News18 Odia Digital
Corona Cases Supreme Court: ୨୪ ଏପ୍ରିଲରେ ଶୁଣାଣି ହେବନି ସମଲିଙ୍ଗୀ ବିବାହ(Same Sex Marriage) ମାମଲା! ସୁପ୍ରିମକୋର୍ଟର ପାଞ୍ଚ ଜଣ ବିଚାରପତିଙ୍କୁ କରୋନା ହୋଇଥିବାରୁ ଏହି ମାମଲାର ଏବେ କୌଣସି ଶୁଣାଣି ହୋଇପାରିବ ନାହିଁ ବୋଲି ସ୍ପଷ୍ଟ ହୋଇଛି ।
ବୃଦ୍ଧି ହେଉଥିବା କରୋନା ମାମଲା ଭିତରେ ସୁପ୍ରିମ କୋର୍ଟ (Supreme Court) ର ବିଚାରପତିଙ୍କୁ ମଧ୍ଯ କରୋନା ସଂକ୍ରମିତ ହୋଇଛି । ଏକାସାଙ୍ଗରେ ୫ ଜଣ ଜଜଙ୍କୁ କୋଭିଡରେ ସଂକ୍ରମିତ ହୋଇଛନ୍ତି । ସେଥିପାଇଁ ସମଲିଙ୍ଗୀ ବିବାହ ୟାଚିକା ଉପରେ କୌଣସି ଶୁଣାଣି ହେବ ନାହିଁ । ପରେ ଏହାର ଶୁଣାଣି ହୋଇପାରେ ବୋଲି ସୂଚନା ମିଳିଛି । ବିଚାରପତିମାନେ କରୋନା ସଂକ୍ରମିତ ଥିବାରୁ କୋର୍ଟ କାର୍ଯ୍ଯରେ ପ୍ରଭାବ ପଡ଼ିବ ବୋଲି ସୂଚନା ମିଳିଛି ।
ପାଞ୍ଚ ଜଣଙ୍କୁ ନେଇ ଗଠିତ ଏକ ଖଣ୍ଡପୀଠ ସମଲିଙ୍ଗୀ ବିବାହ ମାମଲା ଉପରେ ବିଚାର ବିମର୍ଷ କରୁଥିଲେ । ଯେଉଁଥିରେ ପ୍ରଧାନବିଚାରପତି ୱାଇ ଚନ୍ଦ୍ରଚୂଡ଼ ମଧ୍ଯ ସାମିଲ ଅଛନ୍ତି । ପାଞ୍ଚ ଜଣଙ୍କ ମଧ୍ଯରୁ ଜଣେ ସମ୍ୱିଧାନ ପୀଠର ମଧ୍ଯ । ଜଷ୍ଟିସ ଏସ୍ ରବିନ୍ଦ୍ର ଭଟ୍ଟ, ଜଷ୍ଟିସ ଅନିରୁଦ୍ଧ ବୋସ, ଜଷ୍ଟିସ ସଞ୍ଜୀବ ଖନ୍ନା, ଜଷ୍ଟି, ମନୋଜ ମିଶ୍ର ଓ ଜଷ୍ଟିସ ଜେ ବି ପାରଦିବାଲା ସାମିଲ ଅଛନ୍ତି । କିଛି ଦିନ ପୂର୍ବରୁ ଜଷ୍ଟିସ ସୂର୍ଯ୍ଯକାନ୍ତ କୋରନାରେ ସଂକ୍ରମିତ ହୋଇଥିଲେ ।
୩୬ ଦିନ ପରେ ଧରାପଡ଼ିଲେ ଅମୃତପାଲ ସିଂ; ବେଶ ବଦଳାଇ ପୋଲିସକୁ ଦେଉଥିଲେ ଚକମାରିପୋର୍ଟ ଅନୁସାରେ, କୌଣସି ଖଣ୍ଡପୀଠରେ ଜଣେ ଜଜଙ୍କ ଅନୁପସ୍ଥିତରେ ଶୁଣାଣି ରୋକି ଦିଆଯାଏ । ଏପରି ସ୍ଥିତିରେ ସମଲିଙ୍ଗୀ ବିବାହ ମାମଲା ଉପରେ ଶୁଣାଣି ହେବାର ସମ୍ଭାବନା କମ ରହିଛି । ଯଦି ବିଚାରପତିଙ୍କ ସ୍ୱାସ୍ଥ୍ଯ ଠିକ ରୁହେ ତେବେ ଅନଲାଇନ ଶୁଣାଣି ହୋଇପାରେ । ଏହା ଛଡ଼ା ଅନ୍ୟ ଚାରି ଜଜଙ୍କ ସଂକ୍ରମଣ ଯୋଗୁଁ ଅନ୍ୟ ମାମଲାର ମଧ୍ଯ ଶୁଣାଣି ନ ହୋଇପାରେ ।
ସୂଚନାଯୋଗ୍ୟ, ଦିଲ୍ଲୀରେ କୋରନା ମାମଲା ଦିନକ ୁଦିନ ବୃଦ୍ଧି ପାଇବାରେ ଲାଗିଛି । ବତ୍ତମାନ ସଂକ୍ରମଣ ସଂଖ୍ଯା ୬୬,୧୭୦ ରହିଛି । ପ୍ରତିଦିନ ପ୍ରାୟ ୧୦ରୁ ୧୨ ହଜାର କେସ ସାମ୍ନାକୁ ଆସୁଛି । ଗତ ୨୪ ଘଣ୍ଟାରେ କରୋନା ଯୋଗୁଁ ଦିଲ୍ଲୀରେ ଦୁଇ ଜଣଙ୍କ ଜୀବନ ଯାଇଥିବା ବେଳେ ୯୦୯ଜଣ ସୁସ୍ଥ ହୋଇଛନ୍ତି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।