍ଥୀ ଅଗଷ୍ଟ ୧ ସୋମବାରରେ ପାଳନ କରାଯିବ। ପାଞ୍ଜୀ ଅନୁଯାୟୀ ଅଗଷ୍ଟ ୧ ତାରିଖ ୪:୧୮ ରୁ ଆରମ୍ଭ ହୋଇ ସକାଳ ୫:୧୩ ପର୍ଯ୍ୟନ୍ତ ଚାଲିବ।

ଶ୍ରାବଣ ବିନୟାକ ଚତୁର୍ଥୀ ୨୦୨୨

ଶ୍ରାବଣ ବିନୟାକ ଚତୁର୍ଥୀ ୨୦୨୨

  • Share this:
News 18 Odia Digital

ଶ୍ରାବଣ ମାସ ବିନାୟକ ଚତୁର୍ଥୀ ଅଗଷ୍ଟ ୧ ସୋମବାରରେ ପାଳନ କରାଯିବ। ପାଞ୍ଜୀ ଅନୁଯାୟୀ ଅଗଷ୍ଟ ୧ ତାରିଖ ୪:୧୮ ରୁ ଆରମ୍ଭ ହୋଇ ସକାଳ ୫:୧୩ ପର୍ଯ୍ୟନ୍ତ ଚାଲିବ। ଗଣେଶ ପୂଜା କରିବା ପାଇଁ ଶୁଭ ସମୟ ହେଉଛି ସକାଳ ୧୧ରୁ ୧ ପର୍ଯ୍ୟନ୍ତ।

ଶୁକ୍ଲ ପକ୍ଷର ଚତୁର୍ଥ ଦିନରେ ଭଗବାନ ଗଣେଶଙ୍କ ଭକ୍ତମାନେ ପୁଜା କରନ୍ତି ଓ ଏହି ଦିନ ଉପବାସ ରଖନ୍ତି ସେମାନେ ବିଶ୍ଵାସ କରନ୍ତି ଯେ ଏହା କରିବା ଦ୍ୱାରା ସନ୍ତୁଷ୍ଟ ମିଳିବ ଓ ସେ ପ୍ରତିବଦଳରେ ସେମାନଙ୍କୁ ଜ୍ଞାନ ଏବଂ ଧର୍ଯ୍ୟରେ ପରିପୂର୍ଣ୍ଣ ହେବାର ଆଶୀର୍ବାଦ ଦେବେ।

ଏହି ଦିନ ଉପବାସ କରୁଥିବା ଲୋକମାନେ ବ୍ରହ୍ମା ମୁହୂର୍ତ୍ତ ସମୟରେ ଉଠନ୍ତି ଓ ସ୍ନାନ କରନ୍ତି। ଏହା ପରେ ସେମାନେ ଅତି ଆନ୍ତରିକତା ଓ ନିଷ୍ଠା ସହିତ ଉପବାସ ରଖିବାକୁ ପ୍ରତିଜ୍ଞା କରନ୍ତି। କିଛି ଭକ୍ତ ମଧ୍ୟ ଶୁଭ ଦିନରେ ନୂଆ ପୋଷାକ ପିନ୍ଧିବାକୁ ପସନ୍ଦ କରନ୍ତି।

ଶୁଭ ସମୟରେ ପୂଜା ରୀତିନୀତି ଅନୁଯାୟୀ କରାଯାଏ। ରୀତିନୀତି ଆରମ୍ଭ କରିବା ପୂର୍ବରୁ ମନ୍ଦିରକୁ ଗଙ୍ଗା ଜଳରେ ସଫା କରାଯାଏ। ଏହା ପରେ ପ୍ରଭୁ ଗଣେଶଙ୍କ ପ୍ରତିମା ଆଗରେ ଏକ ଦୀପ ଜଳାଯାଏ। ଏହା ପରେ ଭକ୍ତ ପ୍ରଭୁଙ୍କ ନିକଟରେ ଆନ୍ତରିକତାର ସହ ପ୍ରାର୍ଥନା କରନ୍ତି ଓ ଗଣେଶ ଆରତୀ କରି ପୂଜା ସମାପ୍ତ କରନ୍ତି। ଥରେ ଏହା ହୋଇଗଲା ପରେ ପ୍ରସାଦ ଲୋକମାନଙ୍କ ମଧ୍ୟରେ ବଣ୍ଟନ ହୁଏ ଓ ଉପବାସ ଭାଙ୍ଗିଯାଏ।
Published by:Soumyashree Mishra
First published: