News18 Odia Digital
ପାକିସ୍ତାନ: ସାଉଦି ଆରବ ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନରେ ୧ ବିଲିୟନ ଡଲାରର ପୁଞ୍ଜି ବିନିଯୋଗ ଘୋଷଣା କରିଛି। ଏହି ପୁଞ୍ଜି ବିନିଯୋଗ ଘୋଷଣା ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହାବାଜ ସରିଫ ଓ ସାମରିକ ମୁଖ୍ୟ କମର ଜାଭେଦ ବାଜୱାଙ୍କ ସାଉଦି ଗସ୍ତ ପରେ ଆସିଛି।
ପାକିସ୍ତାନ ବର୍ତ୍ତମାନ ଉଭୟ ଆର୍ଥିକ ଓ ରାଜନୈତିକ ସଙ୍କଟର ସମ୍ମୁଖୀନ ହୋଇଛି। ସାଉଦି ବୈଦେଶିକ ମନ୍ତ୍ରୀ ପ୍ରିନ୍ସ ଫୈଜ ବିନ୍ ଫରହାନ୍ ବିନ୍ ଅବଦୁଲ୍ଲା ଓ ତାଙ୍କ ପାକିସ୍ତାନୀ ପ୍ରତିପକ୍ଷ ବିଲାୱାଲ ଭୁଟ୍ଟୋ ଜରଦାରୀଙ୍କ ମଧ୍ୟରେ ଏକ ଫୋନ୍ କଲରେ ଏହି ଘୋଷଣା କରାଯାଇଛି। ସାଉଦି-ପାକିସ୍ତାନ ସମ୍ପର୍କ, ଆନ୍ତର୍ଜାତୀୟ ପ୍ରସଙ୍ଗ ଉପରେ ଆଲୋଚନା କରିବା ବ୍ୟତୀତ ସାଉଦି ବୈଦେଶିକ ମନ୍ତ୍ରୀ ମଧ୍ୟ ସାଉଦି ଶାସକଙ୍କ ନିର୍ଦ୍ଦେଶ ବିଷୟରେ ସୂଚନା ଦେଇଛନ୍ତି।
ସାଉଦି ପ୍ରେସ ଏଜେନ୍ସି ଅନୁଯାୟୀ, ଦୁଇ ପବିତ୍ର ମସଜିଦର ସଂରକ୍ଷକ ରାଜା ସଲମାନ ବିନ୍ ଅବଦୁଲାଜିଜ ଅଲ ସାଉଦ ପାକିସ୍ତାନର ଅର୍ଥନୀତି ତଥା ପାକିସ୍ତାନୀ ଲୋକଙ୍କ ପ୍ରତି ଆମର ପ୍ରତିବଦ୍ଧତାକୁ ନିଶ୍ଚିତ କରିବା ପାଇଁ ପାକିସ୍ତାନରେ ୧ ବିଲିୟନ ଡଲାର ବିନିଯୋଗ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ପାକିସ୍ତାନରେ ସାଉଦି ଦ୍ୱାରା ୧ ବିଲିଅନ୍ ଡଲାରର ପୁଞ୍ଜି ବିନିଯୋଗକୁ ପାକିସ୍ତାନର ବୈଦେଶିକ ମନ୍ତ୍ରୀ ସ୍ୱାଗତ କରିଛନ୍ତି।
ଏଜେନ୍ସି ଏହାର ରିପୋର୍ଟରେ କହିଛି ଯେ ସାଉଦି ଆରବର ବୈଦେଶିକ ମନ୍ତ୍ରୀ ପ୍ରିନ୍ସ ଫୈଜ ବିନ୍ ଫରହାନ ପାକିସ୍ତାନର ବୈଦେଶିକ ମନ୍ତ୍ରୀ ବିଲାୱାଲ ଭୁଟ୍ଟୋ ଜରଦାରୀଙ୍କୁ ଏହି ସୂଚନା ଦେଇଛନ୍ତି।
ଅର୍ଥନୈତିକ ସଙ୍କଟକୁ ଦୃଷ୍ଟିରେ ରଖି ପାକିସ୍ତାନକୁ ୨୦୨୩ ଆର୍ଥିକ ବର୍ଷରେ ପ୍ରାୟ ୩୦ ବିଲିୟନ ଡଲାରର ଅର୍ଥନୈତିକ ବିନିଯୋଗର ଆବଶ୍ୟକତା ଥିବାବେଳେ ଏହାର ଉପଲବ୍ଧତା ମାତ୍ର ୩୭ ବିଲିୟନ ଡ଼ଲାର। ବନ୍ଧୁତ୍ୱପୂର୍ଣ୍ଣ ଦେଶରୁ ପାକିସ୍ତାନକୁ ୪ ବିଲିୟନ ଡଲାରର ଆର୍ଥିକ ସହାୟତା ମିଳିଛି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।