News18 Odia Digital
ମେରଠ: ପେଟ୍ରୋଲ-ଡିଜେଲର ଦର ବୃଦ୍ଧି (Petrol-Diesel Price) ରାସ୍ତାରୁ ନେଇ ସଂସଦ ପର୍ଯ୍ୟନ୍ତ ଏକ ବିରୋଧାଭାସ ସୃଷ୍ଟି ହୋଇଛି । ଏଭଳି ପରିସ୍ଥିତିରେ ସମାଜବାଦୀ ପାର୍ଟିର (Samajwadi Party) କିଛି କାର୍ଯ୍ୟକର୍ତ୍ତା ପେଟ୍ରୋଲ ଦରକୁ ବିରୋଧ କରିବାର ଏକ ନିଆରା ଉପାୟ ପ୍ରସ୍ତୁତ କରିଥିଲେ । ମେରଠରେ ଏକ ବିବାହ ସମାରୋହରେ ସମାଜବାଦୀ କର୍ମୀମାନେ ନିଜ ଝିଅକୁ ପେଟ୍ରୋଲ ବୋତଲ ଉପହାର କରିଥିଲେ । ମେରଠର ହାସ୍ତିନାପୁର ପୋଲିସ ଷ୍ଟେସନ ଅଞ୍ଚଳର ଆଲିପୁର ମୋର୍ନା ଗ୍ରାମରେ ସମାଜବାଦୀକର୍ମୀମାନେ ଏକ ବିବାହ ଉତ୍ସବରେ ପହଞ୍ଚି ସେଠାରେ ୨ ଲିଟର ପେଟ୍ରୋଲ ବୋତଲ ଉପହାର ଦେଇଥିଲେ । ଏହା ସହିତ ପେଟ୍ରୋଲ- ଡିଜେଲର ଦର ବୃଦ୍ଧି ନେଇ ଏକ ପ୍ରତିବାଦ ମଧ୍ୟ କରିଥିଲେ ।
ବାସ୍ତବରେ ମେରଠର ଜଣେ ସମାଜବାଦୀ ପାର୍ଟିର କର୍ମୀ ବାବୁରାମ ନିଜେ ନିଜ ଝିଅର ବିବାହର ଉପହାର ଭାବରେ ପେଟ୍ରୋଲ ବୋତଲ ଦେଇଥିଲେ । ସେ କହିଛନ୍ତି ଯେ ଯଦି ଏହିଭଳି ଭାବେ ପେଟ୍ରୋଲର ଦର ବଢ଼ି ଚାଲେ ତେବେ ପେଟ୍ରୋଲ ଉପହାର ସ୍ୱରୂପ ଦେବା ଯୋଗ୍ୟ ରହିବ । ପେଟ୍ରୋଲ ଦର ଉପରେ ମଧ୍ୟ ସେ ସରକାରଙ୍କୁ କଠୋର ଟାର୍ଗେଟ କରିଛନ୍ତି ।
ସରକାରଙ୍କୁ ସତର୍କ କରାଇବାକୁ ଚେଷ୍ଟାସମାଜବାଦୀ ପାର୍ଟିର ପୂର୍ବତନ ସାଧାରଣ ସମ୍ପାଦକ କିଶୋର ବାଲ୍ମୀକ କହିଛନ୍ତି ଯେ ପେଟ୍ରୋଲ ଉପହାର ଦେଇ ଆମେ ଜଣେ ଶ୍ରମିକଙ୍କ ଝିଅର କନ୍ୟାଦାନ ଦାନ କରିଛୁ । ସେ କହିଛନ୍ତି ଯେ ଆଜି ଦେଶ ତଥା ରାଜ୍ୟରେ ପେଟ୍ରୋଲ ଓ ଡିଜେଲର ଦର ଯେପରି ବଢୁଛି, ଏହାକୁ ଦୃଷ୍ଟିରେ ରଖି ସେମାନେ ଏହି ବିରୋଧର ପଦ୍ଧତି ଗ୍ରହଣ କରିଛନ୍ତି । କିଶୋର ବାଲ୍ମୀକ କହିଛନ୍ତି ଯେ ଏହାର ଉଦ୍ଦେଶ୍ୟ କେବଳ କେନ୍ଦ୍ର ଓ ରାଜ୍ୟର ମୂକ ଓ ବଧିର ସରକାରଙ୍କୁ ସଚେତନ କରିବା । ସେ କହିଛନ୍ତି ଯେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧିକୁ ସମଗ୍ର ଦେଶରେ ବିରୋଧ କରାଯାଉଛି । ଆଜି କୃଷକ, ଶ୍ରମିକ ଓ ଗରିବ ଲୋକ ମୁଦ୍ରାସ୍ଫୀତିର ସମ୍ମୁଖୀନ ହେଉଛନ୍ତି ।
Published by:Jagdish Barik
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।