News18 Odia Digital
Sahara India: ସାହାରା ଇଣ୍ଡିଆ(Sahara India)କୁ ନେଇ ପୁଣି ଏକ ବଡ଼ ଖବର। ସାହାରା ନିବେଶକମାନେ ବିନିଯୋଗ କରିଥିବା ଟଙ୍କା ପାଇଁ ଏଦ୍ୱାର ସେ ଦ୍ୱାର ଦୌଡୁଥିଲେ। କିନ୍ତୁ ଏବେ ଆଉ ୬ଜଣଙ୍କ ନାମରେ ମାମଲା ରୁଜୁ କରିଛନ୍ତି ନିବେଶକ(Investor)। ଯେଉଁଥିପାଇଁ ପଇସା ମିଳିବାରେ କୌଣସି ବିଳମ୍ବ ହୋଇପାରେ, ସେ ନେଇ ଆଲୋଚନା ଜୋର ଧରିଛି।
ମିଳିଥିବା ସୂଚନା ଅନୁଯାୟୀ, କ୍ରାଇମ ବ୍ରାଞ୍ଚ ପୋଲିସ ଷ୍ଟେସନରେ ସାହାରା ଇଣ୍ଡିଆର ଚେୟାରମ୍ୟାଙ୍କ ସମେତ ୬ ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। କୁହାଯାଉଛି ଯେ ଏଫଡି ମିଆଦ ପୂର୍ଣ୍ଣ ହେବା ପରେ ମଧ୍ୟ ନିବେଶକଙ୍କୁ ପଇସା ଦିଆଯାଉ ନାହିଁ। ଶେଷରେ ବିରକ୍ତ ହୋଇ ନିବେଶକମାନେ ପୋଲିସ ଷ୍ଟେସନରେ ଏକ ମାମଲା ରୁଜୁ କରିଛନ୍ତି। ଭୋପାଳରେ ସାହାରାର ଚେୟାରମ୍ୟାନ୍ ଓ ଅନ୍ୟ ୬ ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଛି।
SAHARA INDIA: ଆଜି ସଜାଡ଼ି ରଖନ୍ତୁ ୧୪ଟି ଡକ୍ୟୁମେଣ୍ଟ; ନଥିଲେ ହାତରୁ ଯିବ ସାହାରା ଟଙ୍କାଅନ୍ୟପକ୍ଷରେ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଗୁରୁବାର କହିଛନ୍ତି ଯେ ସାହାରା ଗ୍ରୁପ୍ ଦ୍ୱାରା ପରିଚାଳିତ ଚାରିଟି ସମବାୟ ସମିତିର ୧୦ କୋଟିରୁ ଅଧିକ ନିବେଶକ ସୁଧରେ ସେମାନଙ୍କ ଟଙ୍କା ପାଇବେ। ଉଲ୍ଲେଖନୀୟ ବିଷୟ ହେଉଛି, ଏହି ନିବେଶକଙ୍କ ଟଙ୍କା ଏହି ଚାରୋଟି ସହଯୋଗୀ ସମିତିରେ ଅଟକି ରହିଛି। ସେ କହିଛନ୍ତି ଯେ ସୁଧ ସହିତ ସେମାନଙ୍କ ନିବେଶ ଫେରସ୍ତ ପ୍ରକ୍ରିୟା ତିନି-ଚାରି ମାସ ମଧ୍ୟରେ ଆରମ୍ଭ ହେବ।
ଋଷିକୁଲ୍ୟା ମଇଦାନରେ ଉତ୍ତରପ୍ରଦେଶ ସମବାୟ ବିଭାଗର ଏକ କାର୍ଯ୍ୟକ୍ରମରେ ଶାହ ଏହି ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ସାହାରା ଗୋଷ୍ଠୀର ସମବାୟ ସମିତିରେ ବିନିଯୋଗ କରିଥିବା ନିବେଶକଙ୍କ ଟଙ୍କା ଫେରସ୍ତ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।