ହୋମ୍ » ଓଡ଼ିଶା ନ୍ୟୁଜ୍ » ଟ୍ରେଣ୍ଡିଙ୍ଗ»Income Tax Department Jobs 2021: ଆୟରକ ବିଭାଗରେ ବାହାରିଛି ନିଯୁକ୍ତି; ମିଳିବ ୧.୪ ଲକ୍ଷ ଦରମା

Income Tax Department Jobs 2021: ଆୟରକ ବିଭାଗରେ ବାହାରିଛି ନିଯୁକ୍ତି; ମିଳିବ ୧.୪ ଲକ୍ଷ ଦରମା

ଆୟକର ବିଭାଗ ନିଯୁକ୍ତି ୨୦୨୧ ଏହାରି ମଧ୍ୟରେ ବିଜ୍ଞପ୍ତି ପ୍ରକାଶ କରିଛି। ଆୟକର ମୁଖ୍ୟ ମୁଖ୍ୟ କମିଶନର, ୟୁପି (ପୂର୍ବ) ଲକ୍ଷ୍ନୌ ଆୟକର ଇନ୍ସପେକ୍ଟର, ଟ୍ୟାକ୍ସ ଆସିଷ୍ଟାଣ୍ଟ ଓ ମଲ୍ଟି ଟାସ୍କିଂ ଷ୍ଟାଫ୍ ପଦବୀ ପାଇଁ ଆପଣ ବି ଚାହିଁଲେ ଆବେଦନ କରିପାରିବେ।

Income Tax Department Jobs 2021: ଆୟରକ ବିଭାଗରେ ବାହାରିଛି ନିଯୁକ୍ତି; ମିଳିବ ୧.୪ ଲକ୍ଷ ଦରମା
ଆୟକର ବିଭାଗରେ ପଦବୀ ଖାଲି ଅଛି (ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: September 15, 2021, 12:27 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ଆୟକର ବିଭାଗ ନିଯୁକ୍ତି ୨୦୨୧ ଏହାରି ମଧ୍ୟରେ ବିଜ୍ଞପ୍ତି ପ୍ରକାଶ କରିଛି। ଆୟକର ବିଭାଗରେ ସରକାରୀ ଚାକିରି ଖୋଜୁଥିବା ଯୁବକମାନଙ୍କ ପାଇଁ ଏହା ଏକ ଖୁସି ଖବର। ଆୟକର ମୁଖ୍ୟ ମୁଖ୍ୟ କମିଶନର, ୟୁପି (ପୂର୍ବ) ଲକ୍ଷ୍ନୌ ଆୟକର ଇନ୍ସପେକ୍ଟର, ଟ୍ୟାକ୍ସ ଆସିଷ୍ଟାଣ୍ଟ ଓ ମଲ୍ଟି ଟାସ୍କିଂ ଷ୍ଟାଫ୍ ପଦବୀ ପାଇଁ ଆପଣ ବି ଚାହିଁଲେ ଆବେଦନ କରିପାରିବେ। ଏଥିପାଇଁ ଆପଣଙ୍କୁ ଆୟକର ବିଭାଗର ୱେବସାଇଟ୍ cometaxindia.gov.in କୁ ଯିବାକୁ ପଡ଼ିବ ।

ତେବେ ଏହି ପଦ ପାଇଁ ଆବେଦନ କରିବାର ଶେଷ ତାରିଖ ହେଉଛି ୩୦ ସେପ୍ଟେମ୍ବର ୨୦୨୧।| ଆୟକର ବିଭାଗ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତି ଅନୁଯାୟୀ ଏହି ନିଯୁକ୍ତି କୋଟା ମାଧ୍ୟମରେ ପୂରଣ ହେବ। ବିଭିନ୍ନ କ୍ରୀଡ଼ାର ଉତ୍କୃଷ୍ଟ ଖେଳାଳିମାନେ ଏଥିପାଇଁ ଆବେଦନ କରିପାରିବେ । ଏହା ଅଧୀନରେ ମୋଟ ୨୮ ଟି ପଦବୀ ଖାଲି ରହିଛି।

ପଦବୀ ବିବରଣୀ

ଆୟକର ନିରୀକ୍ଷକ- ୦୩

ଆୟକର ସହାୟକ - ୧୩

ମଲ୍ଟି ଟାସ୍କିଂ ଷ୍ଟାଫ୍ - ୧୨

ଶିକ୍ଷାଗତ ଯୋଗ୍ୟତା-

ଆୟକର ନିରୀକ୍ଷକ ଓ କର ସହାୟକ - ଏହି ପଦବୀ ପାଇଁ ଇଚ୍ଛୁକ ଥିବା ପ୍ରାର୍ଥୀ ଏକ ସ୍ୱୀକୃତିପ୍ରାପ୍ତ ଅନୁଷ୍ଠାନରୁ ସ୍ନାତକ ଡିଗ୍ରୀ ପାସ୍‌ କରିଥିବା ଉଚିତ। ଟ୍ୟାକ୍ସ ଆସିଷ୍ଟାଣ୍ଟ ପଦ ପାଇଁ ଡାଟା ଏଣ୍ଟ୍ରିର ଗତି ଘଣ୍ଟାରେ ୮ ହଜାର ୱାର୍ଡ଼ ଟାଇପ କରିପାରୁଥିବାର ଆବଶ୍ୟକତା ରହିଛି।

ମଲ୍ଟି ଟାସ୍କିଂ ଷ୍ଟାଫ - ଯେକୌଣସି ସ୍ୱୀକୃତିପ୍ରାପ୍ତ ବୋର୍ଡରୁ ଦଶମ ପାସ କରିଥିବା ଆବଶ୍ୟକତା ରହିଛି।

ବୟସସୀମା

ଆୟକର ନିରୀକ୍ଷକ- ପ୍ରାର୍ଥୀଙ୍କ ବୟସ ୧୮ ରୁ ୩୦ ବର୍ଷ ମଧ୍ୟରେ ହେବା ଉଚିତ

କର ସହାୟକ / MTS- ପ୍ରାର୍ଥୀଙ୍କ ବୟସ ୧୮ ରୁ ୨୭ ବର୍ଷ ମଧ୍ୟରେ ହେବା ଉଚିତ

ଦରମା

ଆୟକର ଇନ୍ସପେକ୍ଟର- ପେ ଲେଭଲ– ୪୪ ହଜାରରୁ ୧୪୨୧୦୦ ଟଙ୍କା

ଟ୍ୟାକ୍ସ ଆସିଷ୍ଟାଣ୍ଟ- ପେ ଲେଭଲ -୨୫,୫୦୦ ରୁ ୮୧,୧୦୦ ମଧ୍ୟରେ ରହିବ

ମଲ୍ଟି ଟାସ୍କିଂ ଷ୍ଟାଫ- ପେ ଲେଭଲ- ୧୮୦୦୦ ରୁ ୫୬୯୦୦ ରହିଛି।

ତେବେ ଇଚ୍ଛୁକ ପ୍ରାର୍ଥୀମାନେ ଆବେଦନ କରିପାରିବେ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।
Published by: Soumya Das
First published: September 15, 2021, 12:27 PM IST