ହୋମ୍ » ଓଡ଼ିଶା ନ୍ୟୁଜ୍ » ଟ୍ରେଣ୍ଡିଙ୍ଗ»ତାଲିବାନ ସରକାର ଶପଥ ଗ୍ରହଣ ପୂର୍ବରୁ ଋଷ ଦେଲା ବଡ଼ ଝଟକା; ଜାଣନ୍ତୁ କଣ ଝଟକା

ତାଲିବାନ ସରକାର ଶପଥ ଗ୍ରହଣ ପୂର୍ବରୁ ଋଷ ଦେଲା ବଡ଼ ଝଟକା; ଜାଣନ୍ତୁ କଣ ଝଟକା

ତାଲିବାନ ସରକାରଙ୍କ ଶପଥ ଗ୍ରହଣ ସମାରୋହରେ ଋଷ ଯୋଗଦେବାକୁ ମନା କରିଦେଇଛି। ତାଲିବାନ ସରକାରଙ୍କ ଉଦଘାଟନୀ ସମାରୋହରେ ଏହା କୌଣସି ପ୍ରକାରେ ଅଂଶଗ୍ରହଣ କରିବ ନାହିଁ ବୋଲି ଋଷ କହିଛି।

ତାଲିବାନ ସରକାର ଶପଥ ଗ୍ରହଣ ପୂର୍ବରୁ ଋଷ ଦେଲା ବଡ଼ ଝଟକା; ଜାଣନ୍ତୁ କଣ ଝଟକା
ତାଲିବାନ ସରକାର ଶପଥ ଗ୍ରହଣ ସମାରୋହରେ ଯୋଗ ଦେବନି ଋଷ (ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: September 10, 2021, 5:58 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ମସ୍କୋ: ବନ୍ଧୁକ ମୁନରେ ଆଫଗାନିସ୍ତାନକୁ କବ୍ଜା କରିବାର ୨୫ ଦିନ ପରେ ବର୍ତ୍ତମାନ ତାଲିବାନ ସରକାର ଗଠନ କରିବାକୁ ଘୋଷଣା କରିଛି। ସେପ୍ଟେମ୍ବର ୧୧ରେ ତାଲିବାନ ସରକାରଙ୍କ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ ବୋଲି ବିଶ୍ୱାସ ରହିଛି। ତାଲିବାନର ମଧ୍ୟବର୍ତ୍ତୀକାଳୀନ ସରକାର ଭାରତ, ଚୀନ୍, ଆମେରିକା, ପାକିସ୍ଥାନ, ଋଷିଆ, ଇରାନ, ତୁର୍କୀ ସମେତ ଅନେକ ଦେଶକୁ ଶପଥ ଗ୍ରହଣ ସମାରୋହକୁ ନିମନ୍ତ୍ରଣ କରିଛନ୍ତି।  ସରକାର ଗଠନ ପୂର୍ବରୁ ଋଷ ପକ୍ଷରୁ ତାଲିବାନକୁ ଏକ ବଡ ଝଟକା ଲାଗିଛି।

ଆରଆଇ ନ୍ୟୁଜ୍ ଏଜେନ୍ସି ଅନୁଯାୟୀ, ତାଲିବାନ ସରକାରଙ୍କ ଶପଥ ଗ୍ରହଣ ସମାରୋହରେ ଋଷ ଯୋଗଦେବାକୁ ମନା କରିଦେଇଛି। ତାଲିବାନ ସରକାରଙ୍କ ଉଦଘାଟନୀ ସମାରୋହରେ ଏହା କୌଣସି ପ୍ରକାରେ ଅଂଶଗ୍ରହଣ କରିବ ନାହିଁ ବୋଲି ଋଷ କହିଛି।

ଋଷ ପୂର୍ବରୁ ରାଜି ହୋଇଥିଲା

ଏହା ପୂର୍ବରୁ ଋଷରୁ କୁହାଯାଇଥିଲା ଯେ ତାଲିବାନ ସରକାରଙ୍କ ଶପଥ ଗ୍ରହଣ ସମାରୋହରେ ରାଷ୍ଟ୍ରଦୂତ ସ୍ତରର ଅଧିକାରୀମାନେ ଯୋଗଦେବେ।  ବର୍ତ୍ତମାନ ସୁଦ୍ଧା ଏହା ପ୍ରକାଶ କରାଯାଇ ନାହିଁ ଯେ ଋଷର ଏହି ପଦକ୍ଷେପ ପଛରେ କାରଣ କ’ଣ?

ତାଲିବାନ ୧୧ ସେପ୍ଟେମ୍ବରରେ ନିଜ ସରକାରଙ୍କ ଶପଥ ଗ୍ରହଣ ଉତ୍ସବ ପାଳନ କରିଛି ଓ ଏହା ହେଉଛି ସେହି ତାରିଖ ଯାହାକୁ ସାରା ବିଶ୍ୱରେ ଲୋକମାନେ ଏକ ଯନ୍ତ୍ରଣାଦାୟକ ଦୁର୍ଘଟଣା ଓ ଆତଙ୍କବାଦର ଘୃଣ୍ୟ ରୂପ ବୋଲି ଜାଣିଛନ୍ତି। ସେପ୍ଟେମ୍ବର ୧୧ ଆମେରିକା ପାଇଁ ଏକ କଳା ଦିନ ଥିଲା କାରଣ ଏହି ଦିନରେ ବିଶ୍ୱ ବାଣିଜ୍ୟ କେନ୍ଦ୍ର ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା। ସେପ୍ଟେମ୍ବର ୧୧ରେ ସରକାର ଗଠନ ପାଇଁ ତାଲିବାନର ନିଷ୍ପତ୍ତିକୁ ଆମେରିକା ପାଇଁ ସିଧାସଳଖ ଚ୍ୟାଲେଞ୍ଜ ଭାବେ ଦେଖାଯାଉଛି।

ତାଲିବାନ ନିଜର ସରକାର ମାନିବାକୁ ନିବେଦନ କରିଛି

ତାଲିବାନ ବିଶ୍ୱର ସମସ୍ତ ଶକ୍ତିଶାଳୀ ଦେଶକୁ ଏହାର ଶପଥ ଗ୍ରହଣ ସମାରୋହ ପାଇଁ ନିମନ୍ତ୍ରଣ କରିଛି। ତାଲିବାନ ସରକାରଙ୍କୁ ବିଶ୍ୱ ସ୍ତରରେ ସ୍ୱୀକୃତି ଦେବା ପାଇଁ ସେ ବାରମ୍ବାର ଅନ୍ତର୍ଜାତୀୟ ସମୁଦାୟକୁ ନିବେଦନ କରିଛନ୍ତି।  ଏଥିପାଇଁ ସେ ଅନେକ ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି ଯେ ଏଥର ତାଲିବାନ ସରକାର ୨୦ ବର୍ଷ ପୂର୍ବ ଭଳି ହେବ ନାହିଁ।
Published by: Soumya Das
First published: September 10, 2021, 5:58 PM IST