News18 Odia Digital
Russia Ukraine War: ୟୁକ୍ରେନରେ ଋଷର ଆକ୍ରମଣର ଆଜି ହେଉଛି ତୃତୀୟ ଦିନ। ପ୍ରାୟ ୨୦,୦୦୦ ଭାରତୀୟ ଯୁଦ୍ଧ ଅଞ୍ଚଳରେ ଫସି ରହିଛନ୍ତି। ଆଜି ଏୟାର ଇଣ୍ଡିଆ ଏହାର ତିନୋଟି ବିମାନ ରୋମାନିଆର ରାଜଧାନୀ ବୁଖାରେଷ୍ଟକୁ ଓ ଗୋଟିଏ ବିମାନକୁ ହଙ୍ଗେରୀର ରାଜଧାନୀ ବୁଦ୍ଧାପେଷ୍ଟକୁ ପଠାଇବ। ଯାହାଦ୍ବାରା ୟୁକ୍ରେନରେ ଫସି ରହିଥିବା ଭାରତୀୟମାନଙ୍କୁ ଫେରାଇ ଆଣାଯିବ।
ସଡ଼କ ପଥରେ ୟୁକ୍ରେନ-ରୋମାନିଆ ସୀମାରେ ପହଞ୍ଚିଥିବା ଭାରତୀୟ ନାଗରିକମାନଙ୍କୁ ଭାରତୀୟ ସରକାରୀ ଅଧିକାରୀମାନେ ବୁଖାରେଷ୍ଟକୁ ନେଇଯିବେ, ଯାହାଦ୍ୱାରା ସେମାନଙ୍କୁ ଏହି ଦୁଇଟି ଏୟାର ଇଣ୍ଡିଆ ବିମାନ ମାଧ୍ୟମରେ ଦେଶକୁ ଅଣାଯାଇପାରିବ।
ଯାତ୍ରୀଙ୍କ ବିମାନ ପାଇଁ ୟୁକ୍ରେନର ଆକାଶ ସୀମା ବନ୍ଦଯାତ୍ରୀବାହୀ ବିମାନ ଚଳାଚଳ ପାଇଁ ଗୁରୁବାର ଦିନ ୟୁକ୍ରେନ କର୍ତ୍ତୃପକ୍ଷ ନିଜ ଦେଶର ଆକାଶ ସୀମାକୁ ବନ୍ଦ କରିଦେଇଥିଲେ, ତେଣୁ ଭାରତୀୟମାନଙ୍କୁ ଘରକୁ ଆଣିବା ପାଇଁ ବୁଖାରେଷ୍ଟ ଓ ବୁଦ୍ଧାପେଷ୍ଟରୁ ଏହି ବିମାନ ଚଳାଚଳ କରୁଛି। ଚେର୍ନିଭଟସି ନିକଟ ପୋର୍ବନେ-ସାଇରେଟ୍ ରୋମାନିଆ ସୀମା ପୋଷ୍ଟର ଉଜୋରୋଡ ନିକଟ ଚୋପ-ଜାହୋନି ହଙ୍ଗେରୀ ସୀମାରେ ଅଧିକାରୀଙ୍କ ଟିମ୍ ପହଞ୍ଚୁଛି।
ବର୍ତ୍ତମାନ ପ୍ରାୟ ୨୦,୦୦୦ ଭାରତୀୟ ୟୁକ୍ରେନରେ ଫସି ରହିଛନ୍ତିଦୂତାବାସ କହିଛି ଯେ ଏହି ସୀମା ଯାଞ୍ଚ ପୋଷ୍ଟ ନିକଟରେ ରହୁଥିବା ଭାରତୀୟ ନାଗରିକ ବିଶେଷ କରି ଛାତ୍ରଛାତ୍ରୀମାନଙ୍କୁ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ଦଳ ସହ ସମନ୍ୱୟ ରକ୍ଷା କରି ଚାଲିଯିବାକୁ ପରାମର୍ଶ ଦିଆଯାଇଛି। ଅଧିକାରୀମାନେ କହିଛନ୍ତି ଯେ ପ୍ରାୟ ୨୦,୦୦୦ ଭାରତୀୟ ବର୍ତ୍ତମାନ ୟୁକ୍ରେନରେ ଫସି ରହିଛନ୍ତି, ଅଧିକାଂଶ ଛାତ୍ରଛାତ୍ରୀ। ସୀମା ଯାଞ୍ଚ ପୋଷ୍ଟରେ ସେମାନଙ୍କ ପାସପୋର୍ଟ, ନଗଦ (ମୁଖ୍ୟତଃ ଡଲାରରେ), ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ଓ କୋଭିଡ ଟିକାକରଣ ପ୍ରମାଣପତ୍ର ରଖିବାକୁ ଦୂତାବାସ ଭାରତୀୟମାନଙ୍କୁ ପରାମର୍ଶ ଦେଇଛି। ଦୂତାବାସ କହିଛି ଯେ ଭାରତୀୟ ପତାକାର ମୁଦ୍ରଣକୁ (କାଗଜରେ) ବାହାର କରି ଯାତ୍ରା ସମୟରେ ଗାଡ଼ି ଓ ବସ୍ରେ ଲଗାଇବାକୁ।
ୟୁକ୍ରେନ ଓ ପଡୋଶୀ ଦେଶ ମଧ୍ୟରେ ଦୂରତା କେତେ?ୟୁକ୍ରେନର ରାଜଧାନୀ କିବ ଓ ରୋମାନିଆର ସୀମା ମଧ୍ୟରେ ଦୂରତା ପ୍ରାୟ ୬୦୦ କିଲୋମିଟର। ଏହି ଦୂରତାକୁ ରାସ୍ତାରେ ଅତିକ୍ରମ କରିବାକୁ ସାଢ଼େ ଆଠରୁ ୧୧ ଘଣ୍ଟା ସମୟ ଲାଗେ। ବୁଖାରେଷ୍ଟ ରୋମାନିଆ ସୀମା ଯାଞ୍ଚ ପୋଷ୍ଟ ଠାରୁ ପ୍ରାୟ ୫୦୦ କିଲୋମିଟର ଦୂରରେ ଓ ରାସ୍ତାରେ ଯାତ୍ରା କରିବାକୁ ପ୍ରାୟ ସାତରୁ ନଅ ଘଣ୍ଟା ସମୟ ଲାଗିଥାଏ। ସେହିପରି, କିବ ଓ ହଙ୍ଗେରୀ ସୀମା ମଧ୍ୟରେ ପ୍ରାୟ ୮୨୦ କିଲୋମିଟର ଦୂରତା ଅଛି ଓ ଓ ରାସ୍ତାରେ ଯାତ୍ରା କରିବା ପାଇଁ ୧୨ ରୁ ୧୩ ଘଣ୍ଟା ସମୟ ଲାଗେ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।