ସାଉଦୀ ପ୍ରିନ୍ସ ମହମଦ ବିନ୍ ସଲମାନ ଆମାଜନ ମୁଖ୍ୟ ଜେଫ ବେଜୋସଙ୍କ ଫୋନ ହ୍ୟା କରିଥିବା ଆନାଲିସିସରୁ ଜଣାପଡ଼ିଛି

ଦ ଗାର୍ଡ଼ିଆନ ଖବରକାଗଜର ୨୧ତାରିଖରେ କହିଛି କି ୨୦୧୮ର ଏକ ବିଶ୍ଳେଷଣରୁ ଜଣାପଡ଼ିଛି କି ବେଜୋସଙ୍କ ଫୋନରୁ ଡାଟା ଚୋରିର ପ୍ରାରମ୍ଭ ବିନ ସଲମାନଙ୍କ ବ୍ୟକ୍ତିଗତ ଆକାଉଣ୍ଟରୁ ଏକ ଭାଇରସ ପୂର୍ଣ୍ଣ ଭିଡିଓ ଆସିବା ପରେ ହୋଇଥିଲା ।

ସାଉଦୀ ପ୍ରିନ୍ସ ମହମଦ ବିନ୍ ସଲମାନ ଆମାଜନ ମୁଖ୍ୟ ଜେଫ ବେଜୋସଙ୍କ ଫୋନ ହ୍ୟା କରିଥିବା ଆନାଲିସିସରୁ ଜଣାପଡ଼ିଛି
ସାଉଦି ପ୍ରିନ୍ସ ମହମଦ ବିନ୍ ସଲମାନ
  • News18 Odia
  • Last Updated: January 22, 2020, 11:22 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ସାଉଦି ଆରବ: ଆମାଜନ ମୁଖ୍ୟ ଜେଫ ବେଜୋସଙ୍କ ମୋବାଇଲ ଫୋନ ସାଉଦି ଆରବ ପ୍ରିନ୍ସ ମହମଦ ବିନ୍ ସଲମାନଙ୍କ ସହ ଏକ ହ୍ବାଟସଆପ ମେସେଜ ଆଦାନପ୍ରଦାନ ସମୟରେ ହ୍ୟାକ ହୋଇଥିବା ନେଇ ଏକ ଖୋଳତାଡରୁ ଜଣାପଡ଼ିଛି । ପ୍ରିନ୍ସଙ୍କର ୨୦୧୮ରେ  ବେଜୋସଙ୍କୁ ଏକ ମେସେଜ ସମୟରେ ଏହି ହ୍ୟାକ ହୋଇଥିବା ନେଇ ଡିଜିଟାଲ ଏଭିଡେନ୍ସ ମିଳିଛି । ଏକ କୋଡରୁ ଜଣାପଡ଼ିଛି କି ଏହି ଆରବପତିଙ୍କ ଫୋନ ହ୍ୟାକ ହୋଇଥିବା ନେଇ ଜଣାପଡ଼ିଥିବାବେଳେ ଲୋକମାନଙ୍କ ମଧ୍ୟରୁ ଜଣେ କହିଥିଲେ ଏନେଇ  କଥା ସାର୍ବଜନୀନ ହେବା ଉଚିତ ନୁହେଁ । କାହିଁକିନା ଯାଞ୍ଚ ସାର୍ବଜୀନନ ହୋଇନାହିଁ । ଅନ୍ୟ ଜଣେ ବ୍ୟକ୍ତି ଫରେନସିକ ବିଶ୍ଳେଷଣ ମାଧ୍ୟମରେ ଆତ୍ମବିଶ୍ବାସର ସହ କହିଥିଲେ କି ବିନ ସଲମାନଙ୍କ ଦ୍ବାରା ବ୍ୟବହାର କରାଯାଉଥିବା ହ୍ବାଟସଆପ ଆକାଉଣ୍ଟ ସାମିଲ ଥିଲା ।

ଦ ଗାର୍ଡ଼ିଆନ ଖବରକାଗଜର ୨୧ତାରିଖରେ କହିଛି କି ୨୦୧୮ର ଏକ ବିଶ୍ଳେଷଣରୁ ଜଣାପଡ଼ିଛି କି ବେଜୋସଙ୍କ ଫୋନରୁ ଡାଟା ଚୋରିର ପ୍ରାରମ୍ଭ ବିନ ସଲମାନଙ୍କ ବ୍ୟକ୍ତିଗତ ଆକାଉଣ୍ଟରୁ ଏକ ଭାଇରସ ପୂର୍ଣ୍ଣ ଭିଡିଓ ଆସିବା ପରେ ହୋଇଥିଲା । ଫାଇନାନ୍ସସିଆଲ ଟାଇମ୍ସ ମଧ୍ୟ ଗାର୍ଡ଼ିଆନର ଏହି ହ୍ୟାକ ଖବରକୁ ସତ ବୋଲି କହିବା ସହ ଏହାର ଖୋଳତାଡ ଏକ ବୈଶ୍ବିକ ବିଜନେସ୍ ଆଡଭାଇଜରୀ ସଂସ୍ଥା ଏଫଟିଆଇ କନସଲଟିଂ ଦ୍ବାରା କରାଯାଇଥିବା କହିଛି । ମାତ୍ର ଫାର୍ମ ପକ୍ଷରୁ ଏନେଇ କୌଣସି ସ୍ପଷ୍ଟୀକରଣ ଦେବାକୁ ମନା କରିଦିଆଯାଇଛି ।

ଆମାଜନ ମୁଖ୍ୟ ଜେଫ ବେଜୋସ


ବିଶ୍ବର ସବୁଠୁ ଧନୀ ବ୍ୟକ୍ତିଙ୍କ ସୁରକ୍ଷା ସମ୍ବନ୍ଧିତ ଉଲ୍ଲଂଘନ ସମ୍ପର୍କରେ ନୂଆ ବିବରଣୀ ସେତେବେଳେ ଜଣାପଡୁଛି ଯେତେବେଳେ ବେଜୋସଙ୍କର ତାଙ୍କ ସ୍ତ୍ରୀଙ୍କ ସହ ୨୫ ବର୍ଷ ପରେ ବିବାହ ବିଚ୍ଛେଦ ହୋଇଥିଲା । ଏହି ଅନୁସନ୍ଧାନରେ କେତେକ ତଥ୍ୟ ପଦାକୁ ଆସିଛି ଯେଉଁଥିରେ ବେଜୋସ ଜଣେ ପୂର୍ବତନ ଟେଲଭିଜନ ଉପସ୍ଥାପିକା ଲୋରା ସାଞ୍ଚେଜଙ୍କୁ କରିଥିବା ବ୍ୟକ୍ତିଗତ ମେସେଜ ସବୁ ବାହାରକୁ ଆସିଛି ।

ପରେ ବେଜୋସ କହିଥିଲେ କି ଯେତେ ପର୍ଯ୍ୟନ୍ତ ଏହି ସଂସ୍ଥା କୌଣସି ରାଜନୈତିକ ପ୍ରେରଣ କିମ୍ବା ବାହାରଲୋକଙ୍କ ଦ୍ବାରା ପରିଚାଳିତ ହେଉଥିବା ଜଣାପଡ଼ିନଥିଲା ସେତେପର୍ଯ୍ୟନ୍ତ ସଂସ୍ଥା ତରଫରୁ ଅଧିକ ମେସେଜ ଏବଂ ଫଟୋ ପ୍ରକାଶିତ କରାଯିବାକୁ ନେଇ ଧମକପୂର୍ଣ୍ଣ ସନ୍ଦେଶ ଆସୁଥିଲା ।

ଗାଭିନ ଡି ବେକର ବେଜୋସଙ୍କ ସୁରକ୍ଷା ପରାମର୍ଶଦାତା ପରେ କହିଥିଲେ କି ଏହି ଅନୁସନ୍ଧାନ ପୂର୍ବରୁ ସାଉଦି ସରକାର ବେଜୋସଙ୍କ ଫୋନକୁ ହ୍ୟାକ କରିଥିବା ନେଇ ବିଶ୍ବାସ କରୁଛି । ତେବେ ସେ ଏନେଇ କୌଣସି ପ୍ରତ୍ୟକ୍ଷ ତଥ୍ୟ ଦେଇନଥିବାବେଳେ ‘‘ ଆମର ଯାଞ୍ଚ ଅଧିକାରୀ ଏବଂ ଅନେକ ବିଶେଷଜ୍ଞ ମାନେ କହିଛନ୍ତି କି ବେଜୋସଙ୍କ ମାଲିକାନାରେ ଥିବା ଓ୍ବାଶିଂଟନ ପୋଷ୍ଟ ପକ୍ଷରୁ ସାଉଦି ସରକାରଙ୍କ ଜଣେ ସମାଲୋଚକଙ୍କ ହତ୍ୟାକୁ ଅଧିକ  କଭରେଜ କରାଯାଇଥିବା ଏବଂ ତାଙ୍କର ବ୍ୟବସାୟିକ ପ୍ରତିଦ୍ବନ୍ଦିତା ଯୋଗୁ ଏହି ଆଇନ ବିନ ସଲମାନଙ୍କ ଛବି ଖରାପ ହୋଇଥିଲା । ଏହି  ଖବରକାଗଜ ଗତ ବର୍ଷ ସେଣ୍ଟ୍ରାଲ ଇଣ୍ଟେଲିଜେନ୍ସି ଏଜେନ୍ସି ସାଉଦି ପ୍ରିନ୍ସ ସଲାମାନଙ୍କୁ ୨୦୧୮ରେ ସ୍ତମ୍ଭକାର ଜମାଲ କାଶୋଗୀଙ୍କ ମୃତ୍ୟୁ ସହିତ ଯୋଡ଼ା ଯାଇଥିଲା ।

ବେକର ଗାର୍ଡ଼ିଆନର ଏହି ରିପୋର୍ଟ ଉପରେ କୌଣସି ମନ୍ତବ୍ୟ  ଦେବାକୁ ମନା କରିଦେଇଥିଲେ । ସାଉଦି ଆମ୍ବାସୀ ଏକ ଟୁଇଟ ମାଧ୍ୟମରେ ଏହି ରିପୋର୍ଟ ଉପରେ ପୁଣିଥରେ ଅନୁସନ୍ଧାନ ହେବା ଦରକାର ବୋଲି କହିବ ସହ ଯାହାଦ୍ବାର ପ୍ରକୃତ ସତ୍ୟ ସାମ୍ନାକୁ ଆସିପାରିବ କୁହାଯାଇଛି ।

ଓ୍ବାଶିଂଟନ ପୋଷ୍ଟ ପକ୍ଷରୁ ଏହି ସୂଚନା ଦିଆଯାଇଛି କି ଏହି ଯାଞ୍ଚରୁ ଅନୁମାନ କରାଯାଉଛି କି ପ୍ରିନ୍ସଙ୍କ ହ୍ବାଟସଆପ ସନ୍ଦେଶ ପରେ ବେଜୋସଙ୍କ   ଫୋନ ହ୍ୟାକ ହୋଇଯାଇଥିଲା ।

 
First published: January 22, 2020, 11:22 AM IST