News 18 Odia Digital
ନୂଆ ଦିଲ୍ଲୀ: କଂଗ୍ରେସରେ ଅଧ୍ୟକ୍ଷ ପଦକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ଅଧ୍ୟକ୍ଷ ପଦ ପାଇଁ ଶଶି ଥରୁର ହିଁ ଉପଯୁକ୍ତ ବୋଲି କୁହାଯାଉଛି। ସୂଚନା ଅନୁଯାୟୀ, ଅକ୍ଟୋବର ୧୭ରେ କଂଗ୍ରେସ ଦଳ ନୂଆ ଅଧ୍ୟକ୍ଷ ଚୟନ କରିବାକୁ ପ୍ରସ୍ତୁତ। ଥିରୁବନ୍ତପୁରମ୍ କଂଗ୍ରେସ ସାଂସଦ ଶଶି ଥରୁର ତାଙ୍କ ପ୍ରାର୍ଥୀ ଘୋଷଣା କରିବା ନେଇ ଏକ ଗୁଜବ ସୃଷ୍ଟି କରିଥିବାରୁ ସେ 'ଅନେକ ପ୍ରାର୍ଥୀ' ସହିତ ପ୍ରତିଯୋଗିତା କରିବାକୁ ଆହ୍ବାନ ଦେଇଥିଲେ। ମାଲାୟାଲମ୍ ଦୈନିକ 'ମାତୃଭୂମୀ' ପାଇଁ ସେ ଲେଖିଥିବା ଏକ ଆର୍ଟିକିଲରେ କଂଗ୍ରେସ ସାଂସଦ କହିଛନ୍ତି ଯେ ନୂଆ ଅଧ୍ୟକ୍ଷ ଚୟନ କରିବା ଦଳର ଆବଶ୍ୟକତା ଅଛି।
୨୦୦୯ରେ ଶଶି ଥରୁର କଂଗ୍ରେସରେ ଯୋଗ ଦେଇଥିଲେ। କେରଳର ଥିରୁବନ୍ତପୁରମ୍ରୁ ସାଂସଦ ହେବା ପରେ ୟୁପିଏ ସରକାର ଅମଳରେ ଥରୁର ବୈଦେଶିକ ବ୍ୟାପାର ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ। ଅଧ୍ୟକ୍ଷ ପଦ ଲାଗି ସେପ୍ଟେମ୍ବର ୨୨ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବ। ସେପ୍ଟେମ୍ବର ୨୪ରୁ ନାମାଙ୍କନ ଦାଖଲ ଆରମ୍ଭ ହୋଇ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ଚାଲିବ। ଅକ୍ଟୋବର ୧ରେ ପ୍ରାର୍ଥୀପତ୍ର ଯାଞ୍ଚ ଓ ଅକ୍ଟୋବର ୮ ତାରିଖ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିନ। ଅକ୍ଟୋବର ୧୭ ତାରିଖରେ ଭୋଟିଂ ହେବ ଏବଂ ୧୯ ତାରିଖରେ ଗଣନା ହେବ।
Published by:Soumyashree Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।