News 18 Odia Digital
ନୂଆଦିଲ୍ଲୀ: ବର୍ଷେ ପୂରଣ ପୂର୍ବରୁ ରୁଷିଆ ଓ ୟୁକ୍ରେନ୍ (Russia Ukraine) ମଧ୍ୟରେ ଚାଲିଥିବା ଯୁଦ୍ଧରେ ବଡ଼ ଟୁଇଷ୍ଟ । ଆମେରିକା ରାଷ୍ଟ୍ରପତି (us president) ଜୋ ବିଡେନ ଅଚାନକ ୟୁକ୍ରେନ ଗସ୍ତ କରିଛନ୍ତି । କିଭ୍କୁ ସର୍ପ୍ରାଇଜ ଭିଜିଟ କରି ସମସ୍ତଙ୍କୁ ଚମକାଇ ଦେଇଛନ୍ତି ବିଡେନ୍ । ୟୁକ୍ରେନରେ ପହଞ୍ଚି ରାଷ୍ଟ୍ରପତି ଜେଲନସ୍କିଙ୍କୁ ଭେଟିବା ସହ ବଡ଼ ଘୋଷଣା କରିଛନ୍ତି ଆମେରିକା ରାଷ୍ଟ୍ରପତି । ୟୁକ୍ରେନକୁ ୪ ହଜାର କୋଟିର ପ୍ୟାକେଜ ଘୋଷଣା କରିବା ସହ ଖୁବଶ୍ରୀଘ୍ର ୟୁକ୍ରେନକୁ ନୂଆ ଅସ୍ତ୍ରଶସ୍ତ୍ର ଓ ଅନ୍ୟାନ୍ୟ ସହାୟତା ଯୋଗାଇ ଦିଆଯିବ ବୋଲି କହିଛନ୍ତି ବିଡେନ । ରୁଷିଆ ୟୁକ୍ରେନ୍ ଉପରେ ୨୪ ଫେବୃୟାରୀ ୨୦୨୨ରେ ଆକ୍ରମଣ କରିଥିଲା । ଏହାପରଠାରୁ ପ୍ରଥମ ଥର ଆମେରିକା ରାଷ୍ଟ୍ରପତି ଜୋ ବିଡେନ ୟୁକ୍ରେନ୍ ପହଞ୍ଚିଛନ୍ତି । ବାଇଡେନଙ୍କ ଏହି ଗସ୍ତକୁ ଖୁବ୍ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି । କାରଣ ଆମେରିକା ଏବେ ପର୍ଯ୍ୟନ୍ତ ୟୁକ୍ରେନକୁ ସେନା ସହାୟତା ଯୋଗାଇ ଆସୁଛି । ବିଡେନ ମଧ୍ୟ ଅନେକ ଥର କହିଛନ୍ତି କି ତାଙ୍କ ଦେଶ ସବୁ ପରିସ୍ଥିତିରେ ୟୁକ୍ରେନ୍ ସହ ଠିଆ ହେବ । ଆଉ ସୋମବାର ବାଇଡେନଙ୍କ ୟୁକ୍ରେନ୍ ଗସ୍ତ କ୍ରେମଲିନର ରଣନୀତିକାରଙ୍କ ଚିନ୍ତା ବଢାଇ ଦେଇଛି । ଆସନ୍ତା ୨୪ ତାରିଖରେ ୟୁକ୍ରେନ ଉପରେ ରୁଷ ଆକ୍ରମଣକୁ ଏକ ବର୍ଷ ପୂରଣ ହେବ । ଏହା ପୂର୍ବରୁ ପାଶ୍ଚାତ୍ୟ ଦେଶମାନେ ୟୁକ୍ରେନ ପଛରେ ନିଜର ସମର୍ଥନକୁ ପ୍ରମାଣିତ କରିବାକୁ ପୋଲାଣ୍ଡର ଓ୍ବାର୍ସାଠାରେ ଏକାଠି ହୋଇଛନ୍ତି । ଏହି ବୈଠକରେ ଯୋଗ ଦେବାକୁ ଆମେରିକା ରାଷ୍ଟ୍ରପତି ପୋଲାଣ୍ଡ ଗସ୍ତରେ ଯିବେ ।
ବିଡେନ କିଭ୍ ପହଞ୍ଚିବା ପରେ ୟୁକ୍ରେନ ପାଇଁ ଏକ ନୂଆ ଆରମ୍ଭର ଆଶା ସଞ୍ଚାର ହୋଇଛି । ଏନେଇ ଜାରିହୋଇଥିବା ବୟାନରେ ସ୍ପଷ୍ଟ କରାଯାଇଛି । ବିବୃତିରେ ଏହା ମଧ୍ୟ କୁହାଯାଇଛି, ଆମେରିକା ଲଗାତର ଭାବେ ୟୁକ୍ରେନକୁ ସହଯୋଗ କରିଆସୁଛି । ସବୁ ସମୟରେ ସହାୟତା ଦେବା ପାଇଁ ମଧ୍ୟ ପ୍ରସ୍ତୁତ ରହିଛି । ଜେଲେନସ୍କି ମଧ୍ୟ ବାଇଡେନଙ୍କ ଗସ୍ତ ନେଇ ଖୁସି ପ୍ରକାଶ କରିଛନ୍ତି ।
ଏହି ଖବର ପଢ଼ନ୍ତୁ -
http://MS Dhoni: ଆଇପିଏଲ ୨୦୨୩ରେ ଶେଷ ମ୍ୟାଚ୍ ଖେଳିବେ ଏମଏସ ଧୋନି, ଘୋଷଣା ହେଲା ତାରିଖ୨୦୨୨ ଫେବୃଆରୀ ୨୪ ତାରିଖ, ଏହି ଦିନ ୟୁକ୍ରେନ ବିରୋଧରେ ଯୁଦ୍ଧ ଘୋଷଣା କରିଥିଲା ରୁଷିଆ । ସେବେଠୁ ୟୁକ୍ରେନ୍ ଉପରେ ରୁଷିଆ କରି ଚାଲିଛି ଆକ୍ରମଣ ଆଉ ଆକ୍ରମଣ । ଏବେ ବିଶେଷକରି ମସ୍କୋ ସେନାର ଟାର୍ଗେଟରେ ଏବେ ପୂର୍ବ ୟୁକ୍ରେନ୍ । ସ୍ଥିତି ଏଭଳି ହୋଇଛି ମିସାଇଲ୍ ମାଡ଼ ସହ ସ୍ଥଳଭାଗରେ ମଧ୍ୟ ଆକ୍ରମଣକୁ ଜୋରଦାର କରିଛନ୍ତି ରୁଷିଆ ସେନା ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।