ଫାଶୀ ଦଣ୍ତ ଶୁଣାଇଲା କୋର୍ଟ (ପ୍ରତୀକାତ୍ମକ ଛବି)
News18 Odia Digital
ସାକିନାକା ବଳାତ୍କାର ଓ ହତ୍ୟା ମାମଲାରେ ଅଭିଯୁକ୍ତକୁ ଫାଶୀ ଦଣ୍ଡରେ ଦଣ୍ଡିିତ କରିଛି ମୁମ୍ୱାଇ କୋର୍ଟ । ଅଭିଯୁକ୍ତ ମୋହନ ଚୌହାନଙ୍କୁ ଦିଣ୍ଡୋସି କୋର୍ଟ ମୃତ୍ୟୁଦଣ୍ଡ ଦେଇଛନ୍ତି। ଗତ ବର୍ଷ ସେପ୍ଟେମ୍ବରରେ ମୋହନ ଚୌହାନ ଦ୍ୱାରା ଜଣେ ମହିଳାଙ୍କୁ ବଳାତ୍କାର ଓ ନିର୍ମମ ଭାବେ ହତ୍ୟା କରିଥିଲର, ଯାହା ପରେ ପୀଡିତା ସେପ୍ଟେମ୍ବର ୧୧ରେ ମୁମ୍ବାଇର ରାଜୱାଡି ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ମୃତ୍ୟୁ ଘଟିଥିଲା।
ଗତ ସେପ୍ଟେମ୍ବର ମାସରେ ମୁମ୍ବାଇର ସାକିନାକା ଅଞ୍ଚଳରେ ୩୪ ବର୍ଷୀୟା ମହିଳାଙ୍କୁ ବଳାତ୍କାର କରିଥିବା ୪୫ ବର୍ଷୀୟ ଦୋଷୀକୁ ଫାଶୀ ହେଉ ବୋଲି ଦାବି ଆସିଥିଲା।
ଅଭିଯୁକ୍ତ ମୋହନ ଚୌହାନକୁ ମେ ୩୦ ରେ ଅତିରିକ୍ତ ସେସନ୍ସ ଜଜ୍ (ଡିଣ୍ଡୋସି ଅଦାଲତ) ଏଚ୍.ସି ଶେଣ୍ଡେ ଭାରତୀୟ ଦଣ୍ଡବିଧି ଆଇନର ବିଭିନ୍ନ ଧାରା ଅନୁଯାୟୀ ବଳାତ୍କାର ଓ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ କରିଥିଲେ। ଏଥିସହ ଆଜି ଦୋଷୀଙ୍କୁ ମୃତ୍ୟୁଦଣ୍ଡ ଘୋଷଣା କରିବାକୁ କୋର୍ଟ ଘୋଷଣା କରିଛନ୍ତି।
ପିଡ଼ୀତାଙ୍କ ପାଇଁ ହାଜର ହୋଇଥିବା ଆଡଭୋକେଟ୍ ମହେଶ ମୁଲେ ବୁଧବାର କୋର୍ଟରେ ଯୁକ୍ତି ଦର୍ଶାଇଥିଲେ ଯେ ଏହା ଜଣେ ମହିଳାଙ୍କ ବିରୁଦ୍ଧରେ ଅପରାଧ ଅଟେ ଓ ସେ ମଧ୍ୟ ଏକ ଅନୁସୂଚିତ ଜାତିର ଜଣେ ମହିଳା, ଯାହା କେସକୁ ଅଧିକ ଗମ୍ଭୀର କରୁଛି। ସେ କହିଛନ୍ତି ଯେ ରାତିରେ ଅସହାୟ, ଏକାକୀ ମହିଳାଙ୍କ ଉପରେ ଏହା ଏକ ଭୟଙ୍କର ଆକ୍ରମଣ, ଯାହା ମୁମ୍ବାଇ ପରି ମହାନଗରରେ ମହିଳାଙ୍କ ସୁରକ୍ଷାକୁ ନେଇ ଭୟ ସୃଷ୍ଟି କରିଛି।
Published by:Soumya Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।