ଅଯୋଧ୍ୟା ରାମ ମନ୍ଦିରରେ ରାମଙ୍କ ମୂର୍ତ୍ତିରେ ନିଶ ରହିବ? ଏକ ନୂଆ ବିବାଦ ଆରମ୍ଭ ହେଲା

ହିନ୍ଦୁତ୍ୱ ନେତା ସମ୍ଭାଜୀ ଭିଡ଼େ କହିଛନ୍ତି ଯେ ଅଯୋଧ୍ୟାରେ ପ୍ରସ୍ତାବିତ ରାମ ମନ୍ଦିରରେ ଭଗବାନ ରାମଙ୍କ ମୂର୍ତ୍ତିରେ ନିଶ ରହିବା ଉଚିତ୍ । ରାମ ମନ୍ଦିରର ମୁଖ୍ୟ ପୁରୋହିତ ଏହାକୁ ବିରୋଧ କରିଛନ୍ତି ।

ପ୍ରଭୁ ରାମଙ୍କ ଏକ ଛବି ଓ (ଡାହାଣ) ହିନ୍ଦୁତ୍ୱ ନେତା ସମ୍ଭାଜୀ ଭିଡ଼େ

ପ୍ରଭୁ ରାମଙ୍କ ଏକ ଛବି ଓ (ଡାହାଣ) ହିନ୍ଦୁତ୍ୱ ନେତା ସମ୍ଭାଜୀ ଭିଡ଼େ

  • Share this:
News18 Odia Digital

ପୁଣେ: ଅଯୋଧ୍ୟାରେ ରାମ ମନ୍ଦିରର (Ayodhya Ram Temple) ଭୂମି ପୂଜନ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ଥିବା ବେଳେ ପ୍ରଭୁ ଶ୍ରୀରାମଙ୍କ ମୂର୍ତ୍ତିକୁ ନେଇ ଏକ ନୂଆ ବିବାଦ ସୃଷ୍ଟି ହୋଇଛି । ହିନ୍ଦୁତ୍ୱ ନେତା ସମ୍ଭାଜୀ ଭିଡ଼େ (Sambhaji Bhide) କହିଛନ୍ତି ଯେ ଅଯୋଧ୍ୟାରେ ପ୍ରସ୍ତାବିତ ମନ୍ଦିରରେ ଭଗବାନ ରାମଙ୍କ ମୂର୍ତ୍ତିର ନିଶ ରହିବା ଉଚିତ୍।

ରାମ ମନ୍ଦିରର 'ଭୁମି ପୂଜନ' (bhoomi pujan) ବୁଧବାର ଉତ୍ତର ପ୍ରଦେଶର ଅଯୋଧ୍ୟାରେ ଅନୁଷ୍ଠିତ ହେବାକୁ ଯାଉଛି । ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି (Narendra Modi) ଏହି ଉତ୍ସବରେ ଯୋଗ ଦେବେ ।

‘‘ମୁଁ ଗୋବିନ୍ଦ ଗିରିଜି ମହାରାଜଙ୍କୁ (ମନ୍ଦିର ଟ୍ରଷ୍ଟର ଜଣେ ଟ୍ରଷ୍ଟି) କହିଛି ଯେ ସେମାନେ ମନ୍ଦିରରେ ସ୍ଥାପନ କରିବାକୁ ଯାଉଥିବା ରାମ ଓ ଲକ୍ଷ୍ମଣଙ୍କ ମୂର୍ତ୍ତିରେ ନିଶ ରହିବା ଉଚିତ୍। ଯଦି ସେମାନେ ଏହି ଭୁଲକୁ ସଂଶୋଧନ ନ କରନ୍ତି (ପ୍ରଭୁ ରାମଙ୍କ ମୂର୍ତ୍ତିରେ ନିଶ ନ ଲଗାନ୍ତି) ତା’ହେଲେ ମନ୍ଦିର ନିର୍ମାଣ ହେଲେ ବି ତାହା ମୋ’ ଭଳି ପ୍ରଭୁ ରାମଙ୍କ ଭକ୍ତଙ୍କ ପାଇଁ ବେକାର୍‌ ହେବ,’’ ସାଙ୍ଗଲିରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା କରିବା ବେଳେ କହିଛନ୍ତି ଭିଡ଼େ ।

ରାମ ମନ୍ଦିର ନିର୍ମାଣ ପାଇଁ ଅଯୋଧ୍ୟାରେ ନାହିଁନଥିବା ଉତ୍ସାହ ଦେଖିବାକୁ ମିଳିଛି । 


ସେ ଆହୁରି କହିଛନ୍ତି ଯେ ରାମ ମନ୍ଦିର ପାଇଁ “ଭୂମି ପୂଜନ” ଆରମ୍ଭ କରିବା ପୂର୍ବରୁ ମନ୍ଦିର ସ୍ଥଳରେ ଛତ୍ରପତି ଶିବାଜୀ ମହାରାଜଙ୍କର ଏକ ପ୍ରତିମା ପୂଜା କରାଯିବା ଉଚିତ୍ ।

ଶ୍ରୀ ଶିବପ୍ରତିଷ୍ଠାନ୍ ହିନ୍ଦୁସ୍ତାନ ନାମକ ସଂସ୍ଥାର ମୁଖ୍ୟ ଥିବା ଭୀଡ଼େ ଲୋକଙ୍କୁ ଅଗଷ୍ଟ ୫ ତାରିଖର ରାମ ମନ୍ଦିର ଭୂମି ପୂଜନ ଉତ୍ସବକୁ ଦୀପାବଳି ଓ ଦଶହରା ପରି ପାଳନ କରିବାକୁ ନିବେଦନ କରିଛନ୍ତି ।

ଏହା ବି ପଢ଼ନ୍ତୁ: ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ: ମୁମ୍ବାଇ ପୋଲିସର ଅବହେଳାରୁ ଦିଶାଙ୍କ ମୃତ୍ୟୁ ସହ ଜଡ଼ିତ ଫାଇଲ୍ ଡିଲିଟ୍ ହୋଇଛି

ଏହା ବି ପଢ଼ନ୍ତୁ: ନିଜ ପ୍ରେମକୁ ଲୁଚାଇବାକୁ ହତ୍ୟାକାରୀ ହେଲା ଭଉଣୀ, ପ୍ରେମିକ ସହ ମିଶି ସାନ ଭାଇକୁ ମାରିଦେଲା

ଭଗବାନ ରାମଚନ୍ଦ୍ରଙ୍କ ମୂର୍ତ୍ତିର ନିଶ ରଖିବାକୁ ଭିଡ଼େଙ୍କ ଦାବିକୁ ନେଇ ରାମ ମନ୍ଦିରର ମୁଖ୍ୟ ପୁରୋହିତ ସତ୍ୟେନ୍ଦ୍ର ଦାସ ତାଙ୍କୁ ସମାଲୋଚନା କରିଛନ୍ତି । ସେ କହିଛନ୍ତି, ‘‘ସମ୍ଭାଜୀ ଭିଡ଼େ ଅଜ୍ଞାନ । ସେ ପ୍ରଭୁ ରାମଙ୍କ ବିଷୟରେ ଜାଣନ୍ତି ନାହିଁ । ଭଗବାନ କଦାପି ବୃଦ୍ଧ ହୁଅନ୍ତି ନାହିଁ । ସେ ସର୍ବଦା ୧୬ ବର୍ଷ ବୟସର । ସମ୍ଭାଜୀ ଭିଡ଼େ ଏପରି ବିବୃତ୍ତି ଦେଇ ହିନ୍ଦୁ ପରିବାରରେ ବିବାଦ ସୃଷ୍ଟି କରୁଛନ୍ତି ।’’



ନିକଟରେ ଏନସିପି ମୁଖ୍ୟ ଶରଦ ପାୱାର ଏକ ବିବୃତିରେ କହିଥିଲେ ଯେ କିଛି ଲୋକ ଭାବୁଛନ୍ତି ଏକ ମନ୍ଦିର ନିର୍ମାଣ କରିଦେଲେ କରୋନା ମହାମାରୀ (COVID-19) ଦୂର କରିବାରେ ସହାୟକ ହେବ । ଏହା ଉପରେ ପ୍ରତିକ୍ରିୟା ଦେଇ ଭିଡ଼େ କହିଛନ୍ତି ଯେ ପାୱାର୍‌ ଜଣେ ଭେଟେରାନ ରାଜନେତା ଓ ସମ୍ମାନିତ ବ୍ୟକ୍ତି, ତେଣୁ ସେ ସେହି ପରି ବିବୃତି ଦେବା ଉଚିତ୍ ନ ଥିଲା ।

‘‘ବାସ୍ତବରେ ସେ (ପାୱାର) ନିମନ୍ତ୍ରିତ ନ ମିଳିଲେ ବି 'ଭୁମି ପୂଜନ' ସମାରୋହକୁ ଯିବା ଉଚିତ୍ । ସେ ସେଠାରେ ସମଗ୍ର ମହାରାଷ୍ଟ୍ରର ପ୍ରତିନିଧିତ୍ୱ କରିବେ,’’ କହିଛନ୍ତି ଭିଡ଼େ ।
Published by:Anand Shankar Thankur Das
First published: