ଗୁଜୁରାଟରେ ପ୍ରଥମ ଥର ପାଇଁ ଆଗୁଆ ସମାଜବାଦୀ ପାର୍ଟି
- News18 Odia
- Last Updated :
- New Delhi, India
News 18 Odia Digital
ନୂଆଦିଲ୍ଲୀ: ଗୁଜୁରାଟ ପ୍ରଥମ ଥର ପାଇଁ ଇତିହାସ ରଚିବାକୁ ଯାଉଛି। କାରଣ ପ୍ରଥମ ଥର ପାଇଁ ସମାଜବାଦି ପାର୍ଟି ବିଜୟ ଆଡକୁ ଗତି କରୁଛି। ଗୁଜୁରାଟ ବିଧାନସଭା ନିର୍ବାଚନ ପାଇଁ ପୋରବନ୍ଦରର କୁଟିଆନା ନିର୍ବାଚନମଣ୍ଡଳୀରୁ ସମାଜବାଦୀ ପାର୍ଟି ନେତା କାନ୍ଧଲ ଜାଡେଜା ନେତୃତ୍ୱ ନେଉଛନ୍ତି।
କାନ୍ଧଲ ଜାଡେଜା ଭାରତୀୟ ଜନତା ପାର୍ଟିର ଡେଲିବେନ୍ ମାଲଦେବାଇ ଓଡେଡାରା, ଆମ୍ ଆଦମୀ ପାର୍ଟିର ଭୀମଭାଇ ଦାନଭାଇ ମାକୱାନା ଏବଂ INC ର ନାଥଭାଇ ଭୁରଭାଇ ଓଡେଡାରାଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ସକାଳ ୧୧ଟା ପର୍ଯ୍ୟନ୍ତ ଜାଡେଜା ୧୧୦୦୦ ଭୋଟରେ ଆଗୁଆ ରହିଥିଲେ। ପାଖାପାଖି ୫୫୦୦ ଭୋଟ ସହିତ ବିଜେପି ପ୍ରାର୍ଥୀମାନେ ଦ୍ୱିତୀୟ ସ୍ଥାନରେ ଥିବାବେଳେ AAP ପ୍ରାର୍ଥୀମାନେ ପ୍ରାୟ ୩୩୦୦ ସହିତ ତୃତୀୟ ସ୍ଥାନରେ ରହିଥିଲେ। କଂଗ୍ରେସ ପ୍ରାର୍ଥୀ ଏପର୍ଯ୍ୟନ୍ତ ୨୦୦୦ରୁ କମ୍ ଭୋଟ୍ ସହ ଚତୁର୍ଥ ସ୍ଥାନରେ ରହିଛନ୍ତି।
Published by:Soumyashree Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।