News18 Odia Digital
Rupee closer to replacing dollar: ସାମ୍ନାକୁ ଆସିଲା ବଡ଼ ଖବର। ପୁଣି ମଜବୁତ ହେବ ଭାରତୀୟ ଟଙ୍କା (Indian Rupee)। ଡଲାରକୁ (Dollar) ଟକ୍କର ଦେବା ପାଇଁ ଭାରତୀୟ ଟଙ୍କାକୁ (Indian Rupee) ଅନ୍ତରାଷ୍ଟ୍ରୀୟ ମୁଦ୍ରାରେ ପରିଣତ କରିବାକୁ ଜୋରସୋରେ ପ୍ରସ୍ତୁତି ଚାଲିଛି। ଏଥି ପାଇଁ ବିଶ୍ବର ଅନେକ ଦେଶ ଭାରତ ସହ ଟଙ୍କାରେ ବାଣିଜ୍ୟ କରିବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି।
ଟଙ୍କାରେ ଅନ୍ୟ ଦେଶମାନଙ୍କ ସହ ଭାରତର ବେପାର ସହଜ କରିବା ପାଇଁ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ (RBI) ତରଫରୁ ବହୁତ ପ୍ରଚେଷ୍ଟା କରାଯାଉଛି। ଏହା ବର୍ତ୍ତମାନ ପର୍ଯ୍ୟନ୍ତ ୧୮ ଦେଶର ୬୦ ସ୍ୱତନ୍ତ୍ର ରୁପି ଭୋଷ୍ଟ୍ରୋ ଆକାଉଣ୍ଟ ଖୋଲାଯାଇଛି।
ଏଥିରେ ଋଷ ଏବଂ ଶ୍ରୀଲଙ୍କା ପରି ଦେଶ ସାମିଲ ମଧ୍ୟ ଅଛନ୍ତି। ଭାରତର ଅର୍ଥ ରାଜ୍ୟ ମନ୍ତ୍ରୀ ଭଗବତ କରାଡ ସଂସଦକୁ ସୂଚୀତ କରିଛନ୍ତି ଯେ, କେନ୍ଦ୍ରୀୟ ବ୍ୟାଙ୍କ ଆରବିଆଇ ଏବଂ ଘରୋଇ ବ୍ୟାଙ୍କରେ ଟଙ୍କା ଦ୍ୱାରା ବ୍ୟାପାର କରିବା ପାଇଁ ୧୮ଟି ଦେଶରେ ୬୦ ଏସଆଇଭିଏ ଖୋଲିବା ପାଇଁ ମଞ୍ଜୁରୀ ଦିଆଯାଇଛି।
ଖାଲି ଏତିକି ନୁହେଁ ମନ୍ତ୍ରୀଙ୍କ ତରଫରୁ ଏହା ମଧ୍ୟ କୁହାଯାଇଛି ଯେ, ୧୮ଟି ଦେଶ ଭାରତରେ ସ୍ୱତନ୍ତ୍ର ରୁପି ଭୋଷ୍ଟ୍ରୋ ଆକାଉଣ୍ଟ ଖୋଲିଛନ୍ତି। ସେଥିମଧ୍ୟରୁ ଋଷ ସ୍ଥାନୀୟ ମୁଦ୍ରାରେ ବ୍ୟବସାୟ କରିବାକୁ ଇଚ୍ଛା ପ୍ରକାଶ କରିଛି। ଏହା ମଧ୍ୟ କହିଛି ଯେ, ଭାରତ ସର୍ବଦା ଟଙ୍କା ରପ୍ତାନିରେ ସହାୟତା କରିଆସୁଛି। ଋଷ, ସିଙ୍ଗାପୁର, ଶ୍ରୀଲଙ୍କା, ବୋତସ୍ୱାନା, ଫିଜି, ଜର୍ମାନୀ, ଗୁଇନା, ଇସ୍ରାଏଲ୍, କେନିଆ, ମାଲେସିଆ, ମରିସସ୍, ମିଆଁମାର, ନ୍ୟୁଜିଲ୍ୟାଣ୍ଡ, ଓମାନ, ସେଚେଲସ୍, ତାଞ୍ଜାନିଆ, ଉଗାଣ୍ଡା ଏବଂ ବ୍ରିଟେନ ଭାରତରେ SRVA ଖୋଲିଥିବା ଦେଶ ମଧ୍ୟରେ ଅନ୍ତର୍ଭୁକ୍ତ ଅଛନ୍ତି।
ଟଙ୍କାରେ ବୈଦେଶିକ ବାଣିଜ୍ୟ ଡଲାର ପରି ବୈଦେଶିକ ମୁଦ୍ରା ଉପରେ ଭାରତର ନିର୍ଭରଶୀଳତାକୁ ହ୍ରାସ କରିବ। ଏହା ସହିତ ଦେଶର ଅର୍ଥନୀତିରେ ହଠାତ୍ ବିଶ୍ୱବ୍ୟାପୀ ଉତ୍ତେଜନାମୂଳକ ପ୍ରଭାବ ମଧ୍ୟ କମ୍ ରହିବ। ଏହା ସହିତ ଭାରତୀୟ ବ୍ୟାଙ୍କଗୁଡିକ ପ୍ରମୁଖ ଆନ୍ତର୍ଜାତୀୟ ବଜାରରେ ବ୍ୟବସାୟ କରିବାର ସୁଯୋଗ ପାଇବେ।
ପଢ଼ନ୍ତୁ ଏହି ଖବର: ୧୫ ବର୍ଷ ପରେ ଶେଷ ହୋଇଯିବ ଦୁନଆ! ଆଶ୍ଚର୍ଯ୍ୟଜନକ ଖୁଲାସାରେ ଉଡ଼ିଲା ବୈଜ୍ଞାନିକଙ୍କ ହୋସ୍ପ୍ରକାଶ ଥାଉକି ଗତ ବର୍ଷ ଜୁଲାଇରେ ଆରବିଆଇ (RBI) ଦ୍ୱାରା ଏକ ସ୍ୱତନ୍ତ୍ର ରୁପି ଭୋଷ୍ଟ୍ରୋ ଆକାଉଣ୍ଟ ଖୋଲିବା ପାଇଁ ନିର୍ଦ୍ଦେଶାବଳୀ ଜାରି କରାଯାଇଥିଲା। ଭାରତ ସହିତ ଟଙ୍କାରେ ବାଣିଜ୍ୟ କରିବା ପାଇଁ ଯେକୌଣସି ଦେଶ ଏକ ସ୍ୱତନ୍ତ୍ର ରୁପି ଭୋଷ୍ଟ୍ରୋ ଆକାଉଣ୍ଟ ଖୋଲିବା ଆବଶ୍ୟକ। ଏହା ମାଧ୍ୟମରେ ଘରୋଇ ବ୍ୟାଙ୍କଗୁଡିକ ଅନ୍ୟ ଦେଶର ସ୍ଥାନୀୟ ମୁଦ୍ରାରେ ବ୍ୟବସାୟ କରିବାର ସୁବିଧା ପ୍ରଦାନ କରନ୍ତି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।