News18 Odia Digital
ପ୍ରୟାଗରାଜ: ଉତ୍ତର ପ୍ରଦେଶର ପ୍ରୟାଗରାଜରେ ଜଣେ ଚ଼ଉଦ ବର୍ଷୀୟା ନାବାଳିକାକୁ ବଳାତ୍କାର କରିଥିବା ଅଭିଯୋଗରେ ଜଣେ ‘‘ସାଧୁ’’ଙ୍କୁ ଗିରଫ କରାଯାଇଛି । ଅଭିଯୁକ୍ତଙ୍କ ନାଁ ସଞ୍ଜୀବ କୁମାର ରାୟ ବା ସଞ୍ଜୀବ ମହାରାଜ ।
ଗତ ଫ୍ରେବୃୟାରୀ ୫ରେ ମାଘ ମେଳା ମୈଦାନରେ ସଞ୍ଜୀବ ମହାରାଜ ନିଜ ଧାର୍ମିକ ଶିବିରରେ ନାବାଳିକା ସହ ବଳାତ୍କାର କରିଥିଲେ ବୋଲି ପୋଲିସ କହିଛି । ତାଙ୍କୁ ଝୁସି ଅଞ୍ଚଳରୁ ଗିରଫ କରାଯାଇଛି । ଝୁସି ପୋଲିସ ଷ୍ଟେସନର ଷ୍ଟେସନ ହାଉସ ଅଫିସର (SHO) ବ୍ରଜେଶ ସିଂ କହିଛନ୍ତି ଯେ ଆରୋପୀ ଜଣକ ବଲିଆ ଜିଲ୍ଲାର ଗଦୱାରର ମୂଳ ନିବାସୀ ।
‘‘ଆରୋପୀ ମାଘ ମେଳା ମୈଦାନରେ ନିଜର ସଙ୍ଗଠନ ‘ପରମାର୍ଥ ଉତ୍ଥାନ ଏବଂ ଅନୂସନ୍ଧାନ ସଂସ୍ଥା’ ତତ୍ୱାବଧାନରେ ଏକ ଶିବିର ଲଗାଇଥଲେ । ଫ୍ରେବୃୟାରୀ ୫ରେ ସେହି ଶିବିରକୁ ନାବାଳିକା ଜଣକ ଫୁଲ ଦେବା ପାଇଁ ଯାଇଥିବା ବେଳେ ସେଠାରେ ଆରୋପୀ ତା’ ସହ ବଳାତ୍କାର କରିଥିଲେ,’’ କହିଛନ୍ତି ଷ୍ଟେସନ ହାଉସ ଅଫିସର ।
ନାବାଳିକାର ମା’ ଏହି ମେଳାରେ ଏକ ଉଠା ଦୋକାନରେ ଫୁଲ ବିକ୍ରୀ କରୁଥିଲେ । ପୀଡ଼ିତା ନିଜ ଦୋକାନର ଆଖ ପାଖରେ ଥିବା ବିଭିନ୍ନ କଳ୍ପବାସୀଙ୍କ ଶିବିରରେ ଫୁଲ ଦେଉଥିଲା । ଫ୍ରେବୃୟାରୀ ୫ରେ ସେ ଆରୋପୀଙ୍କ ଶିବିରକୁ ଫୁଲ ଦେବା ପାଇଁ ଯାଇଥିଲା । ଆରୋପୀ ତାକୁ ପ୍ରସାଦ ଦେବା ଆଳରେ ଭିତରକୁ ଡ଼ାକି ତା ସହ ବଳାତ୍କାର କରିଥିଲେ ।
ନାବାଳିକା କୌଣସି ପ୍ରକାରେ ସେଠୁ ଫେରି ନିଜ ମା’କୁ ସବୁ କଥା କହିଥିଲା । ପରେ ପୋଲିସ ଦଳ ଝୁସିର ଲୋଟସ ଟ୍ରାଇସେକ୍ସନରେ ଆରୋପୀକୁ ଧରିଥିଲେ ।
ପିଡ଼ିତାଙ୍କ ମା’ଙ୍କ ଅଭିଯୋଗକୁ ଭିତ୍ତି କରି ୬ ଫ୍ରେବୃୟାରୀରେ ଆଇ.ପି.ସି. (IPC) ଓ ପୋକସୋ ଆଇନରେ ଝୁସି ଥାନାରେ ଏକ ମାମଲା ରୁଜୁ କରାଯାଇଥିଲା ।
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।