ଏକ ସାଙ୍ଗେ ଆତ୍ମହତ୍ୟା କଲେ ଗୋଟିଏ ପରିବାରର ୫ ଲୋକ; କାରଣ ଅସ୍ପଷ୍ଟ

ଗୋଟିଏ ପରିବାରର ପାଞ୍ଚଜଣ ସଦସ୍ୟ ଏକ ସାଙ୍ଗରେ ଆତ୍ମହତ୍ୟା କରିଛନ୍ତି। ଏଭଳି ଘଟଣା ଘଟିଛି ବିହାରର ବିଦ୍ୟାପତି ଥାନା ଅଧୀନ ସମସ୍ତିପୁର ଅଞ୍ଚଳରେ। ଘର ଭିତରୁ ଏପର୍ଯ୍ୟନ୍ତ କୌଣସି ସୁଇସାଇଡ଼ ନୋଟ ମିଳିନାହିଁ।

ଆତ୍ମହତ୍ୟା କଲେ ପରିବାରର ୫ସଦସ୍ୟ (ପ୍ରତୀକାତ୍ମକ ଛବି)

ଆତ୍ମହତ୍ୟା କଲେ ପରିବାରର ୫ସଦସ୍ୟ (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଗୋଟିଏ ପରିବାରର ପାଞ୍ଚଜଣ ସଦସ୍ୟ ଏକ ସାଙ୍ଗରେ ଆତ୍ମହତ୍ୟା କରିଛନ୍ତି। ଏଭଳି ଘଟଣା ଘଟିଛି ବିହାରର ବିଦ୍ୟାପତି ଥାନା ଅଧୀନ ସମସ୍ତିପୁର ଅଞ୍ଚଳରେ। ଘର ଭିତରୁ ଏପର୍ଯ୍ୟନ୍ତ କୌଣସି ସୁଇସାଇଡ଼ ନୋଟ ମିଳିନାହିଁ।

ଗୋଟିଏ ପରିବାରର ପାଞ୍ଚଜଣ ସଦସ୍ୟଙ୍କ ଆତ୍ମହତ୍ୟା ହେତୁ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ମୃତକଙ୍କ ମଧ୍ୟରେ ମନୋଜ ଝା (୪୨), ତାଙ୍କ ପତ୍ନୀ ସୁନ୍ଦରମଣି ଦେବୀ (୩୮), ମାତା ସୀତା ଦେବୀ (୬୫), ପୁଅ ସତ୍ୟମ୍ (୧୦) ଓ ପୁଅ ଶିବମ୍ (୭) ରହିଛନ୍ତି। ରବିବାର ସକାଳେ ଯେତେବେଳେ ଘରୁ କେହି ବାହାରିନଥିଲେ ପଡ଼ୋଶୀମାନେ କବାଟ ଭାଙ୍ଗି ଘର ଭିତରେ ପଶିଥିଲେ। ଘରେ ଏକ ଫ୍ୟାନରେ ୫ ଜଣ ଝୁଲୁଥିବାର ଦେଖିବାକୁ ପାଇଥିଲେ।

କିଛି ଦିନ ଧରି ଆର୍ଥିକ ସମସ୍ୟାକୁ ନେଇ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡା ହେଉଥିବାରୁ ଏହା ହିଁ ଆତ୍ମହତ୍ୟାର କାରଣ ହୋଇପାରେ ବୋଲି ପଡୋଶୀମାନେ କହିଛନ୍ତି । ଏ ବାବଦରେ ସୂଚନା ପାଇବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି ।
Published by:Soumya Das
First published: