Same Sex Marriage: ସମଲିଙ୍ଗୀ ବିବାହକୁ ମିଳିବ କି ଆଇନଗତ ମାନ୍ୟତା? SC ଜାରି କଲେ ନୋଟିସ

ସମଲିଙ୍ଗୀ ବିବାହକୁ ଆଇନ ଗତ ମାନ୍ୟତା ମିଳିବ କି ନାହିଁ ସେନେଇ ଶୁଣାଣି କରିବେ ସୁପ୍ରିମକୋର୍ଟ। ଏହି ପ୍ରସଙ୍ଗରେ ଆପଣଙ୍କ ମତ କଣ ଆମକୁ କମେଣ୍ଟ କରି ଜଣାନ୍ତୁ।

ସୁପ୍ରିମକୋର୍ଟ

ସୁପ୍ରିମକୋର୍ଟ

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ନୂଆ ଦିଲ୍ଲୀ: ସମଲିଙ୍ଗୀ ଦମ୍ପତିଙ୍କ ସମଲିଙ୍ଗୀ ବିବାହକୁ ଆଇନଗତ ମାନ୍ୟତା ଦାବିରେ ଦାଖଲ କରାଯାଇଥିବା ଆବେଦନ ଉପରେ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ନୋଟିସ ଜାରି କରିଛନ୍ତି ଓ ଏହାର ଜବାବ ମାଗିଛନ୍ତି। ଏହି ଆବେଦନରେ ସମଲିଙ୍ଗୀ ବିବାହ ପାଇଁ ସ୍ୱତନ୍ତ୍ର ବିବାହ ଆଇନ ଆଣିବାକୁ ଦାବି ହୋଇଛି। କୋର୍ଟ ଦର୍ଶାଇଛନ୍ତି ଯେ ଏହି ପ୍ରସଙ୍ଗରେ କେରଳ ସମେତ ବିଭିନ୍ନ ହାଇକୋର୍ଟରେ ବିଚାରାଧୀନ ଥିବା ଆବେଦନଗୁଡିକ ସୁପ୍ରିମକୋର୍ଟକୁ ହସ୍ତାନ୍ତର କରାଯିବ ଓ ଏକତ୍ର ଶୁଣାଣି ହେବ।

ଶୁକ୍ରବାର ଦିନ ସମଲିଙ୍ଗୀ ଦମ୍ପତି ସୁପ୍ରିଓ ଚକ୍ରବର୍ତ୍ତୀ ଓ ହାଇଦ୍ରାବାଦରୁ ଅଭୟ ଡାଙ୍ଗ ଓ ଦିଲ୍ଲୀର ପାର୍ଥା ଫିରୋଜ ମେହେରୋତ୍ରା ଓ ଉଦୟ ରାଜ ଆନନ୍ଦଙ୍କ ଦୁଇଟି ଆବେଦନ ସୁପ୍ରିମକୋର୍ଟରେ ଶୁଣାଣି ପାଇଁ ଆସିଥିଲା। ବରିଷ୍ଠ ଓକିଲ ମୁକୁଲ ରୋହତଗି, ନୀରଜ କିଶନ କୌଲ ଓ ମନେକା ଗୁରୁସ୍ୱାମୀ ଆବେଦନକାରୀଙ୍କ ପକ୍ଷରୁ ହାଜର ହୋଇଥିଲେ।

ଆବେଦନକାରୀଙ୍କ ଉଭୟ ଓକିଲ କୋର୍ଟରେ ଯୁକ୍ତି ଦର୍ଶାଇଛନ୍ତି ଯେ ସ୍ୱତନ୍ତ୍ର ବିବାହ ଆଇନରେ ଆନ୍ତଃ ଧର୍ମ ଓ ଆନ୍ତଃ ଜାତି ବିବାହ ସୁରକ୍ଷିତ, କିନ୍ତୁ ସମଲିଙ୍ଗୀ ଦମ୍ପତିଙ୍କୁ ଏହି ଆଇନରେ ଭେଦଭାବ କରାଯାଇଛି। ସେ କହିଛନ୍ତି ଯେ ସେ କୌଣସି ଧର୍ମ କିମ୍ବା ଏହାର ବିଶ୍ୱାସ ବିଷୟରେ କହୁନାହାଁନ୍ତି, ସେ କେବଳ ସମଲିଙ୍ଗୀମାନଙ୍କୁ ସେମାନଙ୍କର ଅଧିକାର ଦେବା ବିଷୟରେ କହୁଛନ୍ତି।

ବରିଷ୍ଠ ଓକିଲ ମୁକୁଲ ରୋହତଗି କହିଛନ୍ତି ଯେ ନବତେଜ ଜୋହର ମାମଲାରେ ସୁପ୍ରିମକୋର୍ଟ ସମଲିଙ୍ଗୀ ସମ୍ପର୍କକୁ ଅପରାଧୀକରଣ କରିଛନ୍ତି। ସେହିଭଳି ପୁଟ୍ଟସ୍ୱାମୀ ମାମଲାରେ ଗୋପନୀୟତାକୁ ଏକ ମୌଳିକ ଅଧିକାରର ମାନ୍ୟତା ଦିଆଯାଇଥିଲା। ବର୍ତ୍ତମାନ ଏହା ଆବଶ୍ୟକ ଯେ ସମଲିଙ୍ଗୀ ବିବାହକୁ ମଧ୍ୟ ଆଇନଗତ ମାନ୍ୟତା ଦିଆଯିବା ଉଚିତ୍।  ଏହା ଉପରେ ବିଚାରପତିମାନେ କେନ୍ଦ୍ର ସରକାରଙ୍କୁ ୪ ସପ୍ତାହ ମଧ୍ୟରେ ଏହାର ଉତ୍ତର ଦେବାକୁ କହିଛନ୍ତି।

ସେପ୍ଟେମ୍ବର ୬, ୨୦୧୮ରେ ସୁପ୍ରିମକୋର୍ଟର ତତ୍କାଳୀନ ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ନେତୃତ୍ୱରେ ଏକ ପାଞ୍ଚ ଜଣିଆ ଖଣ୍ଡପୀଠ ସମଲିଙ୍ଗୀ ସମ୍ପର୍କ ଉପରେ ଏକ ଏଇତିହାସିକ ରାୟ ଦେଇଥିଲେ। ବିଚାରପତିଙ୍କ ବେଞ୍ଚ ଆଇପିସିର ଧାରା ୩୭୭ ଖଣ୍ଡନ କରିଥିଲେ, ଯାହା ପରେ ଦୁଇ ବୟସ୍କଙ୍କ ମଧ୍ୟରେ ଏକ ସହମତି ଭିତ୍ତିକ ସମ୍ପର୍କକୁ ଅପରାଧ ଭାବରେ ବିବେଚନା କରାଯାଇପାରିବ ନାହିଁ। ଏହି ନିଷ୍ପତ୍ତି ଦେବାବେଳେ କୋର୍ଟ ଏହା ମଧ୍ୟ କହିଥିଲେ, “ସମଲିଙ୍ଗୀ ବ୍ୟକ୍ତିଙ୍କ ପ୍ରତି ସମାଜର ବ୍ୟବହାର ଭେଦଭାବପୂର୍ଣ୍ଣ।  ଆଇନ ମଧ୍ୟ ସେମାନଙ୍କ ପ୍ରତି ଅନ୍ୟାୟ କରିଛି।
Published by:Soumya Das
First published: