ଆତଙ୍କବାଦୀ ସଂଗଠନର ତାଲିକାରେ ଫେସବୁକ୍ ମେଟାକୁ ସାମିଲ କଲା ଋଷ

ଋଷ ମଙ୍ଗଳବାର ଇନଷ୍ଟାଗ୍ରାମ ଏବଂ ଫେସବୁକର ପ୍ୟାରେଣ୍ଟ୍ କମ୍ପାନୀ ଆମେରିକାର ଟେକ୍ ଜଏଣ୍ଟ ମେଟାକୁ ଆତଙ୍କବାଦୀ ସଂଗଠନଗୁଡ଼ିକର ତାଲିକାରେ ଯୋଡିଛି ।

ଫେସବୁକ୍ ମେଟା

ଫେସବୁକ୍ ମେଟା

  • News18 Odia
  • Last Updated :
  • Other, India
  • Share this:
News 18 Odia Digital

ନୂଆ ଦିଲ୍ଲୀ: ଫେଡେରାଲ୍ ସର୍ଭିସେସ୍ ଫର ଫାଇନାନ୍ସିଆଲ୍ ମନିଟରିଂ (ରୋଜଫିନମୋନିଟରିଂ) ର ଏକ ଡାଟାବେସ୍ ଅନୁଯାୟୀ ରୁଷ ମଙ୍ଗଳବାର ଇନଷ୍ଟାଗ୍ରାମ ଏବଂ ଫେସବୁକର ପ୍ୟାରେଣ୍ଟ୍ କମ୍ପାନୀ ଆମେରିକାର ଟେକ୍ ଜଏଣ୍ଟ ମେଟାକୁ ଆତଙ୍କବାଦୀ ସଂଗଠନଗୁଡ଼ିକର ତାଲିକାରେ ଯୋଡିଛି। ଚଳିତ ବର୍ଷ ମାର୍ଚ୍ଚରେ ୟୁକ୍ରେନ ସହିତ ଜାରି ଲଢେଇ ମଧ୍ୟରେ ରୁଷ ଫେସବୁକ୍ ସହିତ ଟୁଇଟର ଏବଂ ୟୁଟ୍ୟୁବ୍‌କୁ ମଧ୍ୟ ନିଜ ଦେଶରେ ନିଷେଧ କରିଥିଲା। ରୁଷ ଅଭିଯୋଗ କରିଥିଲା ଯେ, ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମ ରୁଷ ମିଡିଆ କମ୍ପାନିଙ୍କ ସହିତ ଭେଦଭାବ କରୁଛି।

ମାର୍ଚ୍ଚ ୧୦ ରେ ମେଟା ଘୋଷଣା କରିଥିଲା ​​ଯେ ପ୍ଲାଟଫର୍ମଗୁଡିକ "ଋଷର ଆକ୍ରମଣକାରୀଙ୍କ ମୃତ୍ୟୁ" ଭଳି ବିବୃତ୍ତିକୁ ଅନୁମତି ଦେବ କିନ୍ତୁ ସାଧାରଣ ନାଗରିକଙ୍କ ଉପରେ ବିଶ୍ଵସଯୋଗ୍ୟ ଧମକ ନୁହେଁ, ଏହି ପରିବର୍ତ୍ତନ କେବଳ ୟୁକ୍ରେନ ଭିତରୁ ପୋଷ୍ଟ କରୁଥିବା ଉପଭୋକ୍ତାମାନଙ୍କ ପାଇଁ ଲାଗୁ ହେବ।

ମାର୍ଚ୍ଚରୁ ଋଷରେ ଫେସବୁକ୍ ଏବଂ ଇନଷ୍ଟାଗ୍ରାମ ଉପଲବ୍ଧ ହୋଇପାରିନଥିଲା, କିନ୍ତୁ ସୋସିଆଲ ମିଡିଆ ନେଟୱାର୍କ ବ୍ୟବହାର ଜାରି ରଖିବା ପାଇଁ ଅନେକ ବ୍ୟକ୍ତି VPN କୁ ବ୍ୟବହାର କରିଥିଲେ। ଇନଷ୍ଟାଗ୍ରାମ ଋଷରେ ବିଶେଷ ଭାବରେ ଲୋକପ୍ରିୟ, ବିଜ୍ଞାପନ ଏବଂ ବିକ୍ରୟ ପାଇଁ ଏକ ପ୍ରମୁଖ ପ୍ଲାଟଫର୍ମ ଭାବରେ ବ୍ୟବହୃତ ହେଉଥିଲା।
Published by:Soumyashree Mishra
First published: