News18 Odia Digital
ପାତ୍ର ଚାଲ୍ ସ୍କାମରେ ଫସି ରହିଥିବା ଶିବସେନା ସାଂସଦ ସଞ୍ଜୟ ରାଉତ ବିରୋଧୀଙ୍କୁ ଏକ ଚିଠି ଲେଖିଛନ୍ତି। ଏହି ଚିଠିରେ ସେ ବାଲାସାହେବଙ୍କୁ ମନେ ପକାଇ କହିଛନ୍ତି ଯେ କଠିନ ସମୟରେ ଗୃହ ଭିତରେ ଓ ବାହାରେ ମୋତେ ସମର୍ଥନ କରିଥିବାରୁ ସମସ୍ତଙ୍କୁ ଧନ୍ଯବାଦ। ମନ ଦୁଃଖ କର ନାହିଁ । ଯାହା ଠିକ ତାହା ପାଇଁ ଲଢେଇ କର।
ସଞ୍ଜୟ ରାଉତ କହିଛନ୍ତି ଯେ କେବଳ କଠିନ ସମୟରେ ହିଁ ଜଣା ପଡ଼େ ଯେ ତୁମର ପ୍ରକୃତ ବନ୍ଧୁ କିଏ । ଏହି ଚିଠିରେ ସଞ୍ଜୟ ତାଙ୍କ ବିରୋଧରେ ରାଜନୈତିକ ଷଡ଼ଯନ୍ତ୍ର କରୁଥିବା ବିଜେପି ଓ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି । କିନ୍ତୁ ଶିବସେନା ସାଂସଦମାନେ ମୁଣ୍ଡ ନଇଁବେ ନାହିଁ, ଭାଙ୍ଗିବେ ନାହିଁ । ସେ ଶେଷ ପର୍ଯ୍ଯନ୍ତ ଲଢେଇ କରିବେ ଓ ଭାଙ୍ଗିବେ ନାହିଁ ବୋଲି କହିଛନ୍ତି ସଞ୍ଜୟ କହିଛନ୍ତି ।
ଚିଠିର ଶେଷରେ ସଞ୍ଜୟ ରାଉତ ଆଶା ପ୍ରକଟ କରିଛନ୍ତି ଯେ ଠିକ ସମୟରେ ଆମେ ଜିତିବୁ, ଆମ ଚିନ୍ତାଧାର ଜିତିବ ଓ ଏହି ଦେଶ ଠିକ ଦିଗରେ ଗତି କରିବ । ସେ ସ୍ପଷ୍ଟ ଭାବରେ କହିଛନ୍ତି ବର୍ତ୍ତମାନ ଧୈର୍ଯ୍ୟ ଦେଖାଇବାକୁ ପଡ଼ିବ ଓ ସଂଯମତାର ସହ କାମ କରିବାକୁ ପଡିବ, କିନ୍ତୁ ସମୟ ଆସିଲେ ବିଜୟ ଆମର ହେବ । ଏହି ଚିଠିରେ ସ୍ୱର ଉତ୍ତୋଳନ କରିଥିବାରୁ ସେ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ଧନ୍ଯବାଦ ଦେଇଛନ୍ତି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।