ସଚିନ ତେନ୍ଦୁଲକର ନିଜ ଫ୍ୟାନମାନଙ୍କୁ କହିଲେ: ‘ମୋ’ ପ୍ରଥମ କାର୍‌ ମୋତେ ଖୋଜି ଦିଅ’

୪୭ ବର୍ଷୀୟ ସଚିନ ତେନ୍ଦୁଲକର କହିଛନ୍ତି, “ମୋ ଘର ନିକଟରେ ଏକ ବିରାଟ ଓପନ୍ ଡ୍ରାଇଭ୍ ଇନ୍ ଚଳଚ୍ଚିତ୍ର ହଲ୍ ଥିଲା ଯେଉଁଠାରେ ଲୋକମାନେ ସେମାନଙ୍କ କାର୍ ପାର୍କିଂ କରି ସେଠାରେ ଚଳଚ୍ଚିତ୍ର ଦେଖୁଥିଲେ । ସେତବେଳେ ମୁଁ ଓ ମୋ ଭାଇ ସେହି କାରଗୁଡ଼ିକୁ ଦେଖିବା ପାଇଁ ଘଣ୍ଟା ଘଣ୍ଟା ଧରି ଆମ ବାଲକୋନୀରେ ଠିଆ ହେଉଥିଲୁ ।”

ସଚିନ ତେନ୍ଦୁଲକର ନିଜ ଫ୍ୟାନମାନଙ୍କୁ କହିଲେ: ‘ମୋ’ ପ୍ରଥମ କାର୍‌ ମୋତେ ଖୋଜି ଦିଅ’
ସଚିନ ତେନ୍ଦୁଲକର (ଫାଇଲ ଫଟୋ)
  • News18 Odia
  • Last Updated: August 20, 2020, 9:12 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ନୂଆ ଦିଲ୍ଲୀ: କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକର 'ଏକ ଟକ୍ ସୋ’ କାର୍ଯ୍ୟକ୍ରମରେ ନିଜ ପ୍ରଶଂସକ ମାନଙ୍କୁ ତାଙ୍କର ପ୍ରଥମ କାର ଖୋଜି ଦେବାରେ ସାହାଯ୍ୟ କରିବାକୁ ଆହ୍ୱାନ କରିଛନ୍ତି । ସଚିନଙ୍କ ପ୍ରଥମ କାର ମାରୁତି ୮୦୦ । ମାଷ୍ଟର ବ୍ଲାଷ୍ଟର ଦାବି କରିଛି ଯେ ତାଙ୍କର ମାରୁତି ୮୦୦ ହେଉଛି ପ୍ରଥମ କାର ଯାହାକୁ ସେ ଜଣେ ବୃତ୍ତିଗତ କ୍ରିକେଟର ଭାବେ ଅର୍ଜନ କରିଥିବା ଟଙ୍କାରେ କିଣିଥିଲେ ଓ ପୁନର୍ବାର ସେହି କାର ମାଲିକ ହେବାକୁ ଚାହୁଁଛନ୍ତି ।

'ଇନ ଦି ସ୍ପୋର୍ଟ୍ ଲାଇଟ୍' ନାମକ (ଏକ ଟକ୍ ସୋ) ରେ ଏକ ଏପିସୋଡ଼ରେ କିମ୍ବଦନ୍ତୀ କ୍ରିକେଟର ତାଙ୍କର ଇଚ୍ଛା ବିଷୟରେ ପଚାରିବାରୁ ସଚିନ କହିଥିଲେ,“ ମୋର ପ୍ରଥମ କାର୍ ମାରୁତି ୮୦୦ ଥିଲା । ଦୁର୍ଭାଗ୍ୟବଶତଃ, ଏହା ବର୍ତ୍ତମାନ ମୋ ସହିତ ନାହିଁ । ମୁଁ ଏହାକୁ ପୁନର୍ବାର ମୋ ସହିତ ରଖିବାକୁ ପସନ୍ଦ କରିବି । ତେଣୁ, ଯେଉଁ ଲୋକମାନେ ମୋ କଥା ଶୁଣୁଛନ୍ତି, ମୋତେ ନିର୍ଭୀଗ୍ନ ଭାବେ ଯୋଗାଯୋଗ କରିବେ ବୋଲି ମୁଁ ଆଶାକରୁଛି ।”

ଚାରି ଚକିଆ ଯାନ ପ୍ରତି ତାଙ୍କର ଉତ୍ସାହକୁ ମନେ ପକାଇ ୪୭ ବର୍ଷୀୟ କହିଛନ୍ତି, “ମୋ ଘର ନିକଟରେ ଏକ ବିରାଟ ଓପନ୍ ଡ୍ରାଇଭ୍ ଇନ୍ ଚଳଚ୍ଚିତ୍ର ହଲ୍ ଥିଲା ଯେଉଁଠାରେ ଲୋକମାନେ ସେମାନଙ୍କ କାର୍ ପାର୍କିଂ କରି ଚଳଚ୍ଚିତ୍ର ଦେଖୁଥିଲେ ଓ ସେଥିରେ ବସୁଥିଲେ । ସେତବେଳେ ମୁଁ ଓ ମୋ ଭାଇ ସେହି କାରଗୁଡ଼ିକୁ ଦେଖିବା ପାଇଁ ଘଣ୍ଟା ଘଣ୍ଟା ଧରି ଆମ ବାଲକୋନୀରେ ଠିଆ ହେଉଥିଲୁ ।”

ଏହି ଏପିସୋଡ଼ରେ ତେନ୍ଦୁଲକର ତାଙ୍କ ପ୍ରିୟ ସୁନୀଲ ଗାଭାସ୍କରଙ୍କୁ ଯେତେବେଳେ ମୁମ୍ବାଇର ଡ୍ରେସିଂ ରୁମରେ ପ୍ରଥମେ ଭେଟିବାବେଳେ ସେ କେତେ ନର୍ଭସ ଥିଲେ ସେ ବିଷୟରେ ମଧ୍ୟ କହିଥିଲେ । ସେ କହିଥିଲେ ଯେ “ମୁଁ ଡ୍ରେସିଂ ରୁମ୍ ସାମ୍ନାରେ (ବଲ ବଏ) ଭାବରେ ଠିଆ ହେଇଥିଲି, ଫଳରେ ଖେଳାଳିମାନେ ଖେଳ ପାଇଁ ନିଜକୁ କିପରି ପ୍ରସ୍ତୁତ କରନ୍ତି ମୁଁ ଦେଖି ପାରୁଥିଲି । ଏହାପରେ ମୋତେ ମୋର ହିରୋ ଗାଭାସ୍କର ଡ୍ରେସିଂ ରୁମକୁ ଡାକିଥିଲେ ।"

“ମୋର ମନେ ଅଛି ଯେ ସେ କୋଣର ଶେଷ ସିଟରେ ବସିଥିଲେ । ଭାଗ୍ୟବଶତଃ ମୁଁ ଯେତେବେଳେ ରଣଜୀ ଟ୍ରଫି କ୍ରିକେଟ୍ ଖେଳିବା ଆରମ୍ଭ କରିଥିଲି ସେତେବେଳେ ମୁଁ ସେହି ସ୍ଥାନରେ ବସିଥିଲି। ନିଜ ହିରୋଙ୍କ ସହ ବସିବା ଏକ ସଂଯୋଗ ଥିଲା କିନ୍ତୁ ଏହା ଚମତ୍କାର ଥିଲା" କହିଛନ୍ତି ସଚିନ ତେନ୍ଦୁଲକର ।
Published by: Jagdish Barik
First published: August 20, 2020, 9:12 AM IST
corona virus btn
corona virus btn
Loading