ହୋମ୍ » ଓଡ଼ିଶା ନ୍ୟୁଜ୍ » ଟ୍ରେଣ୍ଡିଙ୍ଗ»କ୍ରିକେଟ୍ ପରେ ଏବେ ଏକାଠି ଗଲ୍ଫ ଖେଳୁଥିବାର ନଜର ଆସିଲେ ସଚିନ-ଯୁବରାଜ; PIC ଭାଇରାଲ ହେଲା

କ୍ରିକେଟ୍ ପରେ ଏବେ ଏକାଠି ଗଲ୍ଫ ଖେଳୁଥିବାର ନଜର ଆସିଲେ ସଚିନ-ଯୁବରାଜ; PIC ଭାଇରାଲ ହେଲା

କ୍ରିକେଟ୍ ପଡ଼ିଆରେ ଦୀର୍ଘ ବର୍ଷ ଧରି ଅନେକ ଚମତ୍କାର ଖେଳ ଦେଖାଇବା ପରେ ସଚିନ୍ ତେନ୍ଦୁଲକର (Sachin Tendulkar) ଓ ଯୁବରାଜ ସିଂ (Yuvraj Singh) ବର୍ତ୍ତମାନ ଗଲ୍ଫ କୋର୍ସରେ (Golf Course) ଏକାଠି ନଜର ଆସିଛନ୍ତି ।

କ୍ରିକେଟ୍ ପରେ ଏବେ ଏକାଠି ଗଲ୍ଫ ଖେଳୁଥିବାର ନଜର ଆସିଲେ ସଚିନ-ଯୁବରାଜ; PIC ଭାଇରାଲ ହେଲା
କ୍ରିକେଟ୍ ପରେ ଏବେ ଏକାଠି ଗଲ୍ଫ ଖେଳୁଥିବାର ନଜର ଆସିଲେ ସଚିନ-ଯୁବରାଜ
  • News18 Odia
  • Last Updated: February 2, 2021, 3:36 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
ନୂଆ ଦିଲ୍ଲୀ: କ୍ରିକେଟ୍ ପଡ଼ିଆରେ ବହୁ ବର୍ଷ ଧରି ଏକାଠି ହୋଇ ଅନେକ ଚମତ୍କାର ଖେଳ ଦେଖାଇବା ପରେ ସଚିନ୍ ତେନ୍ଦୁଲକର (Sachin Tendulkar) ଓ ଯୁବରାଜ ସିଂ (Yuvraj Singh) ବର୍ତ୍ତମାନ ଗଲ୍ଫ କୋର୍ସରେ (Golf Course) ଏକାଠି ନଜର ଆସିଛନ୍ତି । ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିବା ସଚିନ ତେନ୍ଦୁଲକର ଓ ଯୁବରାଜ ସିଂ ବର୍ତ୍ତମାନ ଏକତ୍ର ଗଲ୍ଫ ଆଡକୁ ପାଦ ପକାଇଛନ୍ତି । ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ମଧ୍ୟ ଯୁବରାଜଙ୍କ ସହ ଗଲ୍ଫ ଖେଳିବାବେଳେ ସୋସିଆଲ ମିଡିଆରେ ଏକ ଫଟୋ ସେୟାର କରିଛନ୍ତି । ଏହି ଫଟୋ ସାୟାର କରି ସଚିନ ତେନ୍ଦୁଲକର କ୍ୟାପସନ ଦେଇଛନ୍ତି - 'କ୍ରିକେଟ୍ ରୁ ଗଲ୍ଫ ପର୍ଯ୍ୟନ୍ତ, ଅନେକ ୟାର୍ଡ଼ ବହୁତ ଯାତ୍ରା କରିଛୁ, ୟୁଭି ।'

କ୍ରିକେଟରୁ ଅବସର ନେବା ପରେ ଉଭୟ ସଚିନ ତେନ୍ଦୁଲକର ଓ ଯୁବରାଜ ସିଂ ସୋସିଆଲ ମିଡିଆରେ ବହୁତ ସକ୍ରିୟ ଅଛନ୍ତି । ବିଶେଷକରି ସଚିନ୍, ଯିଏକି ଭାରତ ଓ ଅଷ୍ଟ୍ରେଲିଆ ସିରିଜ୍ ସମୟରେ ନିଜ ୟୁଟ୍ୟୁବ୍ ଚ୍ୟାନେଲରେ ନିଜର ଭାବନା ବାଣ୍ଟିଥିଲେ । ସଚିନ୍ ପ୍ରାୟତ ସୋସିଆଲ୍ ମିଡିଆରେ ଥ୍ରୋବ୍ୟାକ୍, ପରିବାର ଓ ସାଙ୍ଗମାନଙ୍କ ସହିତ ନିଜର ମୁହୂର୍ତ୍ତଗୁଡିକ ଅଂଶୀଦାର କରନ୍ତି । ଏହା ବେଶି ସମୟ ହୋଇନାହିଁ ଯେତେବେଳେ ସଚିନ ନିଜ ଅଫିସିଆଲ୍ ଇନଷ୍ଟାଗ୍ରାମରେ ବ୍ରାଏନ୍ ଲାରାଙ୍କ ସହ ଏକ ଭିଡିଓ ସେୟାର କରିଥିଲେ । ଏହି ଭିଡିଓରେ ସଚିନ୍ ଗଲ୍ଫ କୋର୍ସରେ ବ୍ରାଏନ୍ ଲାରାଙ୍କ ସହ ଥିଲେ ଓ ଗଲ୍ଫ ଖେଳୁଥିଲେ ।



କିଛି ଦିନ ପୂର୍ବରୁ ଯୁବରାଜ ସିଂ ମଧ୍ୟ ଗଲ୍ଫ ଖେଳିବା ସମୟରେ ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରିଥିଲେ । ଏହି ଭିଡିଓ ସେୟାର କରିବାବେଳେ ଯୁବରାଜ କ୍ୟାପସନ୍ ଦେଇଛନ୍ତି - 'ଜୀବନ ବନ୍ଦ ହୁଏ ନାହିଁ! ଆପଣଙ୍କୁ ୨୨ ୟାର୍ଡରୁ ୧୮ ଗର୍ତ୍ତ ପର୍ଯ୍ୟନ୍ତ ଆଗକୁ ବଢ଼ିବାକୁ ପଡିବ । ଯୁବରାଜ ଇନଷ୍ଟାଗ୍ରାମରେ ଭାରତର ପୂର୍ବତନ ଦ୍ରୁତ ବୋଲର ଆଶିଷ ନେହେରାଙ୍କ ସହ ଏକ ଫଟୋ ସେୟାର କରିଛନ୍ତି । ଫଟୋରେ କ୍ୟାପସନ୍ ଦିଆଯାଇଛି - 'ଯେତେବେଳେ ଟାଇଗର ଉଡ଼ସ ଓ ଫିଲ୍ ମିକେଲସନ୍ ଏକାଠି ହୁଅନ୍ତି' । ଏହା ଉପରେ ହରଭଜନ ସିଂ ମଧ୍ୟ ମନ୍ତବ୍ୟ ଦେଇଛନ୍ତି ।

ସଚିନ ତେନ୍ଦୁଲକର ୨୫ ବର୍ଷ ଖେଳିବା ପରେ ୨୦୧୩ ରେ କ୍ରିକେଟରୁ ଅବସର ନେଇଥିଲେ । ୨୦୧୯ ରେ ଯୁବରାଜ ସିଂ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିଲେ । କ୍ରିକେଟ୍ ପଡ଼ିଆରେ ଯୁବରାଜ ଓ ସଚିନ୍ ଅନେକ ସ୍ମରଣୀୟ ସହଭାଗୀତାର ସାକ୍ଷୀ ରହିଛନ୍ତି । ୨୦୦୮ ମସିହାରେ ଚେନ୍ନାଇରେ ଇଂଲଣ୍ଡ ବିପକ୍ଷରେ ଦୁହିଁଙ୍କର ସବୁଠାରୁ ସ୍ମରଣୀୟ ଭାଗିଦାରୀ ହୋଇଥିଲା । ଇଂଲଣ୍ଡ ବିପକ୍ଷ ଟେଷ୍ଟ ମ୍ୟାଚରେ ପଞ୍ଚମ ୱିକେଟ୍ ପାଇଁ ଉଭୟ ଅପରାଜିତ ୧୬୩ ରନ୍ ଭାଗିଦାରୀ ବାଣ୍ଟିଥିଲେ । ୩୮୭a ରନ୍ ପଛରେ ସଚିନ୍ ଅପରାଜିତ ୧୦୩ ଓ ଯୁବରାଜ ୮୫ ରନ୍ ସ୍କୋର କରିଥିଲେ ।
Published by: Jagdish Barik
First published: February 2, 2021, 3:36 PM IST