ସାଇ ଉଠାଇବ ତୀରନ୍ଦାଜ ମାନଙ୍କ ଅଲମ୍ପିକ୍ସ ଟ୍ରାଏଲ୍ସ ଖର୍ଚ୍ଚ : କିରଣ ରିଜିଜୁ

ଖେଳମନ୍ତ୍ରୀ କିରଣ ରିଜିଜୁ ନିଜ ଟୁଇଟର ହ୍ୟାଣ୍ଡେଲରୁ ଏକ ଟୁଇଟ କରି ସାଇ ତୀରନ୍ଦାଜଙ୍କ ଅଲମ୍ପିକ୍ସ ଖର୍ଚ୍ଚ ଉଠାଇବ ବୋଲି କହିଛି

ସାଇ ଉଠାଇବ ତୀରନ୍ଦାଜ ମାନଙ୍କ ଅଲମ୍ପିକ୍ସ ଟ୍ରାଏଲ୍ସ ଖର୍ଚ୍ଚ : କିରଣ ରିଜିଜୁ
କ୍ରୀଡ଼ମନ୍ତ୍ରୀ କିରଣ ରିଜିଜୁଙ୍କ ଟୁଇଟ
  • News18 Odia
  • Last Updated: January 3, 2020, 10:02 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ଭାରତୀୟ ଖେଳ ପ୍ରାଧିକରଣ (ସାଇ) ଆଗକୁ ଟୋକିଓ ଅଲମ୍ପିକ୍ସ ପାଇଁ ହେବାକୁଥିବା ଟ୍ରାଏଲ୍ସ ଲାଗି ପୁଣେଠାରେ ଦେଶର ଶୀର୍ଷ ତୀରନ୍ଦାଜମାନଙ୍କ ଖର୍ଚ୍ଚ ଉଠାଇବ । ସାଇ ଏକ ବୟାନରେ କହିଛି ‘‘ ସରାକାର ଜାତୀୟ ଶିବିର ପରି ଟ୍ରାଏଲ୍ସରେ ଭାଗ ନେବାକୁ ଥିବା ପୁରୁଷ ଏବଂ ମହିଳା ରିକର୍ଭ ତୀରନ୍ଦାଜଙ୍କ ରହିବା ବ୍ୟବସ୍ଥାରେ ପୂର୍ଣ୍ଣ ସହଯୋଗ କରିବ ।’’

ଖେଳ ମନ୍ତ୍ରଣାଳୟର ଏକ ରିପୋର୍ଟରେ ଏହା ଦାବି କରାଯାଇଛି ଯେ ଅଲମ୍ପିଆନ ଦୀପିକା କୁମାରୀ, ବୋମ୍ବାଇଲା ଦେବୀ ଏବଂ ଅତନୁ ଦାସଙ୍କୁ ନିଜର ଚୟନ ପାଇଁ ଟ୍ରାଏଲ୍ସରେ ହେବାକୁ ଥିବା ସମସ୍ତ ଖର୍ଚ୍ଚ ବହନ କରିବାକୁ ପଡ଼ୁଛି । କାରଣ ଭାରତୀୟ ତୀରନ୍ଦାଜ ସଂଘ ଉପରେ ନିଲମ୍ବନ ଲାଗିଛି । ଫଳରେ କିଛି କ୍ରୀଡ଼ାବିତଙ୍କୁ ହୋଟେଲ ଖୋଜିବାରେ ମଧ୍ୟ କଷ୍ଟ ହେଉଛି ।

ତୀରନ୍ଦାଜ ସାଇ ଉପରେ ପ୍ରଶ୍ନ ଉଠାଇଥିଲେ

ତୀରନ୍ଦାଜମାନେ ସାଇ ଉପରେ ପ୍ରଶ୍ନ ଉଠାଇ ‘‘ ଅଲମ୍ପିକ୍ସ  କ୍ବାଲିଫାୟର ପାଇଁ ଖେଳିବାକୁ ଆସିଥିବାବେଳେ ନିଜେ ସବୁ ଖର୍ଚ୍ଚ ବହନ କରିବାକୁ ପଡ଼ୁଛି କିନ୍ତୁ ଏହି କାମ ପ୍ରକୃତରେ ସାଇର ଅଟେ’’ ।

କ୍ରୀଡ଼ାମନ୍ତ୍ରୀ କିରଣ ରିଜିଜୁ ନିଜର ଆଧିକାରିକ ଟୁଇଟ ହ୍ୟାଣ୍ଡେଲରୁ ଟୁଇଟ କରି ଏହା ସ୍ପଷ୍ଟ କରିଛନ୍ତି ଯେ, ତୀରନ୍ଦାଜଙ୍କ ରହିବା, ଖାଇବା ପାଇଁ ସମସ୍ତ ବ୍ୟବସ୍ଥା କରାଯିବ । ରିଜୀଜୁ ଲେଖିଛନ୍ତି ‘‘ ଜାତୀୟ ଶିବିର ତଥା ଟ୍ରାଏଲ୍ସରେ ଭାଗ ନେଉଥିବା କୌଣସି କ୍ରୀଡ଼ାବିତଙ୍ ରହିବା ଲାଗି କିମ୍ବା ଖାଇବା ଲାଗି କୌଣସି ଅର୍ଥ ଖର୍ଚ୍ଚ କରିବାକୁ ପଡ଼ିବ ନାହିଁ । ସରକାର ସେମାନଙ୍କର ସମସ୍ତ ଖର୍ଚ୍ଚ ପୂର୍ବ ପରି ବହନ କରିବେ’’ ।

 
First published: January 3, 2020, 10:02 PM IST
corona virus btn
corona virus btn
Loading