ଶରତ ଶର୍ମା କଳାଗୁରୁ | News18 Odia Digital
ବେଙ୍ଗାଲୁରୁ: କେନ୍ଦ୍ର ମନ୍ତ୍ରୀ ନାରାୟଣ ରାଣେଙ୍କୁ (Narayan Rane) ମହାରାଷ୍ଟ୍ର ମୁଖ୍ୟ ମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ (Uddhav Thackeray)ଚାପୁଡ଼ା ମାରିବା ଅଭିଯୋଗରେ ମଙ୍ଗଳବାର ଦିନ (ଅଗଷ୍ଟ ୨୪) ମହାରାଷ୍ଟ୍ର ପୋଲିସ ଗିରଫ କରିଥିଲା । ସେ କୋର୍ଟରୁ ଜାମିନ ପାଇବା ପରେ ବିଳମ୍ବିତ ରାତିରେ ନିଜ ଘରକୁ ଫେରିଥିଲେ। କର୍ଣ୍ଣାଟକ ରାଜଧାନୀ ବେଙ୍ଗାଲୁରୁ ଗସ୍ତରେ ଆସିଥିବା ଉଦ୍ଧବଙ୍କ ବିଶ୍ୱସ୍ତ ସହଯୋଗୀ ସଞ୍ଜୟ ରାଉତ (Sanjay Raut) ନ୍ୟୁଜ୍୧୮ ସହିତ ଏହି ମାମଲା ବିଷୟରେ କଥା ହୋଇଛନ୍ତି ।
ଶିବସେନା ସାଂସଦ ତଥା ଉଦ୍ଧବ ଠାକରେ ଓ ସ୍ୱର୍ଗତ ବାଲା ସାହେବ ଠାକରେଙ୍କ ଘନିଷ୍ଠ ସହଯୋଗୀ ରହିଥିବା ସଞ୍ଜୟ ରାଉତ ଏକ ଅନୌପଚାରିକ ଗସ୍ତରେ ବେଙ୍ଗାଲୁରୁରେ ଆସିଥିବା ବେଳେ କହିଛନ୍ତି ଯେ ନାରାୟଣ ରାଣେ ଠିକ୍ ଭାବେ କଥା କହିବା ଶିଖିବା ଉଚିତ ଓ ଜଣେ ସମ୍ମାନିତ ମୁଖ୍ୟ ମନ୍ତ୍ରୀଙ୍କୁ ଅସମ୍ମାନ କରିବା ବନ୍ଦ କରିବା ଉଚିତ୍।
ଏହା ବି ପଢ଼ନ୍ତୁ | Jio ପ୍ରାୟ ୧.୫ କୋଟି ମୋବାଇଲ୍ ଗ୍ରାହକଙ୍କ ସହ ଓଡ଼ିଶାରେ ନିଜ ୧ ନମ୍ବର ସ୍ଥାନ ଅଧିକ ସୁଦୃଢ କଲା‘‘ନାରାୟଣ ରାଣେ ଜଣେ କେନ୍ଦ୍ର ମନ୍ତ୍ରୀ । ସେ ଶାସନରେ ଥିବା ଜଣେ ମୁଖ୍ୟ ମନ୍ତ୍ରୀଙ୍କ ବିରୋଧରେ ଅସାମ୍ବିଧାନିକ ଭାଷା ବ୍ୟବହାର କରିବା ଉଚିତ୍ ନୁହେଁ । ଯଦି କେହି ଖରାପ ଭାଷା ବ୍ୟବହାର କରି କୁହନ୍ତି ସେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ (PM Narendra Modi) ଚାପୁଡ଼ା ମାରିବେ, ତେବେ ସେମାନେ (ବିଜେପି ସରକାର) ସେହି ବ୍ୟକ୍ତିଙ୍କ ବିରୋଧରେ ଦେଶଦ୍ରୋହ ଅଭିଯୋଗ ଆଣି ତାଙ୍କୁ ଗିରଫ କରିବେ । ଜଣେ ମୁଖ୍ୟ ମନ୍ତ୍ରୀଙ୍କ ବିରୋଧରେ ସେମିତି ଭାଷା ବ୍ୟବହାର କରିଥିବା ନାରାୟଣ ରାଣେଙ୍କ ପାଇଁ ମଧ୍ୟ ଏହା ପ୍ରଯୁଜ୍ୟ । ପ୍ରୋଟୋକଲ୍ ଓ ସମ୍ମାନ ମାମଲାରେ ମୁଖ୍ୟ ମନ୍ତ୍ରୀ ମଧ୍ୟ ପ୍ରଧାନ ମନ୍ତ୍ରୀଙ୍କ ସହ ସମାନ,’’ କହିଛନ୍ତି ସଞ୍ଜୟ ରାଉତ।
ଏହା ବି ପଢ଼ନ୍ତୁ | ମ୍ୟାଟ୍ରିକ୍ ପାସ୍ କଲେ ଗଞ୍ଜାମ MLA ପୂର୍ଣ୍ଣଚନ୍ଦ୍ର ସ୍ବାଇଁ; B2 ଗ୍ରେଡ୍ ପାଇଲେ; ଇଂରାଜୀରେ ୪୪ ମାର୍କ ରଖିଲେସେ ଆହୁରି କହିଛନ୍ତି, ‘‘ଶିବସେନା ନିଜ ନେତାମାନଙ୍କ ବିରୋଧରେ ଏମିତି କୌଣସି ବିବୃତ୍ତିକୁ ବରଦାସ୍ତ କରିବେ ନାହିଁ । ରାଣେ ନିଜ ଭୁଲରୁ ଶିଖିବା ଉଚିତ୍ । ସାଂସଦ ତଥା କେନ୍ଦ୍ର ମନ୍ତ୍ରୀ ହୋଇ ସେ କ’ଣ କହିବେ ଓ କେମିତି ଶବ୍ଦରେ କହିବେ ତାହା ସେ ଜାଣିବା ଉଚିତ୍। ଶିବସେନା ସହିତ ଲଢ଼ିବାକୁ କାହାରି ସାହସ ନାହିଁ। ସେଥି ପାଇଁ ସେମାନେ ଖରାପ ବିବୃତ୍ତି ଦେଉଛନ୍ତି ।’’
ଏହା ବି ପଢ଼ନ୍ତୁ | ସୌମ୍ୟଙ୍କ ମୃତ୍ୟୁ: ହସପିଟାଲରେ ଜମାନବନ୍ଦୀ ବେଳେ DFO ଥିଲେ; ବିଦ୍ୟାଙ୍କୁ ଶୀଘ୍ର ଜେରା କରାଯିବସୋମବାର ରାତିରେ ମୁମ୍ବାଇରୁ ସିନ୍ଧୁଦର୍ଗ ପର୍ଯ୍ୟନ୍ତ ଚାଲିଥିବା ବିଜେପିର ‘ଜନ ଆଶିର୍ବାଦ୍ ଯାତ୍ରା’ ସମୟରେ ରତ୍ନଗିରି ଜିଲ୍ଲାର ଚିପଲୁନରେ ଏକ ରାଲିରେ ନାରାୟଣ ରାଣେ ଏହି ବିବାଦୀୟ ମନ୍ତବ୍ୟ ଦେଇଥିଲେ । ଏହି ବିଜେପି ନେତା ଦାବି କରିଥିଲେ ଯେ ଉଦ୍ଧବ ଠାକରେ ଅଗଷ୍ଟ ୧୫ରେ ରାଜ୍ୟବାସୀଙ୍କୁ ସମ୍ବୋଧିତ କରିବା ସମୟରେ ଦେଶର ସ୍ୱାଧୀନତା ବର୍ଷ ଭୁଲିଯାଇଥିଲେ ଓ ଭାଷଣ ଦେଉଥିବା ସମୟରେ ନିଜ ସହାୟକମାନଙ୍କୁ ସ୍ୱାଧୀନତା ବର୍ଷ ପଚାରିଥିଲେ ।
ଏହା ବି ପଢ଼ନ୍ତୁ | ମୟୂରଭଞ୍ଜରେ ମାସକର ଶିଶୁ ପୁତ୍ରକୁ ମା’ କୋଳରୁ ଛଡ଼ାଇ ନେଲା, ₹୧,୧୦୦ ଦେଲା, ତା’ ପରେ ବିକିଦେଲା“ସ୍ୱାଧୀନତା ବର୍ଷ ଭୁଲିଯାଇଥିବା ଯୋଗୁଁ ଉଦ୍ଧବ ଠାକରେଙ୍କୁ ମୁଁ ଗୋଟେ ଚାପୁଡ଼ା ମାରିଥାନ୍ତି,”କହିଥିଲେ ରାଣେ । ଏହି ବିବୃତି ପରେ ଶିବସେନା ଓ ବିଜେପି ନେତାମାନଙ୍କ ମଧ୍ୟରେ ବାକ୍ୟ ଯୁଦ୍ଧ ଆରମ୍ଭ ହୋଇଯାଇଥିଲା ।
ଏହା ବି ପଢ଼ନ୍ତୁ | ଚାଲିଗଲେ ବାପି: ଓଡ଼ିଶା କଂଗ୍ରେସର ଯୁବ ନେତା ସଂଗ୍ରାମ କେଶରୀ ଜେନାଙ୍କୁ ଛଡ଼େଇ ନେଲା କରୋନାଜାମିନରେ ଜେଲରୁ ବାହାରକୁ ଆସିବା ପରେ ନାରାୟଣ ରାଣେ ନିଜ ମନ୍ତବ୍ୟକୁ ଠିକ୍ ବୋଲି ବୁଧବାର କହିଛନ୍ତି । “ମୁଁ ସେମିତି କହିଥିଲି କାରଣ ସେ ଆମ ରାଷ୍ଟ୍ର ବିଷୟରେ ଅଜ୍ଞତା ଦେଖାଇଥିଲେ… ଆପଣ ମୋ’ କିଛି କରିପାରିବେ ନାହିଁ । ମୁଁ ଆପଣଙ୍କୁ ଭୟ କରେ ନାହିଁ,’’ କହିଥିଲେ ରାଣେ ।
ବେଙ୍ଗାଲୁରୁର ପୁରୁଣା ବିମାନବନ୍ଦର ରୋଡ୍ର ଲୀଲା ପ୍ୟାଲେସ୍ ହୋଟେଲରେ ରହୁଥିବା ସଞ୍ଜୟ ରାଉତ ପୂର୍ବତନ ପ୍ରଧାନ ମନ୍ତ୍ରୀ ଏଚ.ଡି. ଦେବଗୌଡ଼ ଓ କଂଗ୍ରେସର କେତେକ ବରିଷ୍ଠ ନେତାଙ୍କୁ ଭେଟିବାକୁ ଆସିଛନ୍ତି ବୋଲି ସୂତ୍ରରୁ ପ୍ରକାଶ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।