ସଚିନ୍ ପାଇଲଟଙ୍କ ପାଳି ପଡ଼ିବ ନାହିଁ - ଗୃହମନ୍ତ୍ରୀ ଅମିତ ଶାହ

ଭରତପୁରରେ ବିଜେପିର ବୁଥ୍ ସ୍ତରୀୟ କର୍ମୀଙ୍କ ଉଦବୋଧନ ଦେବା ବେଳେ ପାଇଲଟ୍ ଓ ଗେହଲଟ୍ କଳିରେ ନାକ ପୂରାଇଛନ୍ତି ଅମିତ ଶାହ ।

ସଚିନ୍ ପାଇଲଟଙ୍କ ପାଳି ପଡ଼ିବ ନାହିଁ - ଗୃହମନ୍ତ୍ରୀ ଅମିତ ଶାହ

ସଚିନ୍ ପାଇଲଟଙ୍କ ପାଳି ପଡ଼ିବ ନାହିଁ - ଗୃହମନ୍ତ୍ରୀ ଅମିତ ଶାହ

  • News18 Odia
  • Last Updated :
  • New Delhi, India
  • Share this:
News 18 Odia Digital

ନୂଆଦିଲ୍ଲୀ: କଂଗ୍ରେସର ରାଜସ୍ଥାନ କଳିରେ ଯୁଆ ଛାଟିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ (home minister amit shah) । ଭରତପୁରରେ ବିଜେପିର ବୁଥ୍ ସ୍ତରୀୟ କର୍ମୀଙ୍କ ଉଦବୋଧନ ଦେବା ବେଳେ ପାଇଲଟ୍ ଓ ଗେହଲଟ୍ କଳିରେ ନାକ ପୂରାଇଛନ୍ତି ଅମିତ ଶାହ ।

ଦୁର୍ନୀତି ବିରୋଧରେ ସ୍ବର ଉଠାଉଥିବା ସଚିନ୍ ପାଇଲଟ (Sachin Pilot)ଙ୍କ ପାଳି ପଡ଼ିବ ନାହିଁ । କାରଣ ଦୁର୍ନୀତିରେ ବୁଡ଼ି ରହିଥିବା ଅଶୋକ ଗେହଲଟ୍ ସରକାର ରାଜ୍ୟକୁ ଲୁଟି କଂଗ୍ରେସ (congress) ପାଣ୍ଠିରେ ପୂରାଉଛନ୍ତି । ତେଣୁ ପାଇଲଟ୍ ଯେତେ ଯାହା କଲେ ବି ତାଙ୍କ ପାଳି ପଡ଼ିବ ନାହିଁ ବୋଲି କହିଛନ୍ତି ଶାହ । ରାଜସ୍ଥାନ (rajasthan)ର ଅଶୋକ ଗେହଲଟ୍ ସରକାରକୁ 3D ସରକାର ଆଖ୍ୟା ଦେଇଛନ୍ତି ସେ । 3D ଅର୍ଥାତ ଦଙ୍ଗା, ମହିଳାଙ୍କ ପ୍ରତି ଦୁର୍ବ୍ୟବହାର ଏବଂ ଦଳିତଙ୍କ ଉପରେ ନିର୍ଯାତନା ବୋଲି ବୁଝାଇ ଦେଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ।

୨୦୦୮ର ଜୟପୁର ବିସ୍ଫୋରଣରେ ସଂପୃକ୍ତ ଥିବା ସମସ୍ତ ବ୍ୟକ୍ତିଙ୍କୁ କୋର୍ଟ ଖଲାସ କରିଥିବା ବେଳେ, ଏଥିପାଇଁ କଂଗ୍ରେସକୁ ଦାୟୀ କରିଛନ୍ତି ସେ । ଆଗାମୀ ବିଧାନସଭା ନିର୍ବାଚନରେ ରାଜସ୍ଥାନରେ ବିଜେପି (bjp) ସରକାର ଆସିବ ଏବଂ ୨୦୨୪ ସାଧାରଣ ନିର୍ବାଚନ (general election)ରେ ସମସ୍ତ ୨୫ ଲୋକସଭା ଆସନରେ ପଦ୍ମ ଫୁଟିବ ବୋଲି ଜୋର ଦେଇଛନ୍ତି ଅମିତ ଶାହ ।

ଏହି ଖବର ପଢ଼ନ୍ତୁ -  କୁକୁର ମଣିଷ ବିବାହକୁ ନେଇ ଚର୍ଚ୍ଚା: ଭୋଜି ଭାତ ସହ ନାଚ,ଗୀତରେ ଝୁମିଲା ବାଲେଶ୍ୱର
Published by:Soubhagya Mishra
First published: