ଜେଲରୁ ଆସିବା ପରେ ଫଡ଼ନବିସଙ୍କୁ ପ୍ରଶଂସା କଲେ ସଞ୍ଜୟ ରାଉତ; PMଙ୍କୁ ବି ଭେଟିବେ

ଜେଲରୁ ଫେରିବା ପରେ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସଙ୍କୁ ପ୍ରଶଂସା କରିଛନ୍ତି ସଞ୍ଜୟ ରାଉତ। ଦିଲ୍ଲୀ ଯାଇ ପ୍ରଧାନମନ୍ତ୍ରୀ ମୋଦି ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିବେ ବୋଲି କହିଛନ୍ତି ।

ସଞ୍ଜୟ ରାଉତ (ପ୍ରତୀକାତ୍ମକ ଛବି)

ସଞ୍ଜୟ ରାଉତ (ପ୍ରତୀକାତ୍ମକ ଛବି)

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ମୁମ୍ବାଇ: ବୁଧବାର ସନ୍ଧ୍ୟାରେ ଶିବସେନା ସାଂସଦ ସଞ୍ଜୟ ରାଉତ ମୁମ୍ବାଇର ଆର୍ଥର ରୋଡ ଜେଲରୁ ବାହାରିଥିଲେ। ବାହାରକୁ ଆସିବା ପରେ ରାଉତ ଗୁରୁବାର ଦିନ ଉଦ୍ଧବ ଠାକରେ ଓ ଏନସିପି ମୁଖ୍ୟ ଶରଦ ପାୱାରଙ୍କୁ ଭେଟିଥିଲେ। ବୈଠକ ପରେ ସାମ୍ବାଦିକମାନଙ୍କୁ ପ୍ରତିକ୍ରିୟାରେ ମହାରାଷ୍ଟ୍ରର ଡେପୁଟି ସିଏମ ଦେବେନ୍ଦ୍ର ଫଡନଭିସଙ୍କୁ ପ୍ରଶଂସା କରିଛନ୍ତି। ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା କରି ସେ ୨-୪ ଦିନ ମଧ୍ୟରେ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସଙ୍କୁ ଭେଟି ଜନ କଲ୍ୟାଣ ସହ ଜଡିତ ପ୍ରକଳ୍ପ ବିଷୟରେ ଆଲୋଚନା କରିବେ।

ସଞ୍ଜୟ ରାଉତ କହିଛନ୍ତି ଯେ ସେ ଦିଲ୍ଲୀ ଯାଇ ପ୍ରଧାନମନ୍ତ୍ରୀ ମୋଦି ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିବି। କଂଗ୍ରେସର ଚାଲିଥିବା 'ଭାରତ ଯୋଡ ଯାତ୍ରା' ଦେଶରେ ତିକ୍ତତା ଦୂର କରିବା ପାଇଁ ଏହା ଏକ ଆନ୍ଦୋଳନ।

ରାଜ୍ୟସଭା ସାଂସଦ ଦାବି କରିଛନ୍ତି ଯେ 'ଭାରତ ଯୋଡ ଯାତ୍ରା' ବିଜେପି ବିରୋଧରେ ନୁହେଁ। ସେ କହିଛନ୍ତି, 'ଯାତ୍ରାର ଉଦ୍ଦେଶ୍ୟ ହେଉଛି ଦେଶର ବିଭିନ୍ନ ସ୍ଥାନରୁ ଲୋକଙ୍କୁ ଏକାଠି କରିବା। ବିଜେପି ଏହି ଗସ୍ତକୁ ସ୍ୱାଗତ କରିବା ଉଚିତ୍। ବର୍ତ୍ତମାନର ସିନ୍ଦେ-ବିଜେପି ସରକାର କିଛି ଭଲ ନିଷ୍ପତ୍ତି ନେଇଛନ୍ତି। ଡେପୁଟି ସିଏମ୍ ଦେବେନ୍ଦ୍ର ଫଡନବିସ୍ କିଛି ଭଲ ନିଷ୍ପତ୍ତି ନେଇଛନ୍ତି।
Published by:Soumya Das
First published: