ସାଓମିର ୪୮ ମେଗାପିକ୍ସେଲଯୁକ୍ତ ଲୋକପ୍ରିୟ କ୍ୟାମେରା ଫୋନରେ ମିଳୁଛି ୬ହଜାର ଟଙ୍କା ପର୍ଯ୍ୟନ୍ତ ଛାଡ଼

ସାଓମିର ଲୋକପ୍ରିୟ ଫୋନ ରେଡମି ନୋଟ୭ ପ୍ରୋ ସସ୍ତାରେ କିଣିବା ପାଇଁ ଦେଇଛି ଏକ ସୁବର୍ଣ୍ଣ ସୁଯୋଗ । ଏହି ଅଫର କେବଳ ଏମ୍ଆଇ ଓ୍ବେବସାଇଟେ ଉପଲବ୍ଧ ରହିଛି ।

ସାଓମିର ୪୮ ମେଗାପିକ୍ସେଲଯୁକ୍ତ ଲୋକପ୍ରିୟ କ୍ୟାମେରା ଫୋନରେ ମିଳୁଛି ୬ହଜାର ଟଙ୍କା ପର୍ଯ୍ୟନ୍ତ ଛାଡ଼
ରେଡମି ନୋଟ୭ ପ୍ରୋର ଆଗ ଓ ଫଛ ଲୁକ୍
  • News18 Odia
  • Last Updated: January 9, 2020, 1:49 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News 18 Odia Digital

ନୂଆ ଦିଲ୍ଲୀ: ଯଦି ଆପଣ ସାଓମିର କୌଣସି ବଜେଟ ଫୋନ କିଣିବାକୁ ଯୋଜନା କରୁଛନ୍ତି ତାହାଲେ କମ୍ପାନୀ ଦେଉଛି ଏକ ସୁବର୍ଣ୍ଣ ସୁଯୋଗ । ଏହା ଏଥିପାଇଁ କାହିଁକିନା କମ୍ପାନୀ ନିଜର ଲୋକପ୍ରିୟ ଫୋନ ନୋଟ ୭ ପ୍ରୋରେ ଦେଉଛି ସବୁଠୁ ଜବରଦସ୍ତ ଅଫର ସହ Mi.com ଓ୍ବେବସାଇଟରେ ଉପଲବ୍ଧ କରିଛି । ଅଫିସିଆଲ ପେଜରେ ଦିଆଯାଇଥିବା ସୂଚନା ଅନୁସାରେ ଫୋନଟି ୧୫,୯୯୯ ଟଙ୍କା ବଦଳରେ ୯,୯୯୯ ଟଙ୍‌କାରେ କିଣିବାର ସୁଯୋଗ ରହିଛି । କମ୍ପାନୀ ନିଜର ଏହି ଫୋନ ଉପରେ ୬ ହଜାର ଟଙ୍କାର ଅଫର ଦେଉଛି ।

ରେଡମି ନୋଟ୭ ପ୍ରୋରେ ଥିବା ବିଭିନ୍ନ ପ୍ରକାର ସେବା


ସାଓମିର ଅଫିସିଆଲ ଓ୍ବେବସାଇଟରେ ଏମ୍ଆଇ ସୁପର ସେଲ ଜାରି ରହିଥିବାବେଳେ ଏହା ୮ତାରିଖ ରାତି ୧୨ଟା ପର୍ଯ୍ୟନ୍ତ ଜାରି ରହିବ ।

ଏହି ଫୋନରେ ୬.୩ ଇଞ୍ଚର ନୋଚ ସ୍କ୍ରିନ ରହିଛି । ତେବେ ଫୋନର ସବୁଠୁ ଭଲକଥା ହେଉଛି କି ଏହାର ବ୍ୟାକ ପ୍ୟାନେଲରେ ଓରା ଡିଜାଇନ ଅଛି ଫଳରେ ଏହା ଖୁବ ଦୁନ୍ଦର ଦେଖାଯାଉଛି । ଏହା ଛଡ଼ା ଫୋନ ଦୁଇ ସାଇଡରୁ ଗରିଲା ଗ୍ଲାସ ୫ ପ୍ରୋଟେକ୍ସନ ରହିଛି । ରେଡମି ନୋଟ ୭ ପ୍ରୋରେ କ୍ବାଲକମ୍ ସ୍ନାପଡ୍ରାଗନ ୬୭୫ ପ୍ରୋସେସର ରହିଛି । କ୍ୟାମେରା କଥା ଦେଖିଲେ ରେଡମି ନୋଟ ୭ ପ୍ରୋରେ ଡୁଆଲ କ୍ୟାମେରା ରହିଛି । ଏଥିରେ ଏଫ ୧.୭୯ ଅପାର୍ଚର ଯୁକ୍ତ ୪୮ ମେଗାପିକ୍ସେଲ ପ୍ରାଇମେରୀ ସେନସର ରହିଛି । ଏହା ସହିତ ୫ ମେଗାପିକ୍ସେଲର ସେକେଣ୍ଡାରୀ କ୍ୟାମେରା ମଧ୍ୟ ରହିଛି ।

ରେଡମି ନୋଟ୭ ପ୍ରୋ


ଫୋନରେ ଏଆଇ ଡିଟେକସନ୍, ଏଆଇ ପୋଟ୍ରେଟ ମୋଡ ଏବଂ ନାଇଟ ମୋଡ ଭଳି କ୍ୟାମେରା ଫିଚର ରହିଛି । ଏହା ସହ ଫୋନରେ ୧୩ ମେଗାପିକ୍ସେଲର ସେଲଫି ସେନସର ରହିଛି । ଏହି ଫୋନର କ୍ୟାମେରାରୁ ୪କେ ଭିଡିଓ ସୁଟିଂ କରାଯାଇପାରିବ । ଫୋନକୁ ପାଓ୍ବାର ଦେବାଲାଗି ଏଥିରେ ୪,୦୦୦ ଏମଏଚର ବ୍ୟାଟେରୀ ଦିଆଯାଇଛି । ଥରେ ବ୍ୟାଟେରୀ ଫୁଲ ଚାର୍ଜ ହୋଇଗଲେ ଏହା ୨ଦିନ ପର୍ଯ୍ୟନ୍ତ ଚାଲିଥାଏ  ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି ।

 
Published by: Durgamadhab Rath
First published: January 8, 2020, 4:29 PM IST