ହରିଣ ଶିକାର ମାମଲାରେ ବଢ଼ିଲା ସଲମାନ ଖାନଙ୍କ ସମସ୍ୟା; କୋର୍ଟ ହାଜର ହେବାକୁ ଦେଲେ ନିର୍ଦ୍ଦେଶ

ରାଜସ୍ଥାନର ଯୋଧପୁରରୁ ବଲିଉଡ଼ ଅଭିନେତା ସଲମନ ଖାନଙ୍କ ସହ ଜଡି଼ତ ଏକ ବଡ ଖବର ସାମ୍ନାକୁ ଆସିଛି । କଳା ହରିଣ ଶିକାର ଓ ଅସ୍ତ୍ରଶସ୍ତ୍ର ଆଇନ ମାମଲାରେ ଯୋଧପୁରର ଜିଲ୍ଲା ତଥା ଅଧିବେଶନ କୋର୍ଟ ସଲମାନ ଖାନଙ୍କୁ ୨୮ ସେପ୍ଟେମ୍ବରରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ହରିଣ ଶିକାର ମାମଲାରେ ବଢ଼ିଲା ସଲମାନ ଖାନଙ୍କ ସମସ୍ୟା; କୋର୍ଟ ହାଜର ହେବାକୁ ଦେଲେ ନିର୍ଦ୍ଦେଶ
ସଲମାନ ଖାନ (ଫାଇଲ ଫଟୋ)
  • News18 Odia
  • Last Updated: September 14, 2020, 6:39 PM IST
  • Share this:
  • Byline Facebook
  • Byline Twitter
  • Byline Linkedin

News18 Odia Digital
ଯୋଧପୁର: କଳା ହରିଣ ଶିକାର (Black Deer Hunting) ଓ ଅସ୍ତ୍ରଶସ୍ତ୍ର ଆଇନ (Arms Act) ମାମଲାରେ ଚଳଚ୍ଚିତ୍ର ଅଭିନେତା ସଲମନ ଖାନଙ୍କୁ ଯୋଧପୁରର ଜିଲ୍ଲା ତଥା ଅଧିବେଶନ କୋର୍ଟ ୨୮ ସେପ୍ଟେମ୍ବରରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି । ବାସ୍ତବରେ ସୋମବାରରୁ ଏହି ମାମଲାର ଶୁଣାଣି ଚାଲିଥିଲା । ସଲମାନଙ୍କ ଆବେଦନ ଉପରେ କଳା ହରିଣ ଶିକାର ମାମଲା ଓ ରାଜ୍ୟ ସରକାରଙ୍କ ଆବେଦନ ଉପରେ ଆର୍ମସ୍ ଆକ୍ଟ ମାମଲାର ଶୁଣାଣି ଶେଷ ହୋଇପାରି ନାହିଁ । ଏବଂ ସଲମନ ଖାନ ନିଜେ ପରବର୍ତ୍ତୀ ଶୁଣାଣି ଦିନ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି ।


ସଲମନ ଖାନ ଏହା ପୂର୍ବ ହାଜରୀରେ କ୍ଷମା ପ୍ରାର୍ଥନା ପାଇଁ ଆବେଦନ କରିଥିଲେ । ଯାହା ଗ୍ରହଣ କରାଯାଇଥିଲା । ବର୍ତ୍ତମାନ ସଲମାନଙ୍କୁ ୨୮ ସେପ୍ଟେମ୍ବରରେ ଯୋଧପୁର କୋର୍ଟରେ ହାଜର ହେବାକୁ ପଡିବ । ଏପରି ପରିସ୍ଥିତିରେ ସଲମାନ ଆସିବେ କିମ୍ବା ପୁର୍ନବାର କ୍ଷମା ପ୍ରାର୍ଥନା ଆବେଦନ କରିବେ ଏହା ଏପର୍ଯ୍ୟନ୍ତ ସ୍ଥିର ହୋଇନାହିଁ ।


କଣ ଏହି ମାମଲା
୧୯୯୮ ମସିହାରେ ସଲମାନ ଖାନ ଯୋଧପୁରରେ ସୁରଜ ବଡ଼ଜାତ୍ୟାଙ୍କ ଫିଲ୍ମ 'ହମ ସାଥ ସାଥ ହେଁ ' ପାଇଁ ସୁଟିଂ କରୁଥିଲେ । ଏହି ସମୟ ମଧ୍ୟରେ ସେ ଫିଲ୍ମରେ ସାଥୀ ଅଭିନେତା ସୈଫ ଅଲି ଖାନ, ସୋନାଲି ବେନ୍ଦ୍ରେ, ତବୁ ଓ ନୀଲମଙ୍କ ସହ ଶିକାର କରିବାକୁ ଯାଇଥିଲେ । ଅଭିଯୋଗ ହୋଇଥିଲା ଯେ ସେଠାରେ ସଂରକ୍ଷିତ ହୋଇଥିବା କଳା ହରିଣକୁ ସମାନେ ଶିକାର କରିଥିଲେ । ଶିକାରର ତାରିଖ ୨୭ ସେପ୍ଟେମ୍ବର, ୨୮ ସେପ୍ଟେମ୍ବର, ୧ ଅକ୍ଟୋବର ଓ ୨ ଅକ୍ଟୋବର ବୋଲି କୁହାଯାଇଥିଲା । ସାଥୀ ଅଭିନେତାମାନେ ଶିକାର ପାଇଁ ସଲମାନଙ୍କୁ ଉସୁକାଇବା ପାଇଁ ଅଭିଯୋଗ ହୋଇଥିଲା । କଳା ହରିଣ ଶିକାର ପାଇଁ ସଲମାନ ଖାନ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ସଲମାନଙ୍କ ବ୍ୟତୀତ ଅନ୍ୟ ସମସ୍ତ ଅଭିଯୁକ୍ତ କୋର୍ଟଙ୍କ ଦ୍ୱାରା ନିର୍ଦ୍ଦୋଷରେ ଖଲାସ ହୋଇଥିଲେ ।


କିଏ ପୋଲିସ ନିକଟରେ ଅଭିଯୋଗ କରିଥିଲେ


ବିଷ୍ଣୋଇ ସମାଜର ଲୋକମାନେ ଏହି ପ୍ରସଙ୍ଗରେ ପୋଲିସ ନିକଟରେ ଅଭିଯୋଗ କରିଥିଲେ । ଏହା ପରେ ଉଭୟ ଜଙ୍ଗଲ ବିଭାଗ ଓ ପୋଲିସ ସକ୍ରିୟ ହୋଇଗଲେ। ତା’ପରେ ସଲମାନ ଓ ତାଙ୍କ ସହଯୋଗୀଙ୍କ ବିରୋଧରେ ତିନୋଟି ମାମଲା ରୁଜୁ ହୋଇଥିଲା । ସଲମାନଙ୍କ ବ୍ୟତୀତ ସୈଫ ଅଲି ଖାନ, ନୀଲମ, ତବୁ ଓ ସୋନାଲି ବେନ୍ଦ୍ରେ ମଧ୍ୟ ଏଥିରେ ଦୋଷୀ ସାବ୍ୟସ୍ତ ହୋଇଥିଲେ ମଧ୍ୟ କୋର୍ଟ ସମସ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରିଥିଲା।

Published by: Jagdish Barik
First published: September 14, 2020, 6:39 PM IST
corona virus btn
corona virus btn
Loading