ହୋମ୍ » ଓଡ଼ିଶା ନ୍ୟୁଜ୍ » ଟ୍ରେଣ୍ଡିଙ୍ଗ»ଥାଇଲାଣ୍ଡ: ବେଳାଭୂମିରେ ସେକ୍ସ କରୁଥିବା ବେଳେ ଧରାପଡ଼ିଲେ ଋଷ୍‌ର ଯୋଡ଼ି; ଟିଭିରେ କ୍ଷମା ମାଗି ଜରିମାନା ଦେଲେ

ଥାଇଲାଣ୍ଡ: ବେଳାଭୂମିରେ ସେକ୍ସ କରୁଥିବା ବେଳେ ଧରାପଡ଼ିଲେ ଋଷ୍‌ର ଯୋଡ଼ି; ଟିଭିରେ କ୍ଷମା ମାଗି ଜରିମାନା ଦେଲେ

ସାର୍ବଜନୀନ ସ୍ଥାନରେ ଏହି ୨୬ ଏବଂ ୧୯ ବର୍ଷୀୟ ପର୍ଯ୍ୟଟକ ଦ୍ୱୟ ଅଶ୍ଳୀଳ କାର୍ଯ୍ୟ କରିଥିବା ଅଭିଯୋଗରେ ଦୁହିଁଙ୍କୁ ଗିରଫ କରାଯାଇ ପଚ଼ରାଉଚ଼ରା କରାଯାଇଥିଲା । ପରେ ପୋଲିସ ପକ୍ଷରୁ ଜାରି ଏକ ଫଟୋରେ ଦୁହେଁ ନିଜର ମୁହଁ ଲୁଚାଇବା ଲାଗି ମାସ୍କ୍‌ ପିନ୍ଧିଥିବା ବେଳେ ଦୁଇ ହାତ ଯୋଡ଼ି କ୍ଷମାମାଗୁଥିବା ଦେଖାଯାଇଥିଲା ।

ଥାଇଲାଣ୍ଡ: ବେଳାଭୂମିରେ ସେକ୍ସ କରୁଥିବା ବେଳେ ଧରାପଡ଼ିଲେ ଋଷ୍‌ର ଯୋଡ଼ି; ଟିଭିରେ କ୍ଷମା ମାଗି ଜରିମାନା ଦେଲେ
ମାସ୍କ୍‌ ପିନ୍ଧି ଦୁଇ ହାତ ଯୋଡ଼ି କ୍ଷମାମାଗୁଥିବା ଯୁବକ ଓ ଯୁବତୀ । (ଫଟୋ କଟିସି ବ୍ୟାଂକକ୍‌ ପୋଷ୍ଟ୍‌)
  • News18 Odia
  • Last Updated: January 6, 2020, 9:24 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ଥାଇଲାଣ୍ଡ୍‌ର ପଟ୍ଟାୟା ବେଳାଭୂମିରେ ନୂଆ ବର୍ଷର ଅବ୍ୟବହିତ ପୂର୍ବରୁ ଦୁଇ ଜଣ ଋଷୀୟ ପର୍ଯ୍ୟଟକ ଯୌନ କ୍ରିୟା କରି ହଟହଟା ହୋଇଛନ୍ତି । ଧରାପଡ଼ିବା ପରେ ୨୬ ବର୍ଷୀୟ ଯୁବକ ଓ ତା’ର ୧୯ ବର୍ଷୀୟା ଗର୍ଲଫ୍ରେଣ୍ଡ୍‌ଙ୍କୁ ଟେଲିଭିଜନ୍‌ରେ ସାର୍ବଜନୀନ କ୍ଷମା ମାଗିବା ସହ ଜରିମାନା ମଧ୍ୟ ଦେବାକୁ ପଡ଼ିଥିଲା ।

ନୂଆ ବର୍ଷ ପୂର୍ବ ସନ୍ଧ୍ୟାରେ ଏହି ପର୍ଯ୍ୟଟକ ଯୋଡ଼ି ଆରାମ କରିବା ପାଇଁ ପଟ୍ଟାୟାରେ ବେଳାଭୂମିକୁ ଯାଇଥିଲେ ।ଏକ ବାର୍‌ରେ ମଦ୍ୟପାନ କରିବା ପରେ ସେମାନେ ବେଳାଭୂମିର ବାଲିରେ ଯୌନ କ୍ରିୟା କରିଥିଲେ । ସେଠାରେ ଲାଗିଥିବା ସିସିଟିଭି କ୍ୟାମେରାର ଫୁଟେଜ୍‌ରେ ୧୯ ବର୍ଷୀୟ ଯୁବତୀ ଜଣକ ଯୌନ କ୍ରିୟା ପୂର୍ବରୁ ଆଗେ ନିଜ ହଟ୍‌ ପ୍ୟାଣ୍ଟ୍‌ ଖୋଲି ବାହାର କରିଥିବା ଓ ତା’ପରେ ନିଜ ପାର୍ଟନର୍‌ଙ୍କ ଜିନ୍ସ ଖୋଲିଥିବା ଦେଖାଯାଇଥିଲା ।

ବ୍ୟାଂକକ୍‌ ପୋଷ୍ଟ୍‌ ଓ ଡେଲି ମେଲ୍‌ରେ ପ୍ରକାଶିତ ଖବର ଅନୁସାରେ ଏହି ଯୋଡ଼ି ଖୋଲା ବେଳାଭୂମିରେ ପାଖାପାଖି ୩୦ ସେକେଣ୍ଡ୍‌ ଧରି ଯୌନ କ୍ରିୟାରେ ଲିପ୍ତ ରହିବା ପରେ ହୋଟେଲକୁ ଫେରିଯାଇଥିଲେ । ଏହି ଘଟଣାର ଦୃଶ୍ୟ ସିସିଟିଭି କ୍ୟାମେରାରେ ଦେଖିବା ପରେ ତୁରନ୍ତ ସେଠାକାର କିଛି ପୋଲିସ ଅଧିକାରୀ ପହଞ୍ଚିଥିଲେ ।

‘‘ଏହି ଭଳି କୃତ୍ୟ ଦ୍ୱାରା ପର୍ଯ୍ୟଟନସ୍ଥଳ ଭାବେ ନାମ କମେଇଥିବା ପଟ୍ଟାୟା ବିଚ୍‌ର ନାଁ ଖରାପ ହେଉଛି । ଅଧିକାରୀମାନଙ୍କୁ ଏ ବିଷୟରେ ଅଧିକ ତଥ୍ୟ ସଂଗ୍ରହ କରିବା ପାଇଁ ସମୁଦ୍ର ତଟ ନିକଟକୁ ପଠାଇ ଦିଆଯାଇଛି,’’ ଏକ ଖବରଦାତା ସମ୍ମିଳନୀରେ ପୋଲିସ ଲେଫ୍ଟନାଣ୍ଟ କର୍ନେଲ ପିୟାପୋଙ୍ଗ୍‌ ଏନ୍‌ସନ୍‌ କହିଥିଲେ ।

ସେଠାକାର ଜଣେ ଲୋକ ଏହି ଯୌନ କ୍ରିୟାର ଭିଡିଓ ଉତ୍ତୋଳନ କରିଥିବାରୁ ଏହି ପର୍ଯ୍ୟଟକ ଯୋଡ଼ିଙ୍କ ପରିଚ଼ୟ ଜଣାପଡ଼ିଥିଲା । ପରେ ପୋଲିସ ସେମାନଙ୍କୁ ନିକଟରେ ଥିବା ଏକ ହୋଟେଲରେ ନେଇ ରଖିଥିଲା ।

ସାର୍ବଜନୀନ ସ୍ଥାନରେ ଅଶ୍ଳୀଳ କାର୍ଯ୍ୟ କରିବା ଅଭିଯୋଗରେ ଦୁହିଁଙ୍କୁ ଗିରଫ କରାଯାଇ ପଚ଼ରାଉଚ଼ରା କରାଯାଇଥିଲା । ପରେ ପୋଲିସ ପକ୍ଷରୁ ଜାରି ଏକ ଫଟୋରେ ଦୁହେଁ ନିଜର ମୁହଁ ଲୁଚାଇବା ଲାଗି ମୁଖା ପିନ୍ଧିଥିବା ବେଳେ ଦୁଇ ହାତ ଯୋଡ଼ି କ୍ଷମାମାଗୁଥିବା ଦେଖାଯାଇଥିଲା ।

‘‘ମୁଁ ଏଠାକାର ଶୃଙ୍ଖଳା ଭାଙ୍ଗିଥିବାରୁ ଓ ସହରର ପ୍ରତିଷ୍ଠାକୁ ନଷ୍ଟ କରିଥିବାରୁ ସମସ୍ତ ନାଗରିକଙ୍କୁ କ୍ଷମା ମାଗୁଛି । ଏଥିପାଇଁ ମୁଁ ବହୁତ ଦୁଃଖିତ,’’ ଧରାପଡିଥିବା ଯୁବକ ରୋମାନ୍‌ କହିଥିଲେ ।

ପରେ ଲେଫ୍ଟନେଣ୍ଟ ପିୟାପୋଙ୍ଗ୍‌ କହିଥିଲେ ଯେ ଏହି ଯୋଡ଼ିଙ୍କ ଠାରୁ ଜରିମାନା ଆଦାୟ କରିବା ପରେ ସେମାନଙ୍କୁ ଛାଡ଼ି ଦିଆଯାଇଥିଲା । ‘‘ଏହି ଯୁବକ ଓ ଯୁବତୀ ନିଶାରେ ଥିବାରୁ ଯୌନ ଉତ୍ତେଜନା ଅନୁଭବ କରୁଥିଲେ ସେଥିପାଇଁ ପାଖରେ ଲୋକ ଥିବା ଓ ଏହା ଏକ ସାର୍ବଜନୀନ ସ୍ଥାନ ବୋଲି ଜାଣିପାରିନଥିଲେ,’’ ସେ କହିଥିଲେ ।

ଜଣେ ଥାଇ ନାଗରିକ ପ୍ରଥମେ ଏହି ଯୋଡ଼ିର ଯୌନ କ୍ରିୟାରେ ଲିପ୍ତ ଥିବା ସମୟର ଭିଡିଓ ଶୁଟ୍‌ କରି ସେମାନଙ୍କୁ ଗିରଫ କରିବା ପାଇଁ ପୋଲିସକୁ ଦେଇଥିଲା ବୋଲି ଜଣେ ଅଧିକାରୀ କହିଛନ୍ତି ।

ଏହା ପୂର୍ବରୁ ୨୮ ଡିସେମ୍ବରର ରାତିରେ ମଧ୍ୟ ଏକ ପର୍ଯ୍ୟଟକ ଯୋଡ଼ି ସମୁଦ୍ର ତଟର ଏକ ଅଞ୍ଚଳରେ ଯୌନ କ୍ରିୟା କରୁଥିବା ଦେଖାଯାଇଥିଲା । କିନ୍ତୁ ସେତେବେଳେ ପୋଲିସ ସେମାନଙ୍କୁ ଧରିବାରେ ଅସମର୍ଥ ହୋଇଥିଲା ।
Published by: Durgamadhab Rath
First published: January 6, 2020, 8:17 PM IST