ହୋମ୍ » ଓଡ଼ିଶା ନ୍ୟୁଜ୍ » ଟ୍ରେଣ୍ଡିଙ୍ଗ»ସଲମାନ ଖାନ ଲଗାଇଲେ କରୋନା ଟିକା; TWEET କରି କହିଲେ - 'ଆଜି ପ୍ରଥମ ଡୋଜ ନେଲି'

ସଲମାନ ଖାନ ଲଗାଇଲେ କରୋନା ଟିକା; TWEET କରି କହିଲେ - 'ଆଜି ପ୍ରଥମ ଡୋଜ ନେଲି'

ମଙ୍ଗଳବାର ଦିନ ସଞ୍ଜୟ ଦତ୍ତ କରୋନା ଭୂତାଣୁରୁ ରକ୍ଷାପାଇବା ପାଇଁ ଟୀକାକରଣ କରିଥିବା ବେଳେ ଆଜି ବଲିଉଡର 'ଦବଙ୍ଗ' ସଲମାନ ଖାନ ମଧ୍ୟ କରୋନା ଟିକାର ପ୍ରଥମ ଡୋଜ ନେଇଛନ୍ତି ।

ସଲମାନ ଖାନ ଲଗାଇଲେ କରୋନା ଟିକା; TWEET କରି କହିଲେ - 'ଆଜି ପ୍ରଥମ ଡୋଜ ନେଲି'
ସଲମାନ ଖାନ ଲଗାଇଲେ କରୋନା ଟିକା
  • News18 Odia
  • Last Updated: March 24, 2021, 8:27 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ନୂଆ ଦିଲ୍ଲୀ: ଯେବେଠାରୁ କରୋନା ସଂକ୍ରମଣ ମାମଲା ଦ୍ରୁତ ଗତିରେ ବଢିଚାଲିଛି ସେବେଠାରୁ ବଲିଉଡର ଅନେକ ସେଲିବ୍ରେଟ୍ କୋଭିଡ ଟିକା ନେବାରେ ସକ୍ରିୟତା ଦେଖାଉଛନ୍ତି । ସୈଫ ଅଲି ଖାନଙ୍କ (Saif Ali Khan) ଠାରୁ ରାମ୍ୟା କ୍ରିଷ୍ଣାନ (Ramya Krishnan) ପର୍ଯ୍ୟନ୍ତ ଅନେକ ସେଲିବ୍ରେଟି ଜଣକ ପରେ ଜଣେ କୋଭିଡ ଟିକା ନେଉଛନ୍ତି । ଏହି କ୍ରମରେ ମଙ୍ଗଳବାର ଦିନ ସଞ୍ଜୟ ଦତ୍ତ (Sanjay Dutt) କରୋନାରୁ ରକ୍ଷା ପାଇବା ପାଇଁ ଟୀକାକରଣ କରିଥିବା ବେଳେ ଆଜି ବଲିଉଡର 'ଦବଙ୍ଗ' ସଲମାନ ଖାନ (Salman Khan) ମଧ୍ୟ କରୋନା ଟିକାର ପ୍ରଥମ ଡୋଜ ନେଇଛନ୍ତି ।

ସଲମାନ ଖାନ ନିଜେ ଏକ ଟ୍ୱିଟ୍ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି । ସଲମାନ ଟ୍ୱିଟ କରି ଲେଖିଛନ୍ତି, 'ଆଜି ମୁଁ ଟିକାର ପ୍ରଥମ ଡୋଜ ନେଲି ।' ସଲମାନ ଖାନ ଆଜି ମୁମ୍ବାଇର ଲୀଳାବତୀ ହସ୍ପିଟାଲକୁ ଯାଇ କରୋନା ଭୂତାଣୁ ଟିକା ନେଇଛନ୍ତି । ଏହା ପୂର୍ବରୁ ବିକେସି ଜମ୍ବୁ ଟୀକାକରଣ କେନ୍ଦ୍ରରେ ସଞ୍ଜୟ ଦତ୍ତରେ କୋଭିଡ-19 ଟିକାର ପ୍ରଥମ ଡୋଜ ନେଇଥିଲେ ।



ମଙ୍ଗଳବାର ଦିନ ଟିକା ପାଇଥିବା ସଞ୍ଜୟଙ୍କ ଏକ ଫଟୋ ମଧ୍ୟ ପ୍ରକାଶ ପାଇଛି । ସଞ୍ଜୟ ଦତ୍ତ ଏହି ସମୟରେ ଟୀକା ଲଗାଇବା ବେଳେ କ୍ୟାମେରାକୁ ଦେଖି ପୋଜ୍ ଦେଉଥିଲେ । ସଞ୍ଜୟ ନିଜେ ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀରେ ମଧ୍ୟ ଏହି ଫଟୋ ସେୟାର କରିଛନ୍ତି । ଫଟୋ ସେୟାର କରିବା ସହିତ ସଞ୍ଜୟ ଦତ୍ତ ସମସ୍ତ ଡାକ୍ତର ଓ ସମଗ୍ର ଟିମକୁ ଧନ୍ୟବାଦ ଦେଇଥିଲେ ।




ସଲମାନ ଓ ସଞ୍ଜୟ ଦତ୍ତଙ୍କ ସମେତ ସୈଫ ଅଲି ଖାନ, ରାକେଶ ରୋଶନ, ହେମା ମାଳିନୀ, କମଲ ହାସନ, ସତୀଶ ଶାହା, ଶିଳ୍ପା ଶିରୋଦକରଙ୍କ ସହ ଅନେକ ତାରକା କରୋନା ଟିକା ନେଇ ସାରିଛନ୍ତି ।
Published by: Jagdish Barik
First published: March 24, 2021, 8:23 PM IST