ଆର୍ଜେଣ୍ଟିନା ରାଷ୍ଟ୍ରପତି ଭେଟିଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର; କଲେ ଏହି ଆଲୋଚନା

ତିନୋଟି ଲାଟିନ୍ ଆମେରିକୀୟ ଦେଶ ଗସ୍ତର ଶେଷ ପର୍ଯ୍ୟାୟରେ ଗୁରୁବାର ଆର୍ଜେଣ୍ଟିନାରେ ପହଞ୍ଚିଥିବା ଜୟଶଙ୍କର ଅର୍ଥମନ୍ତ୍ରୀ ସର୍ଜିଓ ମାସ୍ସାଙ୍କୁ ଭେଟି ଆର୍ଥିକ ସହଯୋଗ ଉପରେ ମତ ବିନିମୟ କରିଥିଲେ।

ଆର୍ଜେଣ୍ଟିନା ରାଷ୍ଟ୍ରପତି ଭେଟିଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର

ଆର୍ଜେଣ୍ଟିନା ରାଷ୍ଟ୍ରପତି ଭେଟିଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର

  • Share this:
News18 Odia Digital

ନୂଆ ଦିଲ୍ଲୀ: ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଆର୍ଜେଣ୍ଟିନାର ରାଷ୍ଟ୍ରପତି ଆଲବର୍ଟୋ ଫର୍ଣ୍ଣାଣ୍ଡିଜଙ୍କୁ ଭେଟି ବାଣିଜ୍ୟ ସମ୍ପର୍କକୁ ଅଧିକ ସ୍ଥାୟୀ ତଥା ଉଚ୍ଚାଭିଳାଷୀ କରିବା ତଥା ପ୍ରତିରକ୍ଷା ଓ ଆଣବିକ ଶକ୍ତି କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗର ସମ୍ଭାବନା ଉପରେ ଆଲୋଚନା କରିଛନ୍ତି।

ତିନୋଟି ଲାଟିନ୍ ଆମେରିକୀୟ ଦେଶ ଗସ୍ତର ଶେଷ ପର୍ଯ୍ୟାୟରେ ଗୁରୁବାର ଏଠାରେ ପହଞ୍ଚିଥିବା ଜୟଶଙ୍କର ଅର୍ଥନୀତି ମନ୍ତ୍ରୀ ସର୍ଜିଓ ମାସ୍ସାଙ୍କୁ ମଧ୍ୟ ଭେଟି ଆର୍ଥିକ ସହଯୋଗ ଉପରେ ମତ ବିନିମୟ କରିଥିଲେ। ମନ୍ତ୍ରୀ ସର୍ଜିଓମାସାଙ୍କୁ ଭେଟିବା ଅତ୍ୟନ୍ତ ଆନନ୍ଦଦାୟକ ଥିଲା ବୋଲି ସେ କହିଛନ୍ତି। ଆମର ଅର୍ଥନୈତିକ ସହଯୋଗକୁ ବିସ୍ତାର କରିବା ଦିଗରେ ତାଙ୍କର ସକରାତ୍ମକ ଆଭିମୁଖ୍ୟକୁ ପ୍ରଶଂସା କରୁଛନ୍ତି ସେ।

ଏହି ପ୍ରସଙ୍ଗ ଉପରେ ହେଲା ଆଲୋଚନା

ଆର୍ଜେଣ୍ଟିନା ରାଷ୍ଟ୍ରପତି ଫର୍ଣ୍ଣାଣ୍ଡିଜଙ୍କୁ ଭେଟିବା ପରେ ଜୟଶଙ୍କର କହିଛନ୍ତି, ‘‘ମୋତେ ଗ୍ରହଣ କରିଥିବାରୁ ରାଷ୍ଟ୍ରପତିଙ୍କୁ ଧନ୍ୟବାଦ। ବାଣିଜ୍ୟ ସ୍ତରକୁ ଅଧିକ ସ୍ଥାୟୀ ଓ ଉଚ୍ଚାଭିଳାଷୀ କରିବା ସହିତ ଦ୍ୱିପାକ୍ଷିକ ସହଯୋଗକୁ ମଜବୁତ କରିବା ଉପରେ ଆର୍ଜେଣ୍ଟିନା ରାଷ୍ଟ୍ରପତିଙ୍କ ସହ ଆଲୋଚନା ହୋଇଛି।’’

ଶକ୍ତି ଓ ଖାଦ୍ୟ ନିରାପତ୍ତା ଉପରେ ମଧ୍ୟ ସେମାନେ ମତ ବିନିମୟ କରିଥିଲେ। ଫାର୍ମାସ୍ୟୁଟିକାଲ୍ସ ସମେତ ସୁଲଭ ସ୍ୱାସ୍ଥ୍ୟସେବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ପ୍ରତିରକ୍ଷା ସହଯୋଗ ତଥା ପରମାଣୁ ଶକ୍ତିର ସମ୍ଭାବନା ଉପରେ ମଧ୍ୟ ଦୁଇ ନେତା ମତ ବିନିମୟ କରିଥିଲେ। ଏହା ହେଉଛି ଜୟଶଙ୍କର ଦକ୍ଷିଣ ଆମେରିକା ଗସ୍ତ। ସେ ପାରାଗୁଏ ଓ ବ୍ରାଜିଲ ଗସ୍ତ କରିସାରିଛନ୍ତି।
Published by:Lipina Das
First published: