ସଡ଼କ ଦୁର୍ଘଟଣାରେ ସରବଜିତ ସିଂଙ୍କ ପତ୍ନୀ ସୁଖପ୍ରୀତ କୌରଙ୍କ ଦେହାନ୍ତ

ସରବଜିତ ସିଂଙ୍କ ପତ୍ନୀ ସୁଖପ୍ରୀତ କୌରଙ୍କର ଏକ ସଡକ ଦୁର୍ଘଟଣାରେ ମୃତ୍ୟୁ ହୋଇଛି। ଝିଅକୁ ଭେଟିବାକୁ ଯିବା ସମୟରେ ଏପରି ଘଟିଛି ।

ସୁଖପ୍ରୀତ କୌର (ଫାଇଲ ଫଟୋ)

ସୁଖପ୍ରୀତ କୌର (ଫାଇଲ ଫଟୋ)

  • News18 Odia
  • Last Updated :
  • Share this:
News18 Odia Digital

ପାକିସ୍ତାନ ଜେଲରେ ମୃତ୍ୟୁ ହୋଇଥିବା ସରବଜିତ ସିଂଙ୍କ ପତ୍ନୀ ସୁଖପ୍ରୀତ କୌରଙ୍କର ଏକ ସଡକ ଦୁର୍ଘଟଣାରେ ମୃତ୍ୟୁ ହୋଇଛି। ରବିବାର ଦିନ ସୁଖପ୍ରୀତ ତାଙ୍କ ପଡ଼ୋଶୀଙ୍କ ସହ ଝିଅ ସ୍ବପ୍ନଦୀପଙ୍କୁ ଭେଟିବାକୁ ଜଳନ୍ଧର ଯିବା ପାଇଁ ଅମୃତସରକୁ ଯାଉଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା। ଚିକିତ୍ସା ସମୟରେ ଆଜି ସକାଳେ ତାଙ୍କର ମୃତ୍ୟୁ ହୋଇଛି।

ସୂଚନାନୁସାରେ, ଯେତେବେଳେ ସୁଖପ୍ରୀତ କୌର ଅମୃତସରର ଖଜାନା ଚୌକରେ ପହଞ୍ଚିଥିଲେ, ସେତେବେଳେ ସେ ମୋଟରସାଇକେଲରୁ ପଡ଼ିଯାଇଥିଲେ, ଯେଉଁ କାରଣରୁ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ତାଙ୍କୁ ତୁରନ୍ତ ଅମୃତସରର ମହାଜନ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।  ସେଠାରେ ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା।

ଆତଙ୍କବାଦ ଓ ଗୁପ୍ତଚର ମାମଲାରେ ସରବଜିତଙ୍କୁ ପାକିସ୍ତାନୀ କୋର୍ଟ ଦୋଷୀ ସାବ୍ୟସ୍ତ କରିଥିଲେ ଓ ୧୯୯୧ରେ ତାଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଥିଲା। ପ୍ରକାଶ ଥାଉକି, ୨୦୦୮ରେ ସରକାର ସରବଜିତଙ୍କ ନିଷ୍ପତ୍ତିକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ରଖିଥିଲେ। ଏହା ପରେ ଲାହୋରରେ କଏଦୀମାନଙ୍କ ଦ୍ୱାରା ଆକ୍ରମଣରେ ସରବଜିତଙ୍କର ଏପ୍ରିଲ ୨୦୧୩ରେ ମୃତ୍ୟୁ ହୋଇଥିଲା।
Published by:Soumya Das
First published: