କଟ୍ରିନା କୈଫଙ୍କ ଜନ୍ମ ଦିନରେ ସଲମାନ ଖାନ୍ ସ୍ପେଶାଲ ଉପାୟରେ ଶୁଭେଚ୍ଛା ଜଣେଇଲେ, ଫଟୋ ଶେୟାର କଲେ

କଟ୍ରିନାଙ୍କୁ ଶୁଭେଚ୍ଛା ଜଣାଇବାର ସଲମାନଙ୍କ ଏହି ଶୈଳୀ ପ୍ରଶଂସକମାନଙ୍କୁ ଖୁବ୍ ପସନ୍ଦ ଆସିଛି । ତାଙ୍କର ଏହି ଫଟୋ ବି ଭାଇରାଲ ହେବାରେ ଲାଗିଛି ।

କଟ୍ରିନା କୈଫଙ୍କ ଜନ୍ମ ଦିନରେ ସଲମାନ ଖାନ୍ ସ୍ପେଶାଲ ଉପାୟରେ ଶୁଭେଚ୍ଛା ଜଣେଇଲେ, ଫଟୋ ଶେୟାର କଲେ
ସଲମାନ ଶେୟାର୍ କରିଥିବା ଫଟୋ
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ମୁମ୍ବାଇ: ବଲିଉଡ  (Bollywood) ଅଭିନେତ୍ରୀ କଟ୍ରିନା କୈଫ (Katrina Kaif) ଆଜି (ଜୁଲାଇ ୧୬ରେ) ନିଜର ୩୭ତମ ଜନ୍ମ ଦିନ ପାଳନ କରୁଛନ୍ତି । ତାଙ୍କ ଜନ୍ମଦିନ ଅବସରରେ ସୋସିଆଲ ମିଡ଼ିଆରେ (Social Media) ତାଙ୍କ ପ୍ରଶଂସକ ଓ ସାଙ୍ଗମାନେ ତାଙ୍କୁ ଜନ୍ମ ଦିନରେ ଅଭିନନ୍ଦନ ଜଣାଇଛନ୍ତି । ଅନେକ ସେଲିବ୍ରିଟି ମଧ୍ୟ ତାଙ୍କୁ ଶୁଭେଚ୍ଛା ଜ୍ଞାପନ କରିଛନ୍ତି । ହେଲେ ସମସ୍ତେ ସଲମନ ଖାନଙ୍କ  (Salman Khan) ଶୁଭେଚ୍ଛାକୁ ଅପେକ୍ଷା କରିଥିଲେ । ବର୍ତ୍ତମାନ ସଲମାନ ମଧ୍ୟ ସୋସିଆଲ ମିଡ଼ିଆ ମାଧ୍ୟମରେ କଟ୍ରିନାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସଲମାନ ଖୁବ୍‌ ଖାସ୍‌ ଷ୍ଟାଇଲରେ କଟ୍ରିନାଙ୍କୁ ଏହି ଶୁଭେଚ୍ଛା ଜଣାଇଛନ୍ତି । ସଲମାନଙ୍କ ଜନ୍ମ ଦିନ ପୋଷ୍ଟ ଉପରେ ଲୋକେ ପ୍ରତିକ୍ରିୟା ରଖିଚାଲିଛନ୍ତି ।

ନିକଟରେ ସଲମାନ ଖାନ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ କଟ୍ରିନା କୈଫଙ୍କ ସହ ଏକ ଫଟୋ ସେୟାର କରିଥିଲେ । ସେହି ଫଟୋକୁ ଦେଖି ଆପଣଙ୍କୁ ସେମାନଙ୍କର ଗୋଟେ ଫିଲ୍ମ ମନେପଡ଼ିଯିବ । ବାସ୍ତବରେ ଯେଉଁ ଫଟୋ ସହିତ ସଲମାନ କଟ୍ରିନାଙ୍କୁ ଜନ୍ମ ଦିନର ଶୁଭେଚ୍ଛା ଜଣାଇଛନ୍ତି, ସେହି ଫଟୋ ଦୁଇ ଜଣଙ୍କ ବ୍ଲକବଷ୍ଟର୍‌ ଫିଲ୍ମ ‘ଟାଇଗର ଜିନ୍ଦା ହୈ'ର ରୋମାଣ୍ଟିକ ଗୀତ ‘ଦିଲ ଦିୟା ଗଲ୍ଲାଁ'ରୁ ନିଆଯାଇଛି । ସେଥିରେ କଟ୍ରିନା ଏକ ଗୋଲାପୀ ରଙ୍ଗର ପୋଷାକରେ ବହୁତ ସୁନ୍ଦର ଦେଖାଯାଉଛନ୍ତି ଓ ସଲମାନ ମଧ୍ୟ କଳା ରଙ୍ଗର ପୋଷାକରେ କିଛି କମ୍ ଦେଖାଯାଉ ନାହାନ୍ତି ।

ଏଇଠି ଦେଖନ୍ତୁ ସେହି ଫଟୋ ଓ ସଲମାନ ଖାନଙ୍କ ଖାସ୍‌ ବର୍ଥଡେ ପୋଷ୍ଟ୍‌ ।








View this post on Instagram





Happy bday Katrina . . @katrinakaif


A post shared by Salman Khan (@beingsalmankhan) on






କଟ୍ରିନାଙ୍କ ପାଇଁ ଜନ୍ମ ଦିନ ପୋଷ୍ଟରେ ସଲମାନ ତ ବିଶେଷ ଫଟୋ ସେୟାର କରିଛନ୍ତି, କିନ୍ତୁ କ୍ୟାପସନ୍‌ ସେ ବହୁତ ସରଳତାର ସହ ଲେଖିଛନ୍ତି । ସଲମାନ ଫଟୋ ସହିତ କ୍ୟାପସନରେ ଲେଖିଛନ୍ତି ‘‘ହ୍ୟାପି ବର୍ଥଡେ କଟ୍ରିନା’’ । ଏହି ପୋଷ୍ଟରେ ସେ କଟ୍ରିନା କୈଫଙ୍କୁ ବି ଟ୍ୟାଗ୍‌ କରିଛନ୍ତି । କଟ୍ରିନାଙ୍କୁ ଶୁଭେଚ୍ଛା ଜଣାଇବାର ସଲମାନଙ୍କ ଏହି ଶୈଳୀ ପ୍ରଶଂସକମାନଙ୍କୁ ଖୁବ୍‌ ପସନ୍ଦ ଆସିଛି । ତାଙ୍କର ଏହି ଫଟୋ ବି ଭାଇରାଲ ହେବାରେ ଲାଗିଛି ।

ଏହା ବି ପଢ଼ନ୍ତୁ: ରିୟା ଚକ୍ରବର୍ତ୍ତୀଙ୍କୁ ବଳାତ୍କାର ଓ ହତ୍ୟା ଧମକ ମିଳୁଛି; ସାଇବର୍ କ୍ରାଇମ୍ ସେଲ୍‌ରୁ ସାହାଯ୍ୟ ମାଗିଲେ

ଏହା ବି ପଢ଼ନ୍ତୁ: ସୁଶାନ୍ତ ସିଂ ରାଜପୁତ ଡିପ୍ରେସନର ଚିକିତ୍ସା ପାଇଁ ହିନ୍ଦୁଜା ହସପିଟାଲରେ ୭ ଦିନ ଭର୍ତ୍ତି ହୋଇଥିଲେ

କଟ୍ରିନା କୈଫ ଜଣେ ମଡେଲ ଭାବରେ ନିଜର କରିଅର୍ ଆରମ୍ଭ କରିଥିଲେ । ଏହି ଅଭିନେତ୍ରୀ ଲଣ୍ଡନରେ (London) ମଡେଲିଂ କରୁଥିଲେ । ସେଠି ବଲିଉଡ ନିର୍ଦ୍ଦେଶକ କୈଜାଦ୍ ମୁସ୍ତାଦ୍ ତାଙ୍କୁ ଦେଖିଥିଲେ ଓ ସେ ତାଙ୍କୁ ଗୋଟେ ଫିଲ୍ମ ଅଫର୍‌ କରିଥିଲେ । କଟ୍ରିନାଙ୍କ ପ୍ରଥମ ହିନ୍ଦୀ ଚଳଚ୍ଚିତ୍ର ଥିଲା 'ବୁମ୍' । ଏହା ୨୦୦୩ ମସିହାରେ ରିଲିଜ୍‌ ହୋଇଥିଲା ।
Published by: Anand Shankar Thankur Das
First published: July 16, 2020, 8:54 PM IST
corona virus btn
corona virus btn
Loading