- News18 Odia
- Last Updated :
- Other, India
News 18 Odia Digital
କିଭ୍: ୟୁକ୍ରେନ୍ ଉପରେ ଋଷର କ୍ରୁସ୍ ମିସାଇଲ୍ ମାଡ଼ ଫଳରେ ୧୦ ଜଣ ସାଧାରଣ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଲୋକ ଆହତ ହୋଇଛନ୍ତି। ରାଜଧାନୀ କିଭ୍ରେ ଏହି ଦୃଶ୍ୟ ଦେଖିବାକୁ ମିଳିଛି। ଜୁନ ମାସ ପରେ ଆଜି ସର୍ବାଧିକ ଆକ୍ରମଣ ମିସାଇଲ୍ ମାଡ଼ କରିଛି ଋଷ।
ୟୁକ୍ରେନ ଅଭିଯୋଗ କରିଛି ଯେ ମସ୍କୋ ପଡୋଶୀ ବେଲାରୁଷରୁ ପଠାଯାଇଥିବା ଇରାନ ନିର୍ମିତ ଡ୍ରୋନକୁ ଏକାଧିକ ମାରାତ୍ମକ ଆକ୍ରମଣର ଅଂଶ ଭାବରେ ବ୍ୟବହାର କରାଯାଇଛି। ୟୁକ୍ରେନ ସୈନ୍ୟ ଫେସବୁକରେ ଏକ ବିବୃତ୍ତିରେ କହିଛନ୍ତି ଯେ ଶତ୍ରୁମାନେ ଇରାନୀୟ ଶାହେଦ -୧୩୬ UAV [ମାନବ ବିହୀନ ବିମାନ ଯାନ] ବେଲାରୁଷରୁ ଆରମ୍ଭ ହୋଇଥିବା ଷ୍ଟ୍ରାଇକରେ ବ୍ୟବହାର କରିଥିଲେ।
ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନ୍ କହିଛନ୍ତି ଯେ ଋଷର ୟୁକ୍ରେନ ତଥା ସାଧାରଣ ନାଗରିକଙ୍କ ଉପରେ ହୋଇଥିବା ଆକ୍ରମଣ ଯୁଦ୍ଧରେ ଏକ ଗଭୀର ପରିବର୍ତ୍ତନର ସଙ୍କେତ ଦେଇଛି। ଫ୍ରାନ୍ସର ମାୟେନେ ଅଞ୍ଚଳ ଗସ୍ତ ସମୟରେ ମାକ୍ରୋନ୍ ସାମ୍ବାଦିକମାନଙ୍କୁ କହିଛନ୍ତି, “ସମଗ୍ର ୟୁକ୍ରେନ୍ର ଅଞ୍ଚଳ ଉପରେ ଏବଂ ସାଧାରଣ ନାଗରିକଙ୍କ ବିରୁଦ୍ଧରେ ରୁଷ ଦ୍ୱାରା ମିସାଇଲ ଷ୍ଟ୍ରାଇକ୍, ଏହା ଏହି ଯୁଦ୍ଧର ସ୍ୱଭାବରେ ଏକ ଗଭୀର ପରିବର୍ତ୍ତନ ଆଣିଛି। ସୂଚନା ଅନୁଯାୟୀ ଦୁଇଦିନ ତଳେ ଏକ ବୋମାମାଡ଼ରେ ଋଷରୁ କ୍ରିମିଆକୁ ସଂଯୋଗ କରୁଥିବା ଏକ ବ୍ରିଜ୍ କ୍ଷତିଗ୍ରସ୍ତ ହୋଇଥିଲା। ଏହି ଆକ୍ରମଣ ପଛରେ ୟୁକ୍ରେନ୍ର ହାତ ଅଛି ବୋଲି ଋଷ ଦାବି କରି ଆଜି ଜାବାବରେ ଭୟଙ୍କର ମିଶାଇଲ୍ ମାଡ଼ କରିଛି।
Published by:Soumyashree Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।