ସଲମାନ ଖାନଙ୍କ ଡ୍ରାଇଭର ଓ ଦୁଇଜଣ କର୍ମଚାରୀଙ୍କୁ ହେଲା କରୋନା; ନିଜକୁ ବିଚ୍ଛିନ୍ନ କଲେ

ଡ୍ରାଇଭର ଓ ଦୁଇ ଜଣ କର୍ମଚାରୀଙ୍କଠାରୁ କରୋନା ପଜିଟିଭ ଆସିବା ପରେ ଅଭିନେତା ସଲମାନ ଖାନ ନିଜକୁ ବିଚ୍ଛିନ୍ନ କରିଛନ୍ତି । ଏହି ସମୟ ମଧ୍ୟରେ ସେ କାହାକୁ ଭେଟୁନାହାଁନ୍ତି । ସଲମାନ ଖାନ ଆଜିକାଲି ବିଗ୍ ବସ୍ -୧୪ ହୋଷ୍ଟ କରୁଛନ୍ତି ।

ସଲମାନ ଖାନଙ୍କ ଡ୍ରାଇଭର ଓ ଦୁଇଜଣ କର୍ମଚାରୀଙ୍କୁ ହେଲା କରୋନା; ନିଜକୁ ବିଚ୍ଛିନ୍ନ କଲେ
ସଲମାନ ଖାନଙ୍କ ଡ୍ରାଇଭର ଓ ଦୁଇଜଣ କର୍ମଚାରୀଙ୍କୁ କରୋନା ହେଲା
  • News18 Odia
  • Last Updated: November 19, 2020, 10:25 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ମୁମ୍ବାଇ: ବଲିଉଡ ଅଭିନେତା ସଲମାନ ଖାନଙ୍କ (Bollywood) ଡ୍ରାଇଭର ଓ ଦୁଇଜଣ କର୍ମଚାରୀଙ୍କଠାରୁ କରୋନା ରିପୋର୍ଟ ପଜିଟିଭ (Corona Positive) ଆସିଛି । ଡ୍ରାଇଭର ଓ କର୍ମଚାରୀଙ୍କ ବିଷୟରେ ସୂଚନା ପାଇବା ପରେ ସଲମାନ ଖାନ ନିଜକୁ ବିଚ୍ଛିନ୍ନ କରିଛନ୍ତି । ସଲମାନ ଖାନ ଆଜିକାଲି ବହୁତ ବ୍ୟସ୍ତ ଅଛନ୍ତି ଓ ବିଗ୍ ବସ୍ -୧୪ ହୋଷ୍ଟ କରୁଛନ୍ତି । ଏଭଳି ପରିସ୍ଥିତିରେ ସଲମାନ ଖାନ ଆଗାମୀ କିଛି ଏପିସୋଡରେ ଦେଖାଯିବେ କି ନାହିଁ ଏହାର ସୂଚନା ଏପର୍ଯ୍ୟନ୍ତ ସୂଚନା ମିଳିନାହିଁ ।

ସୂଚନାନୁସାରେ ସଲମାନ ଖାନଙ୍କ ଗାଡ଼ି ଚଳାଉଥିବା ଡ୍ରାଇଭରର କରୋନା ରିପୋର୍ଟ ପଜିଟିଭ ଆସିବା ପରେ ତାଙ୍କ ସହ ଯୋଗାଯୋଗ କରିଥିବା ଅନ୍ୟ କର୍ମଚାରୀଙ୍କ ମଧ୍ୟ ଟେଷ୍ଟ କରାଯାଇଥିଲା । ଏହା ପରେ ସଲମାନଙ୍କ ଅନ୍ୟ ଦୁଇ କର୍ମଚାରୀଙ୍କଠାରୁ କରୋନା ପଜିଟିଭ୍ ମିଳିଥିଲା ​​। କୁହାଯାଏ ଯେ ଏହି ଖବର ପରେ ଅଭିନେତା ସଲମାନ ଖାନ ନିଜକୁ ବିଚ୍ଛିନ୍ନ କରିଛନ୍ତି ।

ଏହି ସମୟ ମଧ୍ୟରେ ସେ କାହାକୁ ଭେଟୁନାହାଁନ୍ତି । ଲକଡାଉନ୍ ପରଠାରୁ ସୁଟିଂ କରାଯିବାକୁ ନିଷେଧ କରାଯାଇଛି । ଯଦିଓ ମହାରାଷ୍ଟ୍ରରେ କରୋନା ମାମଲା କମ୍ ଦେଖାଯାଉଛି ତଥାପି ସଙ୍କଟ ଦୂର ହୋଇନାହିଁ । କରୋନା ମାମଲାରେ ଏହି ସମୟରେ ମହାରାଷ୍ଟ୍ରରେ ୧୭ ଲକ୍ଷ ସଂଖ୍ୟା ଅତିକ୍ରମ କରିଛି । ମହାରାଷ୍ଟ୍ରରେ ୧୭ ଲକ୍ଷ ୫୭ ହଜାରରୁ ଅଧିକ କରୋନା ମାମଲା ରୁଜୁ ହୋଇଥିବା ବେଳେ ୪୬ ହଜାର ୨୦୦ ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଛି ।
Published by: Jagdish Barik
First published: November 19, 2020, 10:25 AM IST
corona virus btn
corona virus btn
Loading