News18 Odia Digital
ପବିତ୍ର ଶ୍ରାବଣ ମାସରେ ଭଗବାନ ଶିବଙ୍କ ଆରାଧନା କଲେ ସବୁ ମାନସିକ ପୂରଣ ହୋଇଥାଏ ବୋଲି ବିଶ୍ୱାସ ରହିଛି। ଶ୍ରାବଣ ମାସ ପ୍ରଭୁ ଶିବଙ୍କ ପାଇଁ ଉତ୍ସର୍ଗୀକୃତ ବୋଲି ଅନେକ ମାନନ୍ତି। ବାସ୍ତବରେ, ଭଗବାନ ଶିବଙ୍କୁ ପୂଜା କରିବା ପାଇଁ ସୋମବାର ସବୁଠାରୁ ଶୁଭ ଦିନ ବୋଲି କୁହାଯାଏ।
ଶ୍ରାବଣ ମାସର ସୋମବାରର ଉପବାସ କଲେ ପୁଣ୍ୟ ମିଳିଥାଏ । ଅନେକ ପୁସ୍ତକ ଓ ପୁରାଣରେ ଉଲ୍ଲେଖ ରହିଛି ଯେ ଯଦି ଆପଣ ୧୬ ସୋମବାର ଶିବ ବ୍ରତ ବା ଉପବାସ ପାଳନ କରନ୍ତି, ତେବେ ପ୍ରଭୁଙ୍କ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ। କିମ୍ବଦନ୍ତୀ ଅନୁଯାୟୀ, ଏହାକୁ ୧୬ ସପ୍ତାହର ଏହି ବ୍ରତକୁ ୧୬ ସୋମବାର ବ୍ରତ ବୋଲି କୁହାଯାଏ।
ଶ୍ରାବଣ ମାସ ସୋମବାର ବ୍ରତର ସମୟ:ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ଗୋଆ, ମହାରାଷ୍ଟ୍ର, ଗୁଜୁରାଟ, କର୍ଣ୍ଣାଟକ ଓ ତାମିଲନାଡୁରେ ସୋମବାର ବ୍ରତ ପାଳନ କେଉଁ ସମୟରେ କରାଯାଏ ଜାଣନ୍ତୁ।
ପ୍ରଥମ ଶ୍ରାବଣ ସୋମବାର ବ୍ରତ: ୧୮ ଜୁଲାଇ,ସୋମବାର
ଦ୍ୱିତୀୟ ଶ୍ରାବଣ ସୋମବାର ବ୍ରତ: ୨୫ ଜୁଲାଇ ସୋମବାର
ତୃତୀୟ ଶ୍ରାବଣ ସୋମବାର ବ୍ରତ: ୧ଅଗଷ୍ଟ, ସୋମବାର
ଚତୁର୍ଥ ଶ୍ରାବଣ ସୋମବାର ବ୍ରତ: ୮ ଅଗଷ୍ଟ ସୋମବାର
ପଞ୍ଚମ ଶ୍ରାବଣ ସୋମବାର ବ୍ରତ: ୧୫ ଜୁଲାଇ ସୋମବାର
ଶ୍ରାବଣ ସମାପ୍ତ: ୧୬ ଅଗଷ୍ଟ, ମଙ୍ଗଳବାର
ଶ୍ରାବଣ ସୋମବାରର ଗୁରୁତ୍ୱଷୋହଳ ସୋମବାର ଉପବାସ କଲେ ଦେବତାଙ୍କୁ ସନ୍ତୁଷ୍ଟ ହେବା ସହ ଅନୁଗ୍ରହ ମଧ୍ୟ ପ୍ରାପ୍ତ ହୋଇଥାଏ। ଭଗବାନ ଶିବଙ୍କୁ ପୂଜା କରୁଥିବା ବ୍ୟକ୍ତି ଏହି ଉପବାସ କଲେ ଶିବଙ୍କ ଅପାର ମହିମାର ତାଙ୍କୁ ମିଳିଥାଏ ବୋଲି ଲୋକକଥା ରହିଆସିଛି।
ଏହା ବ୍ରତ ପ୍ରାୟତଃ ଅବିବାହିତ ଝିଅମାନେ ପାଳନ କରିଥାନ୍ତି। କୁହାଯାଏ ଯେ ଏହି ବ୍ରତ କରିବା ଫଳରେ ପସନ୍ଦ କରୁଥିବା ଜୀବନ ସାଥି ଓ ବିବାହ ଜନିତ ଅସୁବିଧା ଦୂର ହୋଇଥାଏ। ଏହି ଷୋହଳ ସୋମବାର ବ୍ରତ ଶ୍ରାବଣ ମାସର ପ୍ରଥମ ସୋମବାରରୁ ଆରମ୍ଭ ହୋଇ ୧୬ ସପ୍ତାହ ପର୍ଯ୍ୟନ୍ତ ଚାଲିଥାଏ। ଭକ୍ତମାନେ ପ୍ରାର୍ଥନା କରନ୍ତି, ରୀତିନୀତି କରନ୍ତି ଓ ଅନ୍ୟ ଉପବାସ ପରି ଷୋହଲ ସୋମବାର ବ୍ରତର ମହିମା ବାବଦରେ ଆଲୋଚନା କରନ୍ତି।
ସୋମବାର ବ୍ରତ ପୂଜା ବିଧି:୧୬ ସୋମବାର ବ୍ରତ କରିବା ବେଶ ସରଳ। ଏହି ବ୍ରତ ପାଇଁ ମନରେ ଏକାଗ୍ରତା ଓ ଭକ୍ତି ଆବଶ୍ୟକ। ଭଗବାନ ଶିବଙ୍କୁ ହୃଦୟ ସହକାରେ ଆରାଧନା କଲେ ଭଗବାନ ନିଶ୍ଚିତ ଭକ୍ତର ଡାକ ଶୁଣିଥାନ୍ତି।
ସୋମବାର ଦିନ ସକାଳୁ ସ୍ନାନ ସାରି ଏହି ପୂଜା ଆରମ୍ଭ କରାଯାଏ। ପୂର୍ବରୁ ପୂଜା ପାଇଁ ଆବଶ୍ୟକ ପୂଜା ସାମଗ୍ରୀ ଓ ଜିନିଷ ପ୍ରସ୍ତୁତ କରିବାକୁ ପଡ଼େ। ଆପଣ ମନ୍ଦିର ଯାଇ, କିମ୍ବା ଘରେ ରହି ଶିବଙ୍କ ମୂର୍ତ୍ତି ବା ଫଟୋକୁ ପୂଜା କରିପାରିବେ। ପ୍ରଥମେ ଶିବଙ୍କ ମୂର୍ତ୍ତିକୁ ପାଣି ଢାଳି ସ୍ନାନ କରିଦିଅନ୍ତୁ। ଫଟୋ ଉପରେ ଫୁଲ ଓ ବେଲପତ୍ରରେ ସଜାଇଦିଅନ୍ତୁ। ପରେ ଭୋଗ ଲଗାଇ ଶିବ କଥାମୃତ ପଢ଼ନ୍ତୁ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।