ଅଲଗା ହେବାକୁ ଯାଉଛନ୍ତି କି ଶୋଏବ ଓ ସାନିଆ ?; ଜାଣନ୍ତୁ ପୁରା ଖବର

ଭାରତ ଏବଂ ପାକିସ୍ତାନର ଅନ୍ୟତମ ପ୍ରିୟ ଦମ୍ପତି ଶୋଏବ ମଲ୍ଲିକ ଏବଂ ସାନିଆ ମିର୍ଜା ବିବାହର ୧୨ ବର୍ଷ ପରେ ଅଲଗା ହେବାକୁ ଯାଉଛନ୍ତି !

ଅଲଗା ହେବାକୁ ଯାଉଛନ୍ତି କି ଶୋଏବ ଓ ସାନିଆ

ଅଲଗା ହେବାକୁ ଯାଉଛନ୍ତି କି ଶୋଏବ ଓ ସାନିଆ

  • News18 Odia
  • Last Updated :
  • New Delhi, India
  • Share this:
News 18 Odia Digital

ମୁମ୍ବାଇ: ଭାରତର ଟେନିସ୍ ଖେଳାଳି ସାନିଆ ମିର୍ଜାଙ୍କ ଛାଡପତ୍ର ଖବର ଏବେ ଚର୍ଚ୍ଚାରେ। ତେବେ ସାନିଆ ଏବଂ ତାଙ୍କ କ୍ରିକେଟର ସ୍ୱାମୀ ଶୋଏବ ମଲ୍ଲିକ ଛାଡପତ୍ରକୁ ନେଇ ଏବେ ଯାଏଁ କିଛି ପ୍ରତିକ୍ରିୟା ରଖିନାହାନ୍ତି। ପାକିସ୍ତାନୀ ନ୍ୟୁଜ୍ ଚ୍ୟାନେଲ କହିଛି ଯେ ଦୁହେଁ ଶୀଘ୍ର ଅଲଗା ହେବେ। ଭାରତ ଏବଂ ପାକିସ୍ତାନର ଅନ୍ୟତମ ପ୍ରିୟ ଦମ୍ପତି ଶୋଏବ ମଲ୍ଲିକ ଏବଂ ସାନିଆ ମିର୍ଜା ବିବାହର ୧୨ ବର୍ଷ ପରେ ଅଲଗା ହେବାକୁ ଯାଉଛନ୍ତି। ସେମାନଙ୍କ ଛାଡପତ୍ର ବିଷୟରେ ଗୁଜବ ସୋସିଆଲ ମିଡିଆରେ ଏକ ବିତର୍କ ସୃଷ୍ଟି କରିଛି। ପାକିସ୍ତାନୀ ନ୍ୟୁଜ୍ ଚ୍ୟାନେଲ ଜିଓ ନ୍ୟୁଜ୍ ଅନୁଯାୟୀ ଆଇନଗତ ଜଟିଳତା ସମାଧାନ ହେବା ପରେ ସାନିଆ ଏବଂ ଶୋଏବ ଆନୁଷ୍ଠାନିକ ଭାବରେ ଛାଡପତ୍ର ଘୋଷଣା କରିପାରିବେ।

ସୂଚନା ଅନୁଯାୟୀ, ଅତୀତରେ ମଧ୍ୟ ସେମାନଙ୍କ ସମ୍ପର୍କ ଅନେକ ଥର ତିକ୍ତ ହୋଇ ରହିଥିଲା। ଏହି ଦମ୍ପତିଙ୍କ ଛାଡପତ୍ର ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ସରକାରୀ ଘୋଷଣା ହୋଇନାହିଁ। ଉଭୟଙ୍କର ଘନିଷ୍ଠ ବନ୍ଧୁମାନେ ମଧ୍ୟ ସେମାନଙ୍କ ଅଲଗା ହେବା କଥା କହୁଛନ୍ତି, କିନ୍ତୁ ଏହି ଦମ୍ପତି ନିଜର ପ୍ରତିକ୍ରିୟା ନଦେଇଥିବାରୁ କିଛି ନିଶ୍ଚିତ ହୋଇନାହିଁ। ଏହି ସମୟରେ ସାନିଆ ଏକ ଫଟୋକୁ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଥିଲେ। ଫଟୋରେ ଏକ ପାର୍କର ନଜର ଆସିଛି, ଯାହା ସୂଚିତ କରୁଛି ଯେ ସାନିଆ କିଛି ସମୟ ବିତାଇବା ପାଇଁ ସେଠାରେ ପହଞ୍ଚିଛନ୍ତି। ସାନିଆଙ୍କ ଫୋଟରେ ତାଙ୍କ ପ୍ରଶଂସକମାନେ ମନ୍ତବ୍ୟ ଦେଉଛନ୍ତି ଏବଂ ପଚାରୁଛନ୍ତି କି ସେ ପ୍ରକୃତରେ ପାକିସ୍ତାନୀ କ୍ରିକେଟର ଶୋଏବ ମଲ୍ଲିକଙ୍କଠାରୁ ଛାଡପତ୍ର ପାଇଛନ୍ତି କି?

ଜଣେ ପାକିସ୍ତାନୀ ସାମ୍ବାଦିକଙ୍କ କହିବା କଥା, ୨୦୧୨ରେ ଯେତେବେଳେ ବାଂଲାଦେଶରେ ଟି-୨୦ ୱାର୍ଲ୍ଡ କପ୍ ଚାଲିଥିଲା ସେବେଠୁ ଦୁହେଁ ଅଲଗା ହେବାକୁ ଚାହୁଁଥିଲେ । ହେଲେ ଦୁହିଁଙ୍କ ପରିବାର ଲୋକଙ୍କ ବୁଝାସୁଝା କରିବା ପରେ ଦୁହେଁ ଏକାଠି କିଛି ଦିନ ରହିଥିଲେ।
Published by:Soumyashree Mishra
First published: