News18 Odia Digital
ଜୟପୁର: ରାଜସ୍ଥାନ ରାଜନୀତିରେ ଉଠିଥିବା ସଙ୍କଟର ଝଡ଼ ତୀବ୍ର ହୋଇଛି । କଂଗ୍ରେସ ପାର୍ଟି ଏକ ସାହସିକ ପଦକ୍ଷେପ ନାଇ ଆଜି ଉପମୁଖ୍ୟମନ୍ତ୍ରୀ ପଦରୁ ବିଦା କରିଛି ବିଦ୍ରୋହୀ ନେତା ସଚିନ ପାଇଲଟଙ୍କୁ (Sachin Pilot) । ରାଜସ୍ଥାନ (Rajasthan) ରାଜ୍ୟ କଂଗ୍ରେସର ସଭାପତି ପଦରୁ ବି ସଚିନ ପାଇଲଟଙ୍କୁ ବିଦା କରାଯାଇଛି।
ସଚିନ ପାଇଲଟଙ୍କ ଦୁଇ ଜଣ ସହଯୋଗୀ ବିଧାୟକଙ୍କୁ ବି ରାଜ୍ୟରେ ମନ୍ତ୍ରୀ ପଦରୁ ବହିଷ୍କୃତ କରାଯାଇଛି । ବିଦା ହୋଇଥିବା ସଚିନ ପାଇଲଟଙ୍କ ଏହି ମନ୍ତ୍ରୀ ପଦଧାରୀ ସହଯୋଗୀମାନେ ହେଲେ ରମେଶ ମୀଣା ଓ ବିଶେନ୍ଦ୍ର ସିଂହ । ପାଇଲଟ୍ ଓ ଏହି ଦୁଇ ମନ୍ତ୍ରୀଙ୍କୁ ବହିଷ୍କାର କରିବା ପାଇଁ ରାଜ୍ୟପାଳଙ୍କୁ ସୁପାରିଶ କରିଥିଲେ ମୁଖ୍ୟ ମନ୍ତ୍ରୀ ଅଶୋକ ଗେହଲୋତ (Ashok Gehlot)। ସଚିନ ପାଇଲଟଙ୍କ ବଦଳରେ ଗୋବିନ୍ଦ ସିଂହ ଡୋଟାସରାଙ୍କୁ ନୂଆ ପିସିସି ସଭାପତି କରାଯାଇଛି ।

ବିଧାୟକଙ୍କ ସଭାରେ ସଚିନ ପାଇଲଟଙ୍କୁ ବହିଷ୍କାର କରିବାକୁ ସମର୍ଥନ ମିଳିଥିଲା ।
ରାଜସ୍ଥାନରେ ଗତ ଚାରି ଦିନ ଧରି ଚାଲିଥିବା ରାଜନୈତିକ ସଙ୍କଟ ଟାଳିବାକୁ କଂଗ୍ରେସ ପାର୍ଟି ଉଦ୍ୟମ କରିଥିଲେ ବି ସଚିନ ପାଇଲଟ ଆଜି ଜୟପୁରରେ ବସିଥିବା ବିଧାୟକ ଦଳ ବୈଠକକୁ ଆସି ନ ଥିଲେ । ରାହୁଲ ଗାନ୍ଧି ଓ ପ୍ରିୟଙ୍କା ଗାନ୍ଧିଙ୍କ ସମେତ ଦଳର ବହୁ ବରିଷ୍ଠ ନେତା ସଚିନଙ୍କୁ ବୁଝାଇଥିଲେ ବି ସେ ବୁଝି ନ ଥିଲେ । ତେଣୁ ବିଧାୟକ ଦଳ ବୈଠକରେ ସଚିନ ଓ ସହଯୋଗୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରସ୍ତାବ ପାସ୍ ହୋଇଥିଲା। ଏହା ପରେ ସଚିନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଛି।
ରାଜସ୍ଥାନରେ ଅଶୋକ ଗେହଲୋତଙ୍କ ନେତୃତ୍ୱାଧୀନ ସରକାର ସହିତ ଆବଶ୍ୟକ ସଂଖ୍ୟାର ବିଧାୟକ ଅଛନ୍ତି ବୋଲି କହିଆସୁଛି କଂଗ୍ରେସ । ଗେହଲୋତ ସରକାର ପ୍ରତି କୌଣସି ବିପଦ ନ ଥିବା ଦଳ ଦାବି କରିଆସୁଛି ।
ଏହା ବି ପଢ଼ନ୍ତୁ:
ବାଲେଶ୍ୱର: ସ୍ତ୍ରୀର ଆଖି ଆଗରେ NH ଉପରେ ଟ୍ରକ୍ ଚକ ତଳେ ଚାପି ହୋଇ ସ୍ୱାମୀର ଜୀବନ ଗଲାଏହା ବି ପଢ଼ନ୍ତୁ:
ପଶ୍ଚିମ ବଙ୍ଗରେ ବିଜେପି MLAଙ୍କ ଝୁଲନ୍ତା ଶବ ଏକ ଦୋକାନ ସାମନାରେ ମିଳିଲା; ହତ୍ୟା ଅଭିଯୋଗ ଆସୁଛିକଂଗ୍ରେସ ସୂତ୍ରଙ୍କ ଠାରୁ ପ୍ରାପ୍ତ ସୂଚନା ଅନୁସାରେ ରାଜସ୍ଥାନରେ ସଙ୍କଟକୁ ଟାଳିବାକୁ ଦଳ କିଛି ମାସ ତଳେ ମଧ୍ୟ ପ୍ରଦେଶରେ କମଲ ନାଥ ସରକାରଙ୍କ ଉପରେ ଆସିଥିବା ସଙ୍କଟରୁ ଶିକ୍ଷା ନେଇ ପୂର୍ବରୁ ଏକ ବିକଳ୍ପ ଯୋଜନା ପ୍ରସ୍ତୁତ କରିଥିଲା ।
Published by:Anand Shankar Thankur Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।