News18 Odia Digital
ନୂଆ ଦିଲ୍ଲୀ: ଆଧ୍ୟାତ୍ମିକ ଗୁରୁ ସଦଗୁରୁ ଜଗ୍ଗି ବାସୁଦେବ (Sadhguru Jaggi Vasudev) ଶୁକ୍ରବାର ଦିନ ତାମିଲ ନାଡୁର ମନ୍ଦିରଗୁଡ଼ିକର ବାହ୍ୟ ଅଡିଟ୍ କରାଯାଉ ବୋଲି ଦାବି କରି ମାଦ୍ରାସ୍ ହାଇ କୋର୍ଟର ମଦୁରାଇ ବେଞ୍ଚରେ ଏକ ଜନ ସ୍ୱାର୍ଥ ଯାଚିକା (PIL) ଦାୟର କରିଛନ୍ତି । ସମ୍ପ୍ରଦାୟକୁ ମନ୍ଦିରଗୁଡି଼କର ଦାୟିତ୍ୱ ଦେବା କାର୍ଯ୍ୟ ବିଷୟରେ ବିଶ୍ଳେଷଣ ଓ ଅନୁଧ୍ୟାନ କରିବା ପାଇଁ ଏକ କମିଶନ ଗଠନ କରିବାକୁ ମଧ୍ୟ ସେ ଏହି ପି.ଆଇ.ଏଲ୍.ରେ ଦାବି କରିଛନ୍ତି ।
ସଦଗୁରୁଙ୍କ ଏହି ପିଟିସନରେ ତାମିଲ ନାଡୁ ରାଜ୍ୟ ସରକାର ଓ ହିନ୍ଦୁ ଧାର୍ମିକ ଓ ଚାରିଟେବୁଲ୍ ଏଣ୍ଡାଓମେଣ୍ଟସ୍ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କୁ (HR&CE) ପ୍ରଥମ ଓ ଦ୍ୱିତୀୟ ପ୍ରତିବାଦୀ ଭାବରେ ନାମିତ କରାଯାଇଛି । ଏହା ପୂର୍ବରୁ ଏହି ଆଧ୍ୟାତ୍ମିକ ଗୁରୁ ଏଥି ପାଇଁ ରାଜ୍ୟ ସରକାରଙ୍କୁ ନିବେଦନ କରିଥିଲେ ମଧ୍ୟ ତାଙ୍କ ଠାରୁ କୌଣସି ପ୍ରତିକ୍ରିୟା ପାଇ ନ ଥିଲେ।
ଏହା ବି ପଢ଼ନ୍ତୁ | କରୋନା ବେକାବୁ: ଦେଶରେ ୪ ଲକ୍ଷ ମୁହାଁ ଦୈନିକ ସଂକ୍ରମଣ; ଆମେରିକାରୁ ଆସିଲା ରିଲଫ୍ ସାମଗ୍ରୀଏହି ଆବେଦନରେ HR&CE ବିଭାଗ ଅଧୀନରେ ଥିବା ୪୪,୦୦୦ରୁ ଅଧିକ ମନ୍ଦିରର ବାହ୍ୟ ଅଡିଟ୍ କରିବା ପାଇଁ ଦାବି କରାଯାଇଛି । ଏହା ଦ୍ୱାରା ସବୁ ମନ୍ଦିରର ସ୍ଥିତି, ସେମାନଙ୍କ ସହ ସଂପୃକ୍ତ ଜମି ଓ ଅସ୍ଥାବର ସମ୍ପତ୍ତି, ମନ୍ଦିର ସମ୍ପତ୍ତିର ମାଲିକାନା ଓ ଦଖଲ ସ୍ଥିତି, ସେମାନେ ସଂଗ୍ରହ କରୁଥିବା ଭଡ଼ା ଓ ଦେୟ ଆଦିର ସ୍ଥିତି ଜାଣିବା ପାଇଁ ଉଦ୍ୟମ କରାଯିବା ଉଚିତ ବୋଲି ଏହି ପିଟିସନରେ କୁହାଯାଇଛି ।
ଏହା ବି ପଢ଼ନ୍ତୁ | ୧୮ ବର୍ଷ ବା ଅଧିକ? କରୋନା ଟିକା ନେବା ପାଇଁ CoWin ଆପ୍ରେ କେମିତି ପଞ୍ଜୀକରଣ କରିବେ ଜାଣନ୍ତୁବାହ୍ୟ ଅଡ଼ିଟ୍ କରାଗଲେ ଏହି ମନ୍ଦିରଗୁଡ଼ିକ ସହ ଜଡି଼ତ ରୀତିନୀତି ଏବଂ ଆଧ୍ୟାତ୍ମିକ ଅଭ୍ୟାସର ସ୍ଥିତି, ଦାନ ମାଧ୍ୟମରେ ପ୍ରାପ୍ତ ହେଉଥିବା ପାଣ୍ଠି ଓ ଲୋକେ କରୁଥିବା ଦାନ ଏବଂ ସେଥିରୁ ହେଉଥିବା ବ୍ୟୟ ଆଦି ବିଷୟରେ ବି ସମ୍ପୂର୍ଣ୍ଣ ତଥ୍ୟ ମିଳିବା ସମ୍ଭବ ହେବ ବୋଲି ସଦଗୁରୁଙ୍କ ଇଶା ଫାଉଣ୍ଡେସନ (Isha Foundation) ପକ୍ଷରୁ ଏକ ପ୍ରେସ୍ ବିଜ୍ଞପ୍ତିରେ କୁହାଯାଇଛି ।
ଏହା ବି ପଢ଼ନ୍ତୁ | କରୋନା ଟିକାର ପ୍ରଥମ ଡୋଜ୍ ନେବା ପରେ ସଂକ୍ରମିତ ହେଲେ ଦ୍ୱିତୀୟ ଡୋଜ୍ କେବେ ନେବା ଉଚିତ?ଏହି ପ୍ରସିଦ୍ଧ ଆଧ୍ୟାତ୍ମିକ ଗୁରୁ ଏହା ବି ଦାବି କରିଛନ୍ତି ଯେ ମନ୍ଦିରଗୁଡ଼ିକର ପରିଚାଳନା, ଏହାର ରୀତିନୀତି ଏବଂ ଅଭ୍ୟାସଗୁଡ଼ିକର ତଦାରଖ କରିବା ପାଇଁ ବିଶେଷଜ୍ଞମାନଙ୍କର ଏକ ଟିମ୍ ଗଠନ କରାଯାଉ ।
Published by:Anand S.T. Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।