Sawan 2022: ଶ୍ରାବଣ ମଙ୍ଗଳା ଗୌରୀ ବ୍ରତ: ତାରିଖ, ତିଥି, ଓ ପୂଜା ପଦ୍ଧତି ଜାଣନ୍ତୁ

ମଙ୍ଗଳା ଗୌରୀ ବ୍ରତ ଶ୍ରାବଣ ମାସର ପ୍ରତ୍ୟେକ ମଙ୍ଗଳବାରରେ ପାଳନ କରାଯାଏ। ପବିତ୍ର ଶ୍ରାବଣ ମାସରେ ମା ପାର୍ବତୀଙ୍କ ଆଶୀର୍ବାଦ ପାଇଁ ଏହି ବ୍ରତ କରାଯାଇଥାଏ।

ମଙ୍ଗଳା ଗୌରୀ ବ୍ରତ (ପ୍ରତୀକାତ୍ମକ ଛବି)

ମଙ୍ଗଳା ଗୌରୀ ବ୍ରତ (ପ୍ରତୀକାତ୍ମକ ଛବି)

  • Share this:
News 18 Digital

ମଙ୍ଗଳା ଗୌରୀ ବ୍ରତ ଶ୍ରାବଣ ମାସର ପ୍ରତ୍ୟେକ ମଙ୍ଗଳବାରରେ ପାଳନ କରାଯାଏ। ପବିତ୍ର ଶ୍ରାବଣ ମାସରେ ମାସରେ ପାର୍ବତୀଙ୍କ ଆଶୀର୍ବାଦ ପାଇବା ପାଇଁ କରାଯାଇଥାଏ। ଶ୍ରାବଣ ମାସ ପ୍ରତ୍ୟେକ କ୍ଷେତ୍ରରେ ଅତ୍ୟନ୍ତ ପବିତ୍ର ମାସ ଅଟେ କାରଣ ଭକ୍ତମାନେ ମାସସାରା ଭଗବାନ ମହାଦେବଙ୍କ ପୂଜା ଅର୍ଚ୍ଚନା କରନ୍ତି।

ଏଥର ଶ୍ରାବଣ ମାସ ୧୪ ଜୁଲାଇରୁ ଆରମ୍ଭ ହେଉଛି, ଯାହା ୧୨ ଅଗଷ୍ଟ ପର୍ଯ୍ୟନ୍ତ ଚାଲିବ।

ପ୍ରଥମ ମଙ୍ଗଳା ଗୌରୀ ବ୍ରତ - ୧୯ ଜୁଲାଇ ୨୦୨୨,ମଙ୍ଗଳବାର ଦିନ

ଦ୍ୱିତୀୟ ମଙ୍ଗଳା ଗୌରୀ ବ୍ରତ - ୨୬ ଜୁଲାଇ ୨୦୨୨,ମଙ୍ଗଳବାର ଦିନ

ତୃତୀୟ ମଙ୍ଗଳା ଗୌରୀ ବ୍ରତ - ୨ ଅଗଷ୍ଟ ୨୦୨୨,ଦିନ ମଙ୍ଗଳବାର

ଗୌରୀ ବ୍ରତ ପୂଜା ସମୟରେ ବିବାହିତ ମହିଳା ମାନେ ୧୬ଟି ଜିନିଷ ବ୍ୟବହାର କରିବା ଉଚିତ୍ । ପୂଜା କରିବା ପାଇଁ ନିର୍ଦ୍ଦିଷ୍ଟ ପ୍ରକ୍ରିୟା ଅନୁସରଣ କରିବାକୁ ପଡିବ, ଓ ନିମ୍ନଲିଖିତ  ସାମଗ୍ରୀ ଆବଶ୍ୟକ ହୋଇଥାଏ।

ଏକ ଖଟୁଳି କିମ୍ବା ବେଦୀ

ଧଳା ଓ ନାଲି କପଡା

କଳସ

ଗହମ ମଇଦାରେ ନିର୍ମିତ ଏକ ଚାରି ମୁଖର ଦୀପ

ଦେବୀ ପାର୍ବତୀଙ୍କ ମୂର୍ତ୍ତି ତିଆରି ପାଇଁ ମାଟି ହାଣ୍ଡି

ଜଳ, କ୍ଷୀର, ପଞ୍ଚାମୃତ (କ୍ଷୀର, ଦହି, ମହୁ, ଘିଅ,ଚିନିର ମିଶ୍ରଣ)

୧୬ ପ୍ରକାରର ଫୁଲ, ଫୁଲମାଳ, ପତ୍ର ଓ ଫଳ

୧୬ ଟି କପାରୁ ତିଆରି ସଳିତା

ଯେଉଁ ମହିଳାମାନେ ମଙ୍ଗଳା ଗୌରୀଙ୍କୁ ପୂଜା କରିବେ, ସେମାନେ ସକାଳେ ଗାଧୋଇବା ପରେ ସର୍ବପ୍ରଥମେ ଲାଲ୍ କପଡା ଉପରେ କାଠ ଥାଳିରେ ମଙ୍ଗଳା ଗୌରୀଙ୍କ ପ୍ରତିମା କିମ୍ବା ଫଟୋ ରଖିବେ।

ଏହା ପରେ ଜଳ, କ୍ଷୀର, କଦଳୀ, ରୋଲି, ଚନ୍ଦନ, ସିନ୍ଦୁର, ହେନା ଓ କାଜଲ ଶୁଖିଲା ଫଳ, ବାଦାମ ଓ ଲବଙ୍ଗ ରଖି ପୂଜା ଆରମ୍ଭ କରିବେ। ପୂଜା ଶେଷରେ ପ୍ରସାଦ ବଣ୍ଟନ କରିବେ।
Published by:Soumya Das
First published: