ହ୍ୟାଲୋ ତରୁଣ,it's over; ୧୫ବର୍ଷ ପରେ ଗୋଟିଏ ଫୋନ କଲ ଯୋଗୁଁ ଧରାପଡ଼ିଲା ପତ୍ନୀହନ୍ତା

ପତ୍ନୀଙ୍କୁ ହତ୍ଯା କରି ପ୍ରେମିକାକୁ ବିବାହ କରିବାକୁ ଚାହୁଁଥିଲେ ତରୁଣ । କିନ୍ତୁ ପ୍ରେମିକା ବିବାହ କରିବାକୁ ମନା କରିଦେଇଥିଲା । ଏବେ ଗୋଟିଏ ଫୋନ କଲ ଯୋଗୁଁ ପୋଲିସ ହାତରେ ଧରାପଡ଼ିଛି ଏହି ପତ୍ନୀହନ୍ତା ଜଣଙ୍କ ।

ଫୋନ କଲରୁ ଧରା ପଡ଼ିଲା ଅଭିଯୁକ୍ତ (ପ୍ରତୀକାତ୍ମକ ଛବି)

ଫୋନ କଲରୁ ଧରା ପଡ଼ିଲା ଅଭିଯୁକ୍ତ (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ହ୍ୟାଲୋ ତରୁଣ, its over। ଗୋଟିଏ ଫୋନ କଲରୁ ଧରାପଡ଼ିଲା ଅଭିଯୁକ୍ତ। ୪୨ ବର୍ଷୀୟ ଅଭିଯୁକ୍ତ ତରୁଣ ଜିନରାଜ ୨୦୦୩ ପରଠାରୁ ଲୁଚି ଆସୁଥିଲେ। ୨୦୦୩ରେ ଭାଲେଣ୍ଟାଇନ୍ସ ଡେ’ରେ ସେ ତାଙ୍କ ପତ୍ନୀ ସଜନୀ ନାୟାର (୨୩)କୁ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ବର୍ତ୍ତମାନ ପୋଲିସ ତାଙ୍କୁ ପୋଲିସ ଗିରଫ କରିଛି।

ତରୁଣ କେରଳର ବାସିନ୍ଦା ଥିଲେ ଏବଂ ସେ ଗୁଜରାଟର ଅହମ୍ମଦାବାଦରେ ପିଟି ଶିକ୍ଷକ ଥିଲେ। ସେ ୨୦୦୨ରେ କେରଳର ବାସିନ୍ଦା ସଜନୀଙ୍କ ସହ ବିବାହ କରିଥିଲେ।

 ୨୦୦୩ ରେ ଘଟଣା ଘଟିଥିଲା ​

୨୦୦୩ର ଫେବୃୟାରୀ ୧୪। ଅହମ୍ମଦାବାଦର ବୋପାଲ ଅଞ୍ଚଳରେ ଏକ ହତ୍ୟାକାଣ୍ଡ ଘଟିଥିବା ପୋଲିସ ସୂଚନା ପାଇଛି। ସୂଚନା ପାଇବା ପରେ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା।  ଘରର ତୃତୀୟ ମହଲାରେ ଜଣେ ପୁରୁଷ ଜଣେ ମହିଳାଙ୍କ ମୃତଦେହ ପାଖରେ ବସି କାନ୍ଦୁଥିଲେ। କାନ୍ଦୁଥିବା ବ୍ୟକ୍ତି ଜଣକ ତରୁଣ ଥିଲେ।

 ଡାକ୍ତରଖାନାରୁ ପଳାଇ ଯାଇଥିଲେ

ଯେତେବେଳେ ପୋଲିସ ପଚରାଉଚରା କଲା, ସେ ବାହାନା କରି ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ମଝିରେ ସୁଯୋଗ ପାଇବା ପରେ ସେ ଡାକ୍ତରଖାନାରୁ ପଳାଇ ଯାଇଥିଲେ। ଅଭିଯୁକ୍ତକୁ ଖୋଜିବା ପାଇଁ ପୋଲିସ ବହୁ ଚେଷ୍ଟା କରିଥିଲା, କିନ୍ତୁ ସଫଳ ହୋଇପାରିନଥିଲା। ସମୟ ଅତିବାହିତ ହେବା ସହିତ ପୋଲିସ ମଧ୍ୟ ତାଙ୍କୁ ଖୋଜିବା ବନ୍ଦ କରି ଦେଇଥିଲା।

୨୦୧୬ ମସିହାରେ, ତରୁଣଙ୍କ ପରି ଜଣେ ବ୍ୟକ୍ତିଙ୍କୁ ଦିଲ୍ଲୀର ଏକ ମଲରେ ନଜର ଆସିଛନ୍ତି ବୋଲି ପୋଲିସ ଜାଣିବାକୁ ପାଇଲା। ଯାହା ପରେ ପୋଲିସ ଅଭିଯୁକ୍ତଙ୍କ ସମ୍ପର୍କୀୟ ଓ ବନ୍ଧୁମାନଙ୍କ କଲ ରେକର୍ଡ ବାହାର କରିଥିଲା। ଏଥିରେ ଜାଣିବାକୁ ମିଳିଛି ଯେ ବାଙ୍ଗାଲୋରର ପ୍ରବୀଣ ଭାଟେଲ ନାମକ ଜଣେ ବ୍ୟକ୍ତିଙ୍କ ଠାରୁ ତାଙ୍କ ମାଙ୍କ ନମ୍ବରରେ ଏକ କଲ ଆସୁଛି, ପୋଲିସ ଉକ୍ତ ବ୍ୟକ୍ତିଙ୍କ ବିଷୟରେ ତଥ୍ୟ ସଂଗ୍ରହ କରିବା ଆରମ୍ଭ କରିଛି।

 ଅଭିଯୁକ୍ତ ନିଜର ପରିଚୟ ବଦଳାଇ ରହୁଥିଲେ

ପୋଲିସ ଜାଣିବାକୁ ପାଇଲା ଯେ ପ୍ରବୀଣ ଭାଟେଲ ତରୁଣଙ୍କ ବନ୍ଧୁ ଓ ସେ ତାଙ୍କ ପରିଚୟ ଆଧାରରେ ଲୁଚି ରହିଥିଲେ।  ତେବେ ପ୍ରବୀଣ ତାଙ୍କ ପରିଚୟ ବ୍ୟବହାର କରି ଅଭିଯୁକ୍ତଙ୍କ ବିରୋଧରେ ଅଭିଯୋଗ ଦାଖଲ କରିସାରିଛନ୍ତି। ସମସ୍ତ ପ୍ରମାଣକୁ ଭିତ୍ତି କରି ପୋଲିସ ଶେଷରେ ତରୁଣଙ୍କୁ ଗିରଫ କରିଥିଲା।

ଗର୍ଲଫ୍ରେଣ୍ଡଙ୍କୁ ବିବାହ କରିବାକୁ ଚାହୁଁଥିଲେ

ପଚରାଉଚରା ବେଳେ ପୋଲିସ ଜାଣିବାକୁ ପାଇଲା ଯେ ତରୁଣ ତାଙ୍କ ପ୍ରେମିକାଙ୍କୁ ବିବାହ କରିବାକୁ ଚାହୁଁଛନ୍ତି ତେଣୁ ସେ ତାଙ୍କ ପତ୍ନୀଙ୍କୁ ହତ୍ୟା କରିଛନ୍ତି। ତେବେ ଦୁର୍ଘଟଣା ପରେ ଗର୍ଲଫ୍ରେଣ୍ଡ ତରୁଣଙ୍କୁ ବିବାହ କରିବାକୁ ମନା କରିଦେଇଥିଲେ।  ତେବେ ପଳାଇବା ପରେ ତରୁଣ ବାଙ୍ଗାଲୋରରେ ପୁନଃ ବିବାହ କରିଥିଲେ।
Published by:Soumya Das
First published: