News18 Odia Digital
Russia Ukraine war: ଋଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଏହି ସମୟରେ ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦେଶର ଷ୍ଟ୍ରାଟେଜିକ୍ ଆଣବିକ ଅଭ୍ୟାସ ଉପରେ ନଜର ରଖିଛନ୍ତି ବୋଲି କହିଛନ୍ତି କ୍ରେମାଲିନ। ଯେଉଁଥିରେ ଅନେକ ବାଲିଷ୍ଟିକ୍ ଏବଂ କ୍ରୁଜ୍ ମିସାଇଲ୍ ଡ୍ରିଲ୍ ଅନ୍ତର୍ଭୁକ୍ତ ଅଛି।
ଋଷ ପ୍ରତିରକ୍ଷା ମନ୍ତ୍ରୀ କ’ଣ କହିଥିଲେ?ଋଷର ପ୍ରତିରକ୍ଷା ମନ୍ତ୍ରୀ ସର୍ଗେଇ ଶୋଇଗୁ ପୁଟିନଙ୍କୁ କହିଛନ୍ତି ଯେ ବଡ଼ ଧରଣର ପରମାଣୁ ଷ୍ଟ୍ରାଇକର ମୁକାବିଲା ପାଇଁ ଏହି ଅଭ୍ୟାସର ଲକ୍ଷ୍ୟ ଥିଲା। ୟୁକ୍ରେନରେ ମସ୍କୋର କାର୍ଯ୍ୟକଳାପକୁ ନେଇ ଋଷ-ପଶ୍ଚିମ ମଧ୍ୟରେ ତିକ୍ତତା ମଧ୍ୟରେ ଏହି ଅଭ୍ୟାସ ଚାଲିଛି।
କ୍ରେମଲିନ୍ ଏକ ବିବୃତ୍ତିରେ କହିଛନ୍ତି ଯେ ଆଣବିକ ପାଇଁ ସ୍ଥିର ହୋଇଥିବା ସମସ୍ତ କାର୍ଯ୍ୟ ସମାପ୍ତ ହୋଇଛି ଓ ପରୀକ୍ଷଣ କରାଯାଇଥିବା ସମସ୍ତ କ୍ଷେପଣାସ୍ତ୍ର ସେମାନଙ୍କ ନିର୍ଦ୍ଧାରିତ ଲକ୍ଷ୍ୟରେ ପହଞ୍ଚିଛି। ୱାଶିଂଟନ୍ କହିଛି ଯେ ଅଭ୍ୟାସ ବିଷୟରେ ମସ୍କୋ ଏହା ପୂର୍ବରୁ ସୂଚନା ଦେଇସାରିଛି।
ଡର୍ଟି ବମ ଖବର ମଧ୍ୟରେ ଋଷର ଏହି ପଦକ୍ଷେପଡର୍ଟି ବମ୍ ଖବର ମଧ୍ୟରେ ଋଷର ଏହି ଅଭ୍ୟାସ ସାମ୍ନାକୁ ଆସିଛି। ଋଷ ଦାବି କରିଛି ଯେ ୟୁକ୍ରେନ ଏକ 'ଡର୍ଟି ବମ୍' ବ୍ୟବହାର କରିବାକୁ ଷଡ଼ଯନ୍ତ୍ର କରୁଛି। ଏକ ଡର୍ଟି ବମ ପରମାଣୁ ବୋମା ପରି। ଏହାର ପ୍ରଭାବ ଅତ୍ୟନ୍ତ ବିପଜ୍ଜନକ, ରେଡିଓଆକ୍ଟିଭ୍ ବର୍ଜ୍ୟବସ୍ତୁ ବହୁ ପରିମାଣରେ ବିନାଶ ଘଟାଇପାରେ।
ଡର୍ଟି ବମ୍ କ’ଣ?ଡର୍ଟି ବୋମା ରେଡିଓଆକ୍ଟିଭ୍ ସାମଗ୍ରୀରୁ ନିର୍ମିତ, ଏଥିରେ ୟୁରାନିୟମ୍ ଭଳି ଉପାଦାନ ବ୍ୟବହାର କରାଯାଏ। ଏହି ବୋମା ବିସ୍ଫୋରଣ ହେତୁ ବିସ୍ଫୋରକ ଓ ରେଡିଓଆକ୍ଟିଭ୍ ଉପାଦାନଗୁଡ଼ିକ ବାୟୁରେ ଶୀଘ୍ର ବ୍ୟାପିଥାଏ। ଯେଉଁଥିପାଇଁ କର୍କଟ ପରି ଗୁରୁତର ରୋଗ ହେବାର ଆଶଙ୍କା ବଢ଼ିଥାଏ। ୯ ଗ୍ରାମ କୋବାଲ୍ଟ -୬୦ ଓ ପାଞ୍ଚ କିଲୋଗ୍ରାମ TNT ଧାରଣ କରିଥିବା ଏକ ବୋମା ଅନେକ ଦଶନ୍ଧି ଧରି ନ୍ୟୁୟର୍କର ମ୍ୟାନହଟନ ପରି ସହରକୁ ଧ୍ୱଂସ କରିପାରେ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।