ନୂପୁର ଶର୍ମାଙ୍କୁ ଧମକ ଦେବା ଅଭିଯୋଗରେ ସଲମାନ୍ ଚିସ୍ତି ଗିରଫ

ଅଜମେର ଦରଗାହର ଖାଦିମ୍ ସଲମାନ୍ ଚିସ୍ତିଙ୍କୁ ଗିରଫ କରାଯାଇଛି । ମଙ୍ଗଳବାର ବିଜେପି ନେତ୍ରୀ ନୂପୁର ଶର୍ମାଙ୍କ ବିରୋଧରେ ହିଂସାତ୍ମକ ବୟାନ ଦେଇଥିଲେ ।

ସଲମାନ (ପ୍ରତୀକାତ୍ମକ ଛବି)

ସଲମାନ (ପ୍ରତୀକାତ୍ମକ ଛବି)

  • Share this:
News 18 Digital

ଅଜମେର ଦରଗାହର ଖାଦିମ୍ ସଲମାନ୍ ଚିସ୍ତିଙ୍କୁ ଗିରଫ କରାଯାଇଛି । ମଙ୍ଗଳବାର ବିଜେପି ନେତ୍ରୀ ନୂପୁର ଶର୍ମାଙ୍କ ବିରୋଧରେ ହିଂସାତ୍ମକ ବୟାନ ଦେଇଥିଲେ । ଏହି ଭିଡିଓ ଭାଇରାଲ ହେବା ପରେ ତାଙ୍କୁ ବିଭିନ୍ନ ମହଲରୁ ନିନ୍ଦା କରାଯିବା ସହ ଗିରଫ କରାଯାଇଛି । ମଙ୍ଗଳବାର ରାତିରେ ତାଙ୍କୁ ତାଙ୍କ ଘରୁ ଗିରଫ କରାଯାଇଛି ।

ଏକ ଭିଡିଓ ଜରିଆରେ ସଲମାନ ନୂପୁର ଶର୍ମାଙ୍କୁ ଦୁର୍ବ୍ୟବହାର କରିଥିଲେ ଓ ଇସଲାମର ପ୍ରତିଷ୍ଠାତା ମହମ୍ମଦଙ୍କ ସହ ଜଡିତ ମନ୍ତବ୍ୟ ପାଇଁ ନୂପୁର ଶର୍ମାଙ୍କୁ ହତ୍ୟା କରିବା କଥା କରିଥିଲେ। ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏକ ଭିଡ଼ିଓରେ ଚିସ୍ତି ତାଙ୍କ ଘର ଓ ସମ୍ପତ୍ତି ନୂପୁରଙ୍କ ହତ୍ୟା କରିବା ବ୍ୟକ୍ତିଙ୍କୁ ଦାନ କରିଥାନ୍ତେ ବୋଲି କହିଥିଲେ। ଚିସ୍ତି କହିଥିଲେ ଯେ ବିଜେପି ନେତା ନୂପୁର ଶର୍ମା ଖ୍ୱାଜା ସାହେବ ଓ ମହମ୍ମଦ ସାହେବଙ୍କ ଗର୍ବକୁ ବିଶ୍ୱାସଘାତକତା କରିଛନ୍ତି।

ସଲମାନଙ୍କ ଏଭଳି ଭିଡିଓ ଭାଇରାଲ ହେବା ପରେ ଅଲବର ଗେଟ୍ ଥାନାରେ ମାମଲା ରୁଜୁ ହୋଇଥିଲା । ତେବେ ଏହି ଭିଡିଓରେ ସଲମାନ ନିଶାରେ ଥିବା ଭଳି ନଜର ଆସୁଥିବା କଥା ଏସପି କହିଥିଲେ ।
Published by:Soumya Das
First published: