News18 Odia Digital
Vladimir Putin: ଭୟଭୀତ ଅନୁଭବ କରୁଛନ୍ତି କି ଋଷର ରାଷ୍ଟ୍ରପତି ପୁତିନ? ଜିମ୍ନାଷ୍ଟ ଗାର୍ଲଫ୍ରେଣ୍ଡଙ୍କ ସହ ରହସ୍ୟମୟ ପ୍ରାସାଦରେ ରହୁଛନ୍ତି ରାଷ୍ଟ୍ରପତି।
ଅଲମ୍ପିକ୍ ଜିମ୍ନାଷ୍ଟିକ୍ ଚାମ୍ପିଅନ୍ ଆଲିନା କାବାଭାଙ୍କ ସହ ରହୁଛନ୍ତି ପୁତିନ। ୩୯ ବର୍ଷୀୟା ଆଲିନା ରୁଷିଆର ବହୁ ନେତାଙ୍କ ସହ ଜଡ଼ିତ।
ଭାଲଡାଇ ହ୍ରଦରେ ପୁତିନଙ୍କ ଇଷ୍ଟେଟରେ ଏକ ଭିଲ୍ଲାରେ ରୁହନ୍ତି ସେ। ୟୁକ୍ରେନ ସହ ଘମାଘୋଟ ଯୁଦ୍ଧ ଭିତରେ ଆଲିନାଙ୍କ ସହ ପୁତିନ। ଆଲିନାଙ୍କ ସହ ସୁରକ୍ଷିତ ମଣୁଛନ୍ତି ଭ୍ଲାଦିମିର ପୁତିନ। ବାହାରକୁ ବି ବାହାରୁ ନାହାଁନ୍ତି ପୁତିନ ଓ ତାଙ୍କ ପରିବାର। ପୁତିନଙ୍କ ପାଇଁ ବଢ଼ାଇ ଦିଆ ଯାଇଛି ସିକ୍ୟୁରିଟି ବ୍ୟବସ୍ଥା।
ପୁତିନଙ୍କ ରହସ୍ୟମୟ ପ୍ରାସାଦ୨୯୨ କୋଟି ଟଙ୍କାରେ ଗାର୍ଲଫ୍ରେଣ୍ଡଙ୍କ ପାଇଁ କିଣିଥିଲେ ଘର। ମସ୍କୋର ପ୍ରାୟ ୪୦୦ କିଲୋମିଟର ଉତ୍ତର-ପଶ୍ଚିମରେ ଅବସ୍ଥିତ ଏହି ଘର।
୨୦୨୦ରେ କାବାଭାଙ୍କ ପାଇଁ ମହଲ ନିର୍ମାଣ ଆରମ୍ଭ ହୋଇଥିଲା। ଦୁଇ ବର୍ଷ ପରେ ୨୦୨୨ରେ ଘର ନିର୍ମାଣ ଶେଷ ହୋଇଥିଲା। ୧୩ ହଜାର ବର୍ଗଫୁଟ୍ ପ୍ରାସାଦ ସମ୍ପୂର୍ଣ୍ଣ କାଠରେ ନିର୍ମିତ ଏହି ମହଲ।
ଏହି ପ୍ରାସାଦକୁ ‘ପୁତିନଙ୍କ ବ୍ୟାଙ୍କର’ ମଧ୍ୟ କୁହାଯାଏ। ପୁତିନଙ୍କ ଏହି ପ୍ରାସାଦକୁ କେହି ଦେଖି ନାହାଁନ୍ତି। ୨୦୧୬ରୁ ୨୦୨୦ ମଧ୍ୟରେ ଏକ ସାଟେଲାଇଟ୍ ଫଟୋ ଆସିଥିଲା। ଖେଳ ପଡ଼ିଆ ଦେଖାଯାଇଥିଲା ଯାହା ପରିବାର ପାଇଁ ନିର୍ମିତ ହୋଇଥିଲେ।
ପଢ଼ନ୍ତୁ ଏହି ଖବର: କେଜ୍ରିୱାଲଙ୍କ ନୂଆ ମନ୍ତ୍ରୀ କୈଳାସ ଗେହଲଟ ଓ ରାଜକୁମାର ଆନନ୍ଦ; ମିଳିଲା ୧୮ଟି ବିଭାଗପ୍ରକାଶ ଥାଉକି ଗତ ବର୍ଷ ଫେବୁଆରୀ ୨୪ ତାରିଖ ସ୍ୱତନ୍ତ୍ର ମିଲିଟାରୀ ଅପରେସନ ଆରମ୍ଭ କରିଥିଲେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ। ଏହାର କିଛି ଘଣ୍ଟା ପରେ ୟୁକ୍ରେନକୁ ଘେରି ଆକ୍ରମଣ କରିଥିଲା ଋଷ ସେନା। ଚାହୁଁ ଚାହୁଁ ୟୁକେନର ଅନେକ ଅଞ୍ଚଳ ଛାରଖାର ହୋଇଯାଇଥିଲା। ସାରା ବିଶ୍ୱ ଭାବିଥିଲା ୟୁକ୍ରେନ ଭଳି ଛୋଟ ଦେଶକୁ ଅକ୍ତିଆର କରିବାକୁ ଋଷକୁ ବେଶୀ ଦିନ ଲାଗିବ ନାହିଁ।
ହେଲେ ତାହା ଭୁଲ ପ୍ରମାଣିତ ହୋଇଥିଲା। ଏବେ ଯୁଦ୍ଧକୁ ବର୍ଷରେ ପୁରିଥିଲେ ବି ହାର ମାନିବା ସ୍ଥିତିରେ ନାହିଁ ୟୁକ୍ରେନ। ଆମେରିକା ଏବଂ ନାଟୋ ଦେଶଙ୍କଠୁ ଆର୍ଥିକ ଏବଂ ସାମରିକ ସାହାଯ୍ୟ ପାଇଁ ଋଷ ସେନା ସହ କଡ଼ା ଟକ୍କର ଦେଉଛି ୟୁକ୍ରେନ। ଯୁଦ୍ଧ ଯୋଗୁ ପ୍ରାୟ ୧୦ ହଜାର ସାଧାରଣ ଲୋକଙ୍କ ମୃତ୍ୟୁ ହୋଇଥିଲା ବେଳେ ଲକ୍ଷ ଲକ୍ଷ ଲୋକ ନିଜ ଘର ଛାଡ଼ି ଅନ୍ୟ ଦେଶରେ ଆଶ୍ରୟ ନେଇଛନ୍ତି। ଯୁଦ୍ଧରେ ହଜାର ହଜାର ସୈନକ ପ୍ରାଣ ହରାଇଥିବା ବେଳେ ଏବେ ବି ଯୁଦ୍ଧ ଜାରି ରହିଛି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।