ସଲମାନ ଖାନ ପୁନର୍ବାର ଚାଷ କାମ କରୁଥିବାର ନଜର ଆସିଲେ; ଜୋରଦାର ଭାଇରାଲ ହେଉଛି ଏହି ପୋଷ୍ଟ

ଏହା ପ୍ରଥମ ଥର ନୁହେଁ ଯେତେବେଳେ ସଲମାନ ଖାନ ଚାଷ କାମ କରୁଥିବାବେଳେ ନିଜ ଫଟୋ ସେୟାର କରିଥିଲେ । ପୂର୍ବରୁ ଲକଡାଉନ ସମୟରେ ମଧ୍ୟ ସଲମାନ ଖାନ କ୍ଷେତରେ ବୁଣିବା ଓ ଟ୍ରାକ୍ଟର ଚଲାଇବାର ଅନେକ ଭିଡିଓ ଓ ଫଟୋ ସେୟାର କରିଥିଲେ ।

ସଲମାନ ଖାନ ପୁନର୍ବାର ଚାଷ କାମ କରୁଥିବାର ନଜର ଆସିଲେ; ଜୋରଦାର ଭାଇରାଲ ହେଉଛି ଏହି ପୋଷ୍ଟ
ଏକ ବର୍ଚ୍ଛା ଧରି କ୍ଷେତରେ କାମ କରୁଥିବା ସମୟରେ ସଲମାନ ଖାନ
  • News18 Odia
  • Last Updated: December 10, 2020, 1:07 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ମୁମ୍ବାଇ: ବଲିଉଡର (Bollywood) ପ୍ରସିଦ୍ଧ ଅଭିନେତା ସଲମାନ ଖାନ (Salman Khan) ବର୍ତ୍ତମାନ ଟିଭି ରିଆଲିଟି ସୋ ବିଗ୍ ବସ୍ ପାଇଁ ହେଡଲାଇନରେ ଅଛନ୍ତି । ସଲମାନ ସୋସିଆଲ ମିଡିଆରେ ବହୁତ ସକ୍ରିୟ ରୁହନ୍ତି ଓ ନିଜ ଷ୍ଟାଇଲ ପାଇଁ ସେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ନିକଟରେ ବଲିଉଡର ଭାଇଜାନ ସୋସିଆଲ ମିଡିଆରେ ଏକ ଫଟୋ ସେୟାର କରିଛନ୍ତି ଯେଉଁଥିରେ ସେ ଚାଷ କାମ କରୁଥିବା ନଜର ଆସିଛନ୍ତି । ଫଟୋରେ ସେ କ୍ଷେତରେ ଏକ ବର୍ଚ୍ଛା ଧରି କାମ କରୁଥିବା ଦେଖିବାକୁ ମିଳିଛି । ସୋସିଆଲ ମିଡିଆ ବ୍ୟବହାରକାରୀ ଓ ସଲମାନଙ୍କ ପ୍ରଶଂସକମାନେ ଏହି ଫଟୋକୁ ବହୁତ ପସନ୍ଦ କରୁଛନ୍ତି ।

ସଲମାନ ଖାନ (Salman Khan) କରୋନା ଅବଧି ସମୟରେ ଚାଷ କରିବାର ଏକ ନୂଆ ଟ୍ରେଣ୍ଡ ଆରମ୍ଭ କରିଦେଇଥିଲେ । ଏହି ଅଭିନେତା ଦୀର୍ଘ ଦିନ ଧରି ତାଙ୍କ ପାନଭେଲ ଫାର୍ମ ହାଉସରେ ଗୁଣାତ୍ମକ ସମୟ ଅତିବାହିତ କରିଥିଲେ ଓ ସେ ସେଠାରେ ଚାଷ କାମ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲେ । ଫଟୋ ସେୟାର କରିବାବେଳେ ସେ କ୍ୟାପସନ ରେ ଲେଖିଛନ୍ତି - ଧରିତ୍ରୀ ମା… ସଲମାନ ଖାନ ଏହି ଫଟୋକୁ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି ।

ଏହା ପ୍ରଥମ ଥର ନୁହେଁ ଯେତେବେ ସଲମାନ ଖାନ ଚାଷ କାର୍ଯ୍ୟ କରୁଥିବାବେଳେ ନିଜ ଫଟୋ ସେୟାର କରିଥିଲେ । ପୂର୍ବରୁ ଲକଡାଉନ ସମୟରେ ମଧ୍ୟ ସଲମାନ ଖାନ ବୁଣିବା ଓ ଟ୍ରାକ୍ଟର ଚଲାଇବାର ଅନେକ ଭିଡିଓ ଓ ଫଟୋ ସେୟାର କରିଥିଲେ ।








View this post on Instagram






A post shared by Salman Khan (@beingsalmankhan)






ସଲମାନ ଖାନ ନିକଟରେ ମଧ୍ୟ ନିଜର ଏକ ସାର୍ଟଲେସ୍ ଫଟୋ ସେୟାର କରିଛନ୍ତି । ପୋଷ୍ଟ ୱାର୍କଆଉଟର ସେହି ଫଟୋରେ ସମସ୍ତେ ସଲମାନ ଖାନଙ୍କ ମସଲସକୁ ପ୍ରଶଂସା କରିବାକୁ ବାଧ୍ୟ ହୋଇଥିଲେ । ତାଙ୍କର ଏହି ଫଟୋ ବିନା ସାର୍ଟରେ ହୋଇଥିବା ଯୋଗୁଁ ସୋସିଆଲ ମିଡିଆରେ ଜବରଦସ୍ତ ଭାଇରଲ ହୋଇଥିଲା ।




କାର୍ଯ୍ୟକ୍ଷେତ୍ର ବିଷୟରେ କହିବାକୁ ଗଲେ ସଲମାନ ଖାନ 'ରାଧେ' ଫିଲ୍ମରେ ନଜର ଆସିବାକୁ ଯାଉଛନ୍ତି । ଏହି ଫିଲ୍ମ ଆସନ୍ତା ବର୍ଷ ରିଲିଜ ହେବାକୁ ଯାଉଛି । ଏହି ସମୟରେ ଅଭିନେତା 'ଅନ୍ତିମ' ଫିଲ୍ମ ପାଇଁ ସୁଟିଂ ମଧ୍ୟ ଆରମ୍ଭ କରି ଦେଇଛନ୍ତି ।
Published by: Jagdish Barik
First published: December 10, 2020, 1:07 PM IST
corona virus btn
corona virus btn
Loading