ମହାରାଷ୍ଟ୍ର ରାଜନୈତିକ ସଂକଟକୁ ନେଇ ଏମିତି କହିଲେ ସଂଜୟ ରାୱତ
News18 Odia Digital
ମୁମ୍ବାଇ: ମହାରାଷ୍ଟ୍ରରେ ଦେଖାଦେଇଥିବା ରାଜନୈତିକ ହାଇ ଭୋଲଟେଜ୍ ଡ୍ରାମା ଆଜି ବି ଜାରି ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ, ଆହୁରି ଅନେକ ବିଧାୟକ ଗୌହାଟି ଯାଇ ସିନ୍ଦେଙ୍କ କ୍ୟାମ୍ପରେ ଯୋଗ ଦେଇଛନ୍ତି। ଏହା ସହିତ ଶିବସେନାର କିଛି ସାଂସଦ ମଧ୍ୟ ସିନ୍ଦେଙ୍କ ସହ ଯୋଗାଯୋଗରେ ଅଛନ୍ତି ।
ମହାରାଷ୍ଟ୍ରର ସିଆତର ହାଇ ଭୋଲଟେଜ୍ ଡ୍ରାମା ଆଜି ଦିନସାରା ଦେଖିବାକୁ ମିଳିଛି। ସେପଟେ ସିନ୍ଦେଙ୍କ ଦଳ ଅଧିକ ଶକ୍ତିଶାଳୀ ହେବାରେ ଲାଗିଛି। ଏପଟେ ଏକନାଥ ସିନ୍ଦେ ଦାବି କରିଛନ୍ତି ଯେ ଶିବସେନା ଏବଂ ସ୍ବାଧୀନ ବିଧାୟକ ମିଶି ମୋଟ ୪୫ ଜଣ ତାଙ୍କ ସହ ଅଛନ୍ତି । ଅନ୍ୟ ପଟେ, ଉଦ୍ଧବ ଠାକରେ ନରମିଥିବା ମନେ ହେଉଛି । ମହାରାଷ୍ଟ୍ରର ଶିବସେନା ନେତା ତଥା ରାଜ୍ୟସଭା ସାଂସଦ ସଞ୍ଜୟ ରାଉତ ବିଦ୍ରୋହୀମାନଙ୍କୁ ପୁଣି ଥରେ କଥାବାର୍ତ୍ତା କରିବାକୁ ବାର୍ତ୍ତା ଦେଇଛନ୍ତି । ଆଲୋଚନା ମାଧ୍ୟମରେ ସମାଧାନର ରାସ୍ତା ବାହାରିପାରିବ ବୋଲି ସେ କହିଛନ୍ତି । ସମସ୍ତ ବିଧାୟଙ୍କ ପାଇଁ ଏବେବି ଦ୍ବାର ଖୋଲା ଅଛି । ଦାସତ୍ବ ପରିବର୍ତ୍ତେ ଆତ୍ମ ସମ୍ମାନ ସହିତ ନିଷ୍ପତ୍ତି ନିଅନ୍ତୁ ବୋଲି ସେ ବିଦ୍ରୋହୀ ବିଧାୟକଙ୍କୁ ଉପଦେଶ ଦେଇଛନ୍ତି ।
ସେପଟେ ଦକ୍ଷିଣ ମୁମ୍ବାଇରେ ଦଳର ବିଧାୟକ ଏବଂ ସାଂସଦମାନଙ୍କ ସହ ଏନସିପି ମୁଖ୍ୟ ଶରଦ ପାୱାରଙ୍କ ବୈଠକ ଆରମ୍ଭ ହୋଇଛି । ଶରଦ ପାୱାରଙ୍କ ବ୍ୟତୀତ ଅଜିତ ପାୱାର, ଛଗନ ଭୁଜବଲ, ଜିତେନ୍ଦ୍ର ଆବଧଙ୍କ ସମେତ ଅନେକ ନେତା ଏହି ସଭାରେ ଉପସ୍ଥିତ ଅଛନ୍ତି । ଏହାପୂର୍ବରୁ ଗତକାଲି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଛାଡି ମାତୋଶ୍ରୀ ସ୍ଥିତ ନିଜ ଘରେ ପହଞ୍ଚିଥିଲେ । ଠାକୁରେ ବର୍ତ୍ତମାନ ସମୟରେ CM ପଦ ଛାଡି ନାହାଁନ୍ତି, କିନ୍ତୁ ସେ ସୂଚାଇ ଦେଇଛନ୍ତି ଯେ ଯଦି ବିଦ୍ରୋହୀମାନେ ଆଗକୁ ଆସି କଥା ହୁଅନ୍ତି, ତେବେ ସେମାନେ ମଧ୍ୟ ଏଥିପାଇଁ ପ୍ରସ୍ତୁତ ଅଛନ୍ତି ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।