Radhe Trailer Out: ସଲମାନ ଖାନଙ୍କ ରାଧେ ଟ୍ରେଲର ରିଲିଜ ହେଲା; ୟୁଟ୍ୟୁବରେ ମଚାଉଛି ଧମାଲ

ଦର୍ଶକ ମାନେ ଭାଇଜାନଙ୍କ ''ରାଧେ: ୟୋର ମୋଷ୍ଟ ୱାଣ୍ଟେଡ ଭାଇ'ର (Radhe Your Most Wanted Bhai Trailer Release) ଟ୍ରେଲରକୁ କେତେ ମାତ୍ରାରେ ଉତ୍ସାହର ସହିତ ଅପେକ୍ଷା କରିଥିଲେ ତାହା ବର୍ତ୍ତମାନ ୟୁଟ୍ୟୁବରେ ଟପରେ ଟ୍ରେଣ୍ଡ କରିବାକୁ ନେଇ ଆକଳନ କରିଯାଇ ହେବ ।

ସଲମାନ ଖାନଙ୍କ ରାଧେ ଟ୍ରେଲର ରିଲିଜ ହେଲା

ସଲମାନ ଖାନଙ୍କ ରାଧେ ଟ୍ରେଲର ରିଲିଜ ହେଲା

  • Share this:
News18 Odia Digital
Radhe Your Most Wanted Bhai Trailer Out: ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କ (Salman Khan) ଫିଲ୍ମ 'ରାଧେ: ୟୋର ମୋଷ୍ଟ ୱାଣ୍ଟେଡ ଭାଇ'ର (Radhe Your Most Wanted Bhai Trailer Release) ଟ୍ରେଲର ରିଲିଜ ହୋଇଛି । ଯାହା ଦର୍ଶକଙ୍କ ମଧ୍ୟରେ ବହୁତ ଉତ୍ସାହ ସୃଷ୍ଟି କରୁଛି । ଦର୍ଶକ ମାନେ ଭାଇଜାନଙ୍କ 'ରାଧେ'କୁ କେତେ ମାତ୍ରାରେ ଉତ୍ସାହର ସହିତ ଅପେକ୍ଷା କରିଥିଲେ ତାହା ୟୁଟ୍ୟୁବରେ ଟପରେ ଟ୍ରେଣ୍ଡ କରିବାକୁ ନେଇ ଆକଳନ କରିଯାଇ ହେବ । ସଲମାନ ଖାନଙ୍କ ଏହି ଫିଲ୍ମ ଭାରତରେ ପ୍ରଥମ ଏଭଳି ଫିଲ୍ମ ହେବାକୁ ଯାଉଛି ଯାହା ଏକକାଳୀନ ମଲ୍ଟିପ୍ଲାଟଫର୍ମରେ ରିଲିଜ ହେବ ।

ସଲମାନ ଖାନଙ୍କ ବ୍ୟତୀତ ଦିଶା ପାଟନୀ ମଧ୍ୟ ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ଅଛନ୍ତି । ଯିଏ ଏହି ଫିଲ୍ମରେ ନିଜ ଲେଡି ଲଭ୍ ଭୂମିକାରେ ନଜର ଆସିବେ । ଏଥି ସହିତ ରଣଦୀପ ହୁଡା ମଧ୍ୟ ଫିଲ୍ମରେ ଏକ ଶକ୍ତିଶାଳୀ ଅବତାରରେ ଦେଖିବାକୁ ମିଳିବ । 'ରାଧେ: ୟୋର ମୋଷ୍ଟ ୱାଣ୍ଟେଡ ଭାଇ' ଫିଲ୍ମ ବିଭିନ୍ନ ପ୍ଲାଟଫର୍ମ ମାଧ୍ୟମରେ ଦର୍ଶକଙ୍କ ମଧ୍ୟରେ ୧୩ ମେ'ରେ ଇଦ୍ ଅବସରରେ ରିଲିଜ ହେବାକୁ ପ୍ରସ୍ତୁତ ହେଉଛି ।



ଏହାପୂର୍ବରୁ ସଲମାନ ଖାନ ବ୍ୟାକ ଟୁ ବ୍ୟାକ ଫିଲ୍ମରୁ ସମ୍ପୃକ୍ତ ପୋଷ୍ଟ ସେୟାର କରିଥିଲେ । ଯେଉଁଥିରେ ସେ ନିଜ ଫିଲ୍ମର ଟ୍ରେଲର ବିଷୟରେ ଘୋଷଣା କରିଥିଲେ । ସମ୍ପ୍ରତି ପୋଷ୍ଟ ସେୟାର କରିବାବେଳେ ସଲମାନ ଖାନ ନିଜ ପ୍ରଶଂସକଙ୍କୁ କହିଥିଲେ ଯେ ତାଙ୍କ ଫିଲ୍ମର ଟ୍ରେଲର ଆଜି ରାତି ୧୧ ଟାରେ ରିଳିଜ ହେବାକୁ ଯାଉଛି । ସଲମାନ ଖାନ ନିଜ ପୋଷ୍ଟରେ ଲେଖିଛନ୍ତି- 'ମୁଁ ଆସୁଛି, ଆପଣଙ୍କ ମୋଷ୍ଟ ୱାଣ୍ଟେଡ ଭାଇ । ରାଧେ ଟ୍ରେଲର ସହିତ ସକାଳ ୧୧ ଟାରେ ।'
Published by:Jagdish Barik
First published: