ଭାରତକୁ ସହଯୋଗର ହାତ ବଢାଇଲା ଋଷ
- News18 Odia
- Last Updated :
- New Delhi, India
News 18 Odia Digital
ନୂଆଦିଲ୍ଲୀ: ପୁଣିଥରେ ଭାରତକୁ ସହଯୋଗର ହାତ ବଢ଼ାଇଲା ଋଷିଆ। ଋଷ ତେଲ ଉପରେ ପଶ୍ଚିମ ଦେଶଗୁଡ଼ିକ ଲଗାଇଥିବା ପ୍ରାଇସ କ୍ୟାପ୍କୁରୁ ମୁକୁଳିବା ପାଇଁ ଋଷ ଭାରତକୁ ସହଯୋଗ କରିବ ବୋଲି ଦିଲ୍ଲୀ ସ୍ଥିତି ଋଷ ଦୂତାବାସ ପକ୍ଷରୁ ସୂଚନା ମିଳିଛି।
ଦୂତାବାସ ପକ୍ଷରୁ କୁହାଯାଇଛି “ ୟୁରୋପ ସଂଘ ଓ ବ୍ରିଟେନ୍ରେ ବୀମା ସେବା ଓ ଟ୍ୟାଙ୍କର ଚାର୍ଟରିଙ୍ଗ ଉପରେ ଲଗାଯାଇଥିବା ପ୍ରତିବନ୍ଧକ ଉପରେ ନିର୍ଭର ନ କରି ଲିଜ୍ ଓ ବିଶାଳ ଜାହାଜ ନିର୍ମାଣରେ ଋଷ ଭାରତକୁ ସହଯୋଗ କରିବ ବୋଲି ଋଷ ଉପପ୍ରଧାନମନ୍ତ୍ରୀ ଆଲେକ୍ସାଣ୍ଡାର ନୋଭାକ ସୂଚନା ଦେଇଛନ୍ତି।” ଏଥିପାଇଁ ଶୁକ୍ରବାର ନୋଭାକ ମସ୍କୋରେ ଥିବା ଭାରତୀୟ ରାଷ୍ଟ୍ରଦୂତ ପବନ କପୁରଙ୍କ ସହ ଆଲୋଚନା କରିଛନ୍ତି ବୋଲି ଋଷ ରାଷ୍ଟ୍ରଦୂତ ସୂଚନା ଦେଇଛନ୍ତି।
୨୦୨୨ର ୮ ମାସ ପର୍ଯ୍ୟନ୍ତ ଋଷ ଭାରତକୁ ୧୬.୩୫ ମିଲିୟନ ଟନ ତୈଳ ରପ୍ତାନୀ କରିଛି। ଭାରତକୁ ତୈଳ ରପ୍ତାନୀକାରୀ ରାଷ୍ଟ୍ରମାନଙ୍କ ମଧ୍ୟରେ ଋଷ ଦ୍ୱିତୀୟ ସ୍ଥାନରେ ରହି ସାରିଛି। ଭାରତ ଋଷ ଠାରୁ ଶସ୍ତାରେ ତେଲ କିଣୁଛି ବୋଲି ପଶ୍ଚିମ ଦେଶଗୁଡ଼ିକ ଭାରତ ଉପରେ ଖପ୍ପା ହେଉଛନ୍ତି। ହେଲେ ଭାରତ ରୋକ୍ଠୋକ୍ ତାର ବିଦେଶ ନୀତିରେ ଯାଇ ଦେଶ ପାଇଁ ହିତକର ପଦକ୍ଷେପ ନେଉଛି।
Published by:Soumyashree Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।