Russia-Ukraine war: ୨୪ ଘଣ୍ଟାରେ ୟୁକ୍ରେନର ୨୨୦ ସୈନ୍ୟଙ୍କ ମୃତ୍ୟୁ !

ରୁଷିଆର ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି, ଗତ ୨୪ ଘଣ୍ଟାରେ ୟୁକ୍ରେନର ୨୨୦ ସୈନ୍ୟଙ୍କ ମୃତ୍ୟୁ ହୋଇଛି । ବଖମୁତ ସହରରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ମିସାଇଲ ମାଡ଼ରେ ଯୁଦ୍ଧାସ୍ତ୍ର ପରିବହନ ଗାଡ଼ି, ଲଢୁଆ ଟ୍ୟାଙ୍କ ନଷ୍ଟ ହୋଇଛି ।

Russia-Ukraine war: ୨୪ ଘଣ୍ଟାରେ ୟୁକ୍ରେନର ୨୨୦ ସୈନ୍ୟଙ୍କ ମୃତ୍ୟୁ !

Russia-Ukraine war: ୨୪ ଘଣ୍ଟାରେ ୟୁକ୍ରେନର ୨୨୦ ସୈନ୍ୟଙ୍କ ମୃତ୍ୟୁ !

  • News18 Odia
  • Last Updated :
  • New Delhi, India
  • Share this:
News 18 Odia Digital

ନୂଆଦିଲ୍ଲୀ: ପୂର୍ବ ୟୁକ୍ରେନର ବଖମୁତ ସହରରେ ଚାଲିଛି ଘମାଘୋଟ ଯୁଦ୍ଧ (war) । ଚାଲିଛି ଆର୍ ଆର୍ ଲଢେଇ । ବଖମୁତକୁ କବ୍‌ଜା କରିବାକୁ ରୁଷିଆ ସେନାର ଜୋରଦାର ଆକ୍ରମଣ । ଆକାଶରୁ ହେଉଛି ଘନ ଘନ ମିସାଇଲ ମାଡ଼ (missile attack) । ମରୁଛନ୍ତି ସୈନ୍ୟ, ମାଟିରେ ମିଶୁଛି ଅଟ୍ଟାଳିକା, ପ୍ରତିଷ୍ଠାନ । ପୁତିନ ସେନାକୁ ବି କଡ଼ା ଜବାବ ଦେଉଛି କିଭ୍‌ ସେନା ।

ପୂର୍ବ ବଖମୁତ ଓ୍ବାଗନର୍ ଗ୍ରୁପ୍ କବଜାରେ ଥିବାବେଳେ ପଞ୍ଚିମାଞ୍ଚଳ ଓ ଦକ୍ଷିଣାଞ୍ଚଳରେ ଜମି ହୋଇ ରହିଛନ୍ତି ୟୁକ୍ରେନ୍ କମାଣ୍ଡର (ukraine commander) । ଆଉ କମାଣ୍ଡରଙ୍କ ନିର୍ଦ୍ଦେଶରେ ଓ୍ବାଗନର ଗ୍ରୁପ୍ ବିରୋଧରେ କଡ଼ା ମୁକାବିଲା କରୁଛନ୍ତି ୟୁକ୍ରେନ୍ ସେନା । ବାଖମୁକ୍ତା ନଦୀର ଏକ ବ୍ରିଜ୍ ଏବେ ଯୁଦ୍ଧର କେନ୍ଦ୍ରବିନ୍ଦୁ ପାଲଟିଛି । ବଖମୁତରେ ରୁଷିଆ ବିଜୟର ନିକଟତର ହେଉଥିବାବେଳେ ବାଜି ଓଲଟାଇବା ପାଇଁ ଜୋର୍ ଲଗାଇଛି କିଭ୍ । ବଖମୁତରେ ୟୁକ୍ରେନ ସେନା ସୈନ୍ୟବଳ ବଢାଇବାରେ ଲାଗିଛି । ଆକ୍ରମଣ-ପ୍ରତି ଆକ୍ରମଣରେ କିଲିଂ ଜୋନ ପାଲଟିଛି ବଖମୁତ ସହର । ଉଭୟ ସେନାରୁ ହଜାର ହଜାର ସୈନିକ ମୃତାହତ ହୋଇଛନ୍ତି ।

ୟୁକ୍ରେନ ରାଷ୍ଟ୍ରପତି ଜେଲେନ୍‌ସ୍କି (ukraine president Volodymyr Zelenskyy) କହିଛନ୍ତି, ବଖମୁତରେ ରୁଷିଆକୁ ମାତ୍‌ ଦେଉଛନ୍ତି କିଭ୍‌ ସେନା । ଫ୍ରଣ୍ଟ ଲାଇନରେ ଯୁଦ୍ଧ କରୁଥିବା ରୁଷିଆର ୧୧ ଶହ ସୈନ୍ୟଙ୍କ ମୃତ୍ୟୁ ହୋଇଥିବା ଜେଲେନସ୍କି ଦାବି କରିଛନ୍ତି । ଗତ ୬ ତାରିଖରୁ ପୁତିନ ସେନା ଉପରେ ଭାରି ପଡ଼ିଛନ୍ତି କିଭ୍‌ ସେନା । ଯୁଦ୍ଧରେ ରୁଷିଆର ଦେଢ ହଜାର ସୈନ୍ୟ ଆହତ ହୋଇଥିବା ବେଳେ ବହୁ ଟ୍ୟାଙ୍କ (tank) ନଷ୍ଟ ହୋଇଛି ।

ଏହି ଖବର ପଢ଼ନ୍ତୁ - http://ଜନ୍ମଦିନ ପାଇଁ ନାହିଁ କେକ୍: ରୁଟି ଉପରେ ମହମବତୀ ଲଗାଇ ପାଳିଲେ ଜନ୍ମଦିନ

ସେପଟେ ରୁଷିଆର (Russia)  ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି, ଗତ ୨୪ ଘଣ୍ଟାରେ ୟୁକ୍ରେନର ୨୨୦ ସୈନ୍ୟଙ୍କ ମୃତ୍ୟୁ ହୋଇଛି । ବଖମୁତ ସହରରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ମିସାଇଲ ମାଡ଼ରେ ଯୁଦ୍ଧାସ୍ତ୍ର ପରିବହନ ଗାଡ଼ି, ଲଢୁଆ ଟ୍ୟାଙ୍କ ନଷ୍ଟ ହୋଇଛି । ଅନେକ ବଡ଼ ବଡ଼ କୋଠା ମାଟିରେ ମିଶିଯାଇଛି । ବଖମୁତ ସହ ୟୁକ୍ରେନର ଲୌହାନ୍‌ସ୍କ, ଡୋନାସ୍‌ ଅଞ୍ଚଳରେ ବି ଆକ୍ରମଣ ଜାରି ରହିଛି ।
Published by:Soubhagya Mishra
First published: